ବାଲେଶ୍ୱରରେ ନିଖୋଜ ନାବାଳିକାଙ୍କ ମୃତଦେହ ଢେଙ୍କାନାଳରୁ ଉଦ୍ଧାର, ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ

ଢେଙ୍କାନାଳ: ବାଲେଶ୍ୱରରେ ନିଖୋଜ ଢେଙ୍କାନାଳରୁ ମୃତଦେହ ଉଦ୍ଧାର । ସଦର ଥାନା ଅଞ୍ଚଳରୁ ଜଣେ ନାବାଳିକା କଲେଜ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀଙ୍କ ଘର ବାଲେଶ୍ୱର ଖଇରା ଅଞ୍ଚଳରେ । ଗତ ଗୁରୁବାରଠାରୁ ଘରୁ ଆସିବା ପରେ ପରିବାର ଲୋକେ ଖଇରା ଥାନାରେ ଅଭିଯୋଗ କରିଥିଲେ । ମୃତ ଦେହ ଉଦ୍ଧାର ପରେ ପୋଲିସ ପକ୍ଷରୁ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ବିଳମ୍ବିତ ରାତିରେ ପରିବାର ଲୋକ ପହଞ୍ଚି ତାଙ୍କ ଝିଅଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରିବା ସହ ଜଣକୁ ଅଟକ ରଖିଛି । ଅଟକ ଯୁବକ ଦୁର୍ଗାପ୍ରସାଦ ବନ୍ଧ ନୂଆଗାଁର ଜିତୁ ନାଏକ ।

ଏଠି ପ୍ରଶ୍ନ ଉଠୁଛି ଛାତ୍ରୀ ଜଣଙ୍କ ବାଲେଶ୍ୱରରୁ ଢେଙ୍କାନାଳ ଆସିଲେ କେମିତି ? ତାଙ୍କୁ ଅପହରଣ କଲା କିଏ ? ତାଙ୍କୁ ହତ୍ୟା କରାଯାଇଛି କି ? ଯଦି ହତ୍ୟା କରାଯାଇଛି, ତେବେ ମାରିଲା କିଏ ? କାହିଁକି କରାଗଲା ହତ୍ୟା ? ଏସବୁ ଦିଗକୁ ନେଇ ଢେଙ୍କାନାଳ ସଦର ଥାନା ପୋଲିସ ଓ ଖଇରା ଥାନା ପୋଲିସ ମିଳିତ ଭାବେ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.