ଆଜି ଟିଟିଲାଗଡରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା, ନିୟମିତ ପିଇବା ପାଣି ଯୋଗାଇ ଦେବାକୁ ଦାବି

ଟିଟିଲାଗଡ: ଆଜି ଟିଟିଲାଗଡରେ ୧୨ ଘଣ୍ଟିଆ ବନ୍ଦ ଡାକରା । ଟିଟିଲାଗଡ଼ ସହରରେ ପ୍ରଚଣ୍ଡ ତାତି ବଢୁଥିବା ବେଳେ, ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଉନଥିବାରୁ ଟିଟିଲାଗଡ଼ ବିଜେପି ଯୁବ ମୋର୍ଚ୍ଚା ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ ର ଡାକରା ଦେଇଛି। ଟିଟିଲାଗଡ଼ ସହରକୁ ନିୟମିତ ପିଇବା ପାଣି ଯୋଗାଇ ଦେବା ଦାବି ନେଇ ଆଜି ବନ୍ଦ ପାଳନ କରିଛି ଯୁବ ମୋର୍ଚ୍ଚା।

ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ଟିଟିଲାଗଡ଼ ସହରକୁ ବନ୍ଦ ଡାକରା ଦେଇଛି ଯୁବ ମୋର୍ଚ୍ଚା। ସପ୍ତାହକୁ ଥରେ ଟିଟିଲାଗଡ଼ ପ୍ରଶାସନ ପାଇପ୍‌ ଯୋଗେ ପାଣି ଯୋଗାଇ ଦେଉଥିବା ବେଳେ, ତାହା ସହରବାସୀଙ୍କ ପାଇଁ ନିଅଣ୍ଟ ରହୁଛି। ଟିଟିଲାଗଡ଼ବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ୱାର୍ଡବାସୀ ଆନ୍ଦୋଳନ କରିଥିଲେ ବି ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରିନାହିଁ। ଯାହାକୁ ନେଇ ବନ୍ଦ ଡାକରା ଦେଇଛି ଯୁବ ମୋର୍ଚ୍ଚା। ଦୋକାନ ବଜାରରେ ତାଲା ଝୁଲୁଛି। ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ରହିଛି। ଟିଟିଲାଗଡ଼ ସହରରେ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟମାନେ ପିକେଟିଂ କରି ଅନେକ ଉଠା ଦୋକାନକୁ ବନ୍ଦ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.