ଅମିତାଭ ଏବଂ ଅନୁଷ୍କାଙ୍କ ନାମରେ ୧୦,୫୦୦ ଟଙ୍କା ଚାଲାଣ କାଟିଲା ମୁମ୍ବାଇ ଟ୍ରାଫିକ ପୋଲିସ

ଅମିତାଭ ବଚ୍ଚନ ଏବଂ ଅନୁଷ୍କା ଶର୍ମାଙ୍କ ନାମରେ ଚାଲାଣ କାଟିଲା ମୁମ୍ବାଇ ଟ୍ରାଫିକ ପୋଲିସ । ବିନା ହେଲମେଟରେ ଯାତ୍ରା କରିଥିବାରୁ ଉଭୟଙ୍କ ନାମରେ ୧୦,୫୦୦ ଟଙ୍କା ଚାଲାଣ କାଟିଛି ପୋଲିସ । ମୁମ୍ବାଇ ଟ୍ରାଫିକ ପୋଲିସ ଟ୍ଵିଟରରେ ଦୁହିଙ୍କ ନାମରେ ଚାଲାଣ କପି ଇସ୍ୟୁ କରିଛି ।

ବିନା ହେଲମେଟରେ ଯାତ୍ରା କରିବା ପଡିଲା ମହଙ୍ଗା । ମୁମ୍ବାଇରେ ବିନା ହେଲମେଟରେ ବାଇକରେ ଯାତ୍ରା କରିଥିଲେ ଅନୁଷ୍କା ଶର୍ମା ଏବଂ ଅମିତାଭ ବଚ୍ଚନ । ଯାହାର ଫଟୋ ଭାଇରଲ ହେବା ପରେ ଏହାକୁ ନେଇ ଟ୍ରୋଲ ହୋଇଥିଲେ । ଯାହାପରେ କାର୍ଯ୍ୟାନୁଷ୍ଠାନ ନେଇଛି ମୁମ୍ବାଇ ଟ୍ରାଫିକ ପୋଲିସ । ଟ୍ରାଫିକ ପୋଲିସ ଦୁହିଁଙ୍କର ୧୦,୫୦୦ ଟଙ୍କାର ଚାଲାଣ କାଟିଛି ।ମୁମ୍ବାଇ ଟ୍ରାଫିକ ପୋଲିସ ଟ୍ଵିଟରରେ ଦୁହିଙ୍କ ନାମରେ ଚାଲାଣ କପି ଇସ୍ୟୁ କରିଛି ।

ସୂଚନା ଅନୁଯାୟୀ, ମୁମ୍ବାଇ ରାସ୍ତରେ ଭିଡ଼ ହୋଇଥିବାରୁ ଅନୁଷ୍କା ଶର୍ମା କାର୍ ବଦଳରେ ନିଜ ବଡିଗାର୍ଡ ନିଜ ବାଇକରେ ବସି ଯାଇଥିଲେ । ଉଭୟ ବାଇକରେ ଯାଉଥିଲେ ମଧ୍ୟ ନିୟମ ଅନୁସାରେ ହେଲମେଟ ପିନ୍ଧି ନଥିଲେ। ଏହାପରେ ଅନୁଷ୍କାଙ୍କ ବଡିଗାର୍ଡ ସୋନୁ ଶେଖଙ୍କ ନାଁରେ ୧୦,୫୦୦ ଟଙ୍କାର ଫାଇନ କଟିଛି। ଏଥିସହ ଧାରା ୧୨୯/୧୯୪,ଧାରା ୫/୧୮୦ ଓ ଧାରା ୩(୧)୧୮ ଅନୁସାରେ ଗୋଟିଏ ଚାଲାଣ ମଧ୍ୟ କାଟିଛି। ବାଇକ ଚାଳକ ଏହି ଫାଇନ ଭରଣା କରି ସାରିଥିବା ମୁମ୍ବାଇ ଟ୍ରାଫିକ ପୋଲିସ ପକ୍ଷରୁ କୁହାଯାଇଛି।

ଅମିତାଭ ବଚ୍ଚନ ଏବଂ ଅନୁଷ୍କା ଶର୍ମା ଟ୍ରାଫିକରୁ ବଞ୍ଚିବା ପାଇଁ ବାଇକ୍ରେ ଯାଇଥିଲେ । ଏହି ଫଟୋ ଭାଇରଲ ହେବା ପରେ ଖୁବ୍ ପ୍ରଶଂସା ମିଳିଥିବା ବେଳେ ଟ୍ରୋଲିଂର ଶିକାର ମଧ୍ୟ ହୋଇଥିଲା । ହେଲେ ଦୁହେଁ ବାଇକରେ ଯିବା ସମୟରେ ହେଲମେଟ୍ ପିନ୍ଧିନଥିଲେ । ତେବେ ମୁମ୍ବାଇର ଟ୍ରାଫିକ୍ ଜାମ୍ ସମସ୍ୟାକୁ ଏଡ଼େଇ ଅପରିଚିତ ବ୍ୟକ୍ତି ଜଣକ ସହିତ ବାଇକରେ ଯାଇଥିବା ବେଳେ ଅନୁଷ୍କା ଶର୍ମା ମଧ୍ୟ ରାସ୍ତାରେ ନିଜ ଅଙ୍ଗରକ୍ଷୀଙ୍କ ସହ ବାଇକ୍ ପଛରେ ବସି ଯାଉଥିବାର ନଜର ଆସିଥିଲେ।

ତେବେ ଅମିତାଭ କୌଣସି ପ୍ରକାରର ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି ନଥିଲେ ଓ ଏହା ଶୁଟିଂର ଏକ ଅଂଶବିଶେଷ ଥିଲା ବୋଲି ପରବର୍ତ୍ତୀ ଅବସ୍ଥାରେ ସ୍ପଷ୍ଟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.