ଗୋଟେ ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ ଅକ୍ଷୟ କୁମାର, ଏବେ ହସପିଟାଲରେ ହେଲେ ଭର୍ତ୍ତି

ଅକ୍ଷୟ କୁମାର ଗତକାଲି କରୋନା ପଜିଟିଭି ଚିହ୍ନଟ ହୋଇଥିବା ନେଇ ସୋସିଆଲ ମିଡିଆରେ ସେୟାର କରିଥିଲେ। କରୋନା ସଂକ୍ରମିତ ହେବା ପରେ ନିଜକୁ ଆଇସୋଲେସନରେ ରଖିଥିଲେ। ଏବେ କରୋନା ହେବା ପରେ ଅକ୍ଷୟ ହସପିଟାଲରେ ଭର୍ତ୍ତି ହୋଇଥିବା କଥା ଟ୍ବିଟ୍ କରି ଜଣାଇଛନ୍ତି।

ଅକ୍ଷୟ ଟ୍ବିଟ କରି କହିଛନ୍ତି, ଆପଣଙ୍କ ପ୍ରାର୍ଥନା ପାଇଁ ଧନ୍ଯବାଦ। ମୁଁ ଠିକ୍ ଅଛି କିନ୍ତୁ ସାବଧାନତା ପାଇଁ ମୋତେ ହସପିଟାଲରେ ଭର୍ତ୍ତି କରାଯାଇଛି। ମୁଁ ଆଶା କରୁଛି ଜଲଦି ଠିକ୍ ହୋଇ ଘରକୁ ଫେରିବି। ଆପଣମାନେ ନିଜେ ସ୍ବାସ୍ଥ୍ଯର ଧ୍ୟାନ ରଖନ୍ତୁ।

ସୂଚନାଯୋଗ୍ଯ, ରବିବାର ଦିନ ଅକ୍ଷୟଙ୍କୁ କରୋନା ଟେଷ୍ଟ ପଜିଟିଭି ଆସିବା ପରେ ଟ୍ବିଟ୍ କରି ସମସ୍ତଙ୍କୁ ଜଣାଇଥିଲେ। ତା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଆଇସୋଲେସନରେ ରହିବାକୁ ଅନୁରୋଧ କରିଥିଲେ।

ଅକ୍ଷୟ କୁମାରଙ୍କୁ କରୋନା ଫିଲ୍ମ ‘ରାମସେତୁ’ର ସୁଟିଂ ସେଟରେ ହୋଇଥିବା ଅନୁମାନ କରାଯାଉଛି। ଫିଲ୍ମର ୪୫ ଜୁନିଅର ଆଟିଷ୍ଟଙ୍କୁ କରୋନା ସଂକ୍ରମିତ ହୋଇଥିବା ଖବର ମିଳିଛି। ଆଉ ଏମାନେ ସମସ୍ତେ କ୍ବାରେଣ୍ଟାଇନରେ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.