କେବଳ ଅଲ୍ଲୁ ଅର୍ଜୁନ ନୁହେଁ, ଅଭିନୟ ଦୁନିଆରେ ବହୁତ୍ ଆଗରୁ ପରିବାରରେ ଅଛନ୍ତି ବଡ଼ ବଡ଼ କଳାକାର
ପୁଷ୍ପା ଫିଲ୍ମର ସଫଳତା ପରେ ଏବେ ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏମିତିକି ତାଙ୍କ ଅଭିନୟକୁ ପ୍ରାୟ ସମସ୍ତେ ପସନ୍ଦ କରୁଛନ୍ତି। କିନ୍ତୁ ତାଙ୍କ ପରିବାରରେ ସେ କେବଳ ଏକମାତ୍ର ଅଭିନେତା ନୁହଁନ୍ତି, ଆପଣ ହୁଏତ ଆଶ୍ଚର୍ଯ୍ୟ ହେବେ ଅଲ୍ଲୁଙ୍କ ପରିବାରରେ ଅନେକ ଅଭିନେତା ଅଛନ୍ତି। ପୁଣି ବଡ଼ କଳାକାର। ସବୁବେଳେ ଦମଦାର ଫିଲ୍ମ ଦେଇଆସୁଛନ୍ତି ଇଣ୍ଡଷ୍ଟ୍ରିକୁ। ତେବେ ଏହା ମଧ୍ୟ କୁହାଯାଇପାରେ ଅଲ୍ଲୁ ଅର୍ଜୁନ ସୁପରଷ୍ଟାର ପରିବାରରୁ ଆସୁଛନ୍ତି ବୋଲି ।
ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଲ୍ଲୁ ଅର୍ଜୁନଙ୍କ ବାପା ଖୁବ୍ ଜଣାଶୁଣା । ତାଙ୍କ ପିତା ଅଲ୍ଲୁ ଅରବିନ୍ଦ ଜଣେ ଚଳଚ୍ଚିତ୍ର ନିର୍ମାତା । ଅଲ୍ଲୁ ଅର୍ଜୁନଙ୍କ ସାନ ଭାଇ ଅଲ୍ଲୁ ଶିରିଶ ମଧ୍ୟ ଜଣେ ଅଭିନେତା। ସେ ୨୦୧୩ ମସିହାରେ ଗୌରବମ୍ ଚଳଚ୍ଚିତ୍ର ସହିତ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ ।
ସାଉଥ୍ ସୁପରଷ୍ଟାର୍ ଚିରଞ୍ଜୀବୀ ହେଉଛନ୍ତି ଅଲୁ ଅର୍ଜୁନଙ୍କ ପିଉସା ଚିରଞ୍ଜୀବୀଙ୍କୁ କିଏ ବା ନ ଜାଣେ । ସେ ସାଉଥ ଇଣ୍ଡଷ୍ଟ୍ରିର ଜଣେ ଶ୍ରେଷ୍ଠ ଅଭିନେତାମାନଙ୍କ ମଧ୍ୟରେ ଆଶନ୍ତି।
ସାଉଥ ଇଣ୍ଡଷ୍ଟ୍ରିରେ ଅଲ୍ଲୁ ଅର୍ଜୁନଙ୍କ ପିଉସା ଚିରଞ୍ଜୀବୀଙ୍କ ପୁଅ ରାମ ଚରଣ ମଧ୍ୟ ଏକ ଲୋକପ୍ରିୟ ଅଭିନେତା। ଚିରଞ୍ଜୀବୀଙ୍କ ସାନ ଭାଇ ପୱନ୍ କଲ୍ୟାଣ ମଧ୍ୟ ଅଲ୍ଲୁ ଅର୍ଜୁନଙ୍କ ସମ୍ପର୍କୀୟ ପିଉସା ।
ଅଲ୍ଲୁ ଅର୍ଜୁନଙ୍କ ପିଉସା ଅର୍ଥାତ୍ ଚିରଞ୍ଜୀବୀଙ୍କ ଦ୍ୱିତୀୟ ଭାଇ ନାଗେନ୍ଦ୍ର ବାବୁଙ୍କ ପୁଅ ବରୁଣ ତେଜ ମଧ୍ୟ ସାଉଥ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତା। କହିବାକୁ ଗଲେ ସେ ମଧ୍ୟ ତାଙ୍କର କଜିନ ବ୍ରଦର୍ ହେବେ । ଅଲ୍ଲୁ ଅର୍ଜୁନଙ୍କ ପିଉସା ଚିରଞ୍ଜୀବୀଙ୍କ ଭଉଣୀଙ୍କ ପୁଅ ସାଇ ଧରମ ତେଜ ମଧ୍ୟ ସାଉଥର ଜଣେ ଭଲ ଅଭିନେତା । ସେ ମଧ୍ୟ ତାଙ୍କ କଜିନ ବ୍ରଦର୍ ହେବେ ।
ତେବେ ଚିରଞ୍ଜୀବୀଙ୍କ ଭାଇ ନାଗେନ୍ଦ୍ର ବାବୁଙ୍କ ଝିଅ ନିହାରିକା କୋନିଡେଲା ମଧ୍ୟ ଅନେକ ସାଉଥ୍ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଏମିତିରେ ନିହାରିକା ଅଲ୍ଲୁ ଅର୍ଜୁନଙ୍କ ସମ୍ପର୍କୀୟ ଭଉଣୀ ହେବେ। ତେବେ ପରିବାରର ଅନେକ କଳାକାର ଥିବା ବେଳେ ବର୍ତ୍ତମାନ ଅଲ୍ଲୁ ଅର୍ଜୁନଙ୍କ ଝିଅ ଅଲ୍ଲୁ ଅର୍ ହା ମଧ୍ୟ ଶକୁନ୍ତଳମ ଫିଲ୍ମରେ ଡେବ୍ୟୁଟ୍ କରିଛନ୍ତି ।