ଜୀବନ ହାରିଦେଲେ ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ, ହୋଟେଲରେ ମିଳିଲା ମୃତଦେହ

ରବିବାର ସକାଳେ ମନୋରଞ୍ଜନ ଜଗତ ପାଇଁ ଏକ ଦୁଃଖଦ ଖବର। ଉତ୍ତର ପ୍ରଦେଶର ବାରାଣସୀରେ ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ନିଜ ଜୀବନ ହାରିଦେଇଛନ୍ତି। ତାଙ୍କ ବୟସ ୨୫ ବର୍ଷ ଥିଲା। ବାରାଣସୀର ଏକ ହୋଟେଲରେ ତାଙ୍କ ମୃତଦେହ ମିଳିଛି।

ରବିବାର ସକାଳେ ମନୋରଞ୍ଜନ ଜଗତ ପାଇଁ ଏକ ଦୁଃଖଦ ଖବର। ଉତ୍ତର ପ୍ରଦେଶର ବାରାଣସୀରେ ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ନିଜ ଜୀବନ ହାରିଦେଇଛନ୍ତି। ତାଙ୍କ ବୟସ ୨୫ ବର୍ଷ ଥିଲା। ବାରାଣସୀର ଏକ ହୋଟେଲରେ ତାଙ୍କ ମୃତଦେହ ମିଳିଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି।

ରିପୋର୍ଟ ମୁତାବକ, ଆକାଂକ୍ଷା ଦୁବେ ହୋଟେଲ ରୁମରେ ଫାଶୀ ଲଗାଇ ଦେଇଛନ୍ତି। କୁହାଯାଉଛି ଯେ ରାତିରେ ସୁଟିଂ ପରେ ସେ ହୋଟେଲରେ ପହଞ୍ଚିଥିଲେ। ଆକାଂକ୍ଷା ଦୁବେ ୧୯୯୭ ଅକ୍ଟୋବର ୨୧ରେ ଉତ୍ତର ପ୍ରଦେଶର ମିର୍ଜାପୁରରେ ଜନ୍ମଗ୍ରହଣ କରିଥିଲେ।

ଆକାଂକ୍ଷା ଇନ୍‌ଷ୍ଟାଗ୍ରାମରେ ଖୁବ୍‌ ଆକ୍ଟିଭ୍‌ ରହୁଥିଲେ। ତାଙ୍କର ପ୍ରୋଫାଇଲ୍ ଦେଖିଲେ ଜଣାପଡ଼େ ଯେ ତାଙ୍କୁ ଡ୍ୟାନ୍ସ ପ୍ରତି ବହୁତ ସଉକ ଥିଲା। ଇନଷ୍ଟାରେ ଆକାଂକ୍ଷାଙ୍କର ପାଖାପାଖି ୧୭ ଲକ୍ଷ ଫଲୋୟର୍ସ ଅଛନ୍ତି।
ତେବେ ଏହି ଘଟଣା ଭିତରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଆକାଂକ୍ଷା ଦୁବେଙ୍କର ଭିଡିଓ ଗୀତ ଆଜି ହିଁ ମୁକ୍ତିଲାଭ କରିଛି। ଭିଡିଓରେ ସେ ଭୋଜପୁରୀ ସୁପରଷ୍ଟାର ପୱନ ସିଂଙ୍କ ସହ ନଜର ଆସୁଛନ୍ତି।

ଗୀତର ପୋଷ୍ଟରକୁ ଆକାଂକ୍ଷା ଦୁବେ ଗତକାଲି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ। ଗୀତର ଲିରିକ୍ସ ରହିଛି, ‘ୟେ ଆରା କଭି ନେହିଁ ହାରା’। କହି ରଖୁଛୁ, ଭିଡିଓ ଗୀତ ବ୍ୟତୀତ ଆକାଂକ୍ଷା ଦୁବେ ଅନେକ ଭୋଜପୁରୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.