ଆଲିଆ ଭଟ୍ଟଙ୍କ ଅପକମିଂ ଫିଲ୍ମ ‘ଜିଗର’, ସାମ୍ନାକୁ ଆସିଲା ଫିଲ୍ମର ଫାର୍ଷ୍ଟ ଲୁକ୍
‘ରକି ଔର୍ ରାଣୀ କି ପ୍ରେମ କାହାଣୀ’ ହିଟ୍ ହେବା ପରେ ଏବେ ଆଲିଆ ଭଟ୍ଟ ନିଜର ଆଉ ଏକ ଅପକମିଂ ଫିଲ୍ମ ବିଷୟରେ ଘୋଷଣା କରିଛନ୍ତି । ଏହା ସହ ଫିଲ୍ମରୁ ତାଙ୍କ ଫାର୍ଷ୍ଟ ଲୁକ୍ ସାମ୍ନାକୁ ଆସିଛି, ଯାହା ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସୁଛି ।

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ସବୁବେଳେ ନିଜ ଅଭିନୟ ଜରିଆରେ ଫ୍ୟାନ୍ସଙ୍କ ମନ ଜିତିଥାନ୍ତି । ‘ରକି ଔର୍ ରାଣୀ କି ପ୍ରେମ କାହାଣୀ’ ହିଟ୍ ହେବା ପରେ ଏବେ ଆଲିଆ ନିଜର ଆଉ ଏକ ଅପକମିଂ ଫିଲ୍ମ ବିଷୟରେ ଘୋଷଣା କରିଛନ୍ତି । ଏହା ସହ ଫିଲ୍ମରୁ ତାଙ୍କ ଫାର୍ଷ୍ଟ ଲୁକ୍ ସାମ୍ନାକୁ ଆସିଛି, ଯାହା ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସୁଛି । ଏହି ଫିଲ୍ମ ପାଇଁ ପୁଣିଥରେ କରନ ଜୋହର ଓ ଆଲିଆ ଭଟ୍ଟ ଏକାଠି କାମ କରିବାକୁ ଯାଉଛନ୍ତି । ଫିଲ୍ମଟିକୁ କରନ ଓ ଆଲିଆ ପ୍ରଯୋଜନା କରିବେ ଏବଂ ବସନ ବାଲା ଏହାର ନିର୍ଦ୍ଦେଶନା ଦେବେ ।
କରନ ଜୋହର ଓ ଆଲିଆ ଭଟ୍ଟ ଦୁଇ ଜଣ ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ପୋଷ୍ଟ ସେୟାର କରିଛନ୍ତି । ଭିଡିଓରେ ଆଲିଆଙ୍କ ଫାର୍ଷ୍ଟ ଲୁକ୍ ସହ ଏକ ଭଏସ୍ ଓଭର ମଧ୍ୟ ଶୁଣିବାକୁ ମିଳୁଛି, ଯେଉଁଥିରେ ସେ ନିଜ ଛୋଟ ଭାଇ କିମ୍ବା ଭଉଣୀଙ୍କୁ କହୁଛନ୍ତି ଯେ ସେ ସେମାନଙ୍କୁ କିଛି ହେବାକୁ ଦେବେନି ।
ସେହିପରି କରନ ଜୋହର ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ ‘ମେରେ ଜିଗର କି ବାପ୍ସି’ । ଆଲିଆ ଭଟ୍ଟ ପୁଣିଥରେ ବସନ ବାଲାଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଏକ ଅସାଧାରଣ କାହାଣୀକୁ ନେଇ ଆସୁଛନ୍ତି। ଅତୁଟ ପ୍ରେମ ଏବଂ ଅତୁଟ ସାହସର କାହାଣୀ । ଫିଲ୍ମ ‘ଜିଗର’ ୨୦୨୪ ସେପ୍ଟେମ୍ବର ୨୭ରେ ସିନେମା ହଲ୍ରେ ରିଲିଜ୍ ହେବ ।
ଫିଲ୍ମ ‘ଜିଗର’ରେ ଆଲିଆ ଭଟ୍ଟ ଅଭିନୟ କରିବା ସହ ଫିଲ୍ମକୁ ପ୍ରଡ୍ୟୁସ ମଧ୍ୟ କରୁଛନ୍ତି। ସେ କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ସହ ମିଶି ଏହି ଫିଲ୍ମକୁ ପ୍ରଯୋଜନା କରିବେ । ତେବେ ଆଲିଆଙ୍କ ପ୍ରଡକ୍ସନ ହାଉସ୍ ଏଟରନଲ ସନ୍ସାଇନ୍ସରେ ତାଙ୍କ ଫିଲ୍ମ ‘ଡାର୍ଲିଂସ୍’ ମଧ୍ୟ ହୋଇଥିଲା, ଯାହାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରାଯାଇଥିଲା । ଏହା ପୂର୍ବରୁ ଆଲିଆ ଭଟ୍ଟ ଫିଲ୍ମ ‘ରକି ଔର୍ ରାଣୀ କି ପ୍ରେମ କାହାଣୀ’ରେ ରଣବୀର ସିଂଙ୍କ ସହ ନଜର ଆସିଥିଲେ । ଏହି ଫିଲ୍ମକୁ କରନ ଜୋହର ନିର୍ଦ୍ଦେଶନା ଦେଇଥିଲେ । ଫିଲ୍ମଟି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା ।
View this post on Instagram