Below header

ସାବିତ୍ରୀ ବ୍ରତ ପାଇଁ ବସିଛି ସ୍ୱତନ୍ତ୍ର ହାଟ, ଆକାଶ ଛୁଆଁ ସବୁ ଦର

ଆସନ୍ତା କାଲି ସାବିତ୍ରୀ ବ୍ରତ । ସାବିତ୍ରୀବ୍ରତ ପ୍ରତ୍ୟକ ଓଡିଆ ନାରୀ ପାଇଁ ବହୁପ୍ରତିକ୍ଷିତ ତିଥିଟିଏ । ସ୍ୱାମୀଙ୍କ ର୍ଦିଘାୟୁ କାମନା ଏବଂ ନୀରାମୟ ଜୀବନ କାମନା କରି ଏହି ବ୍ରତ ପାଳନ କରାଯାଉଥିବା ବେଳେ ସାବିତ୍ରୀ ବ୍ରତ ପାଇଁ ବସିଛି ସ୍ୱତନ୍ତ୍ର ହାଟ । ଫଳରେ ଲୋକଙ୍କ ଭିଡ ଲାଗି ରହିଥିବା ବେଳେ ଫଳ,ମୂଳ ଦର ହୋଇଛି ଆକାଶ ଛୁଆଁ ।

ସୁବର୍ଣ୍ଣପୁର(କେନ୍ୟୁଜ୍): ଆସନ୍ତା କାଲି ସାବିତ୍ରୀ ବ୍ରତ । ସାବିତ୍ରୀବ୍ରତ ପ୍ରତ୍ୟକ ଓଡିଆ ନାରୀ ପାଇଁ ବହୁପ୍ରତିକ୍ଷିତ ତିଥିଟିଏ । ସ୍ୱାମୀଙ୍କ ର୍ଦିଘାୟୁ କାମନା ଏବଂ ନୀରାମୟ ଜୀବନ କାମନା କରି ଏହି ବ୍ରତ ପାଳନ କରାଯାଉଥିବା ବେଳେ ସାବିତ୍ରୀ ବ୍ରତ ପାଇଁ ବସିଛି ସ୍ୱତନ୍ତ୍ର ହାଟ । ଫଳରେ ଲୋକଙ୍କ ଭିଡ ଲାଗି ରହିଥିବା ବେଳେ ଫଳ,ମୂଳ ଦର ହୋଇଛି ଆକାଶ ଛୁଆଁ । ଲୋକେ ଦରଦାମକୁ ଖାତିର ନକରି ନିଜ ନିଜର ମନପସନ୍ଦର ଫଳମୂଳ କିଣୁଛନ୍ତି ଏହି ସ୍ୱତନ୍ତ୍ର ସାବିତ୍ରୀ ହାଟରେ ।

ବଜାରରେ କେମିତି ଧାଡିକି ଧାଡି ବିଭିନ୍ନ ରକମର ଫଳ ବସିଛି ଆଉ ଗ୍ରାହକ ନିଜ ମନପସନ୍ଦର ଫଳ ମୂଳ କିଣୁଛନ୍ତି । ଦରଦାମ ଯେତେ ହେଉ ପଛେ ଏହାକୁ ଖାତିରି ନକରି କିଣିବାରେ ବ୍ୟସ୍ତ ଅଛନ୍ତି ସମସ୍ତ। ସାବିତ୍ରୀ ବ୍ରତପାଇଁ କଦଳୀ,ସେଓ,ଅଙ୍ଗୁର,କେନ୍ଦୁ,ଚାର, ଡାଲିମ୍ବ,ଖଜୁରୀ,ତାଳ,ତରଭୂଜ,ଆମ୍ବ,ପିଜୁଳି,ସପୁରୀ ଭଳି କି ଭଳି ପ୍ରକାରର ଫଳ ମୂଳ ସହିତ ଶଂଖା,ସିନ୍ଦୁର,ଶାଢୀ,ଅଳତା,ଲାଗୁଥିବାରୁ ବଜାରରେ ବେଶ ଭିଡ ଲାଗିରହିଥାଏ । ଫଳରେ ଏସବୁ ଦର ଆକାଶ ଛୁଆଁ ହୋଇଥାଏ । ଗୋଟିଏ ଦିନରେ ଏକ ସାଙ୍ଗରେ ଏବୁ କିଣାବିକା କରାଯାଉଥିବାରୁ ବେପାରିବି ଅଧିକ ଦରରେ କିଣି ଅଧିକ ଦରରେ ବିକ୍ରୟ କରିଥାଏ । ବେପାରି ମାଲେ ମାଲ ହେଉଥିବା ବେଳେ ଲୋକେ କିନ୍ତୁ ପରଂମ୍ପରାକୁ ବଂଚାଇ ରଖିବାପାଇଁ ବାଧ୍ୟହୋଇ ଅଧିକ ଦାମ ଦେଇ କିଣିଥାନ୍ତି ।

sabitri

ସାବିତ୍ରୀ ହେଉଛନ୍ତି ଗାୟତ୍ରୀ ମନ୍ତ୍ରର ଅଧିଷ୍ଠାତ୍ରୀ ଦେବୀ । ସେ ଏହି ମନ୍ତ୍ର ଜପ କରି ସ୍ୱାମୀ ସତ୍ୟବାନଙ୍କୁ ଜମରାଜାଙ୍କ ପାଖରୁ ଛଡାଇ ଆଣିଥିଲେ ବୋଲି କିମ୍ବଦନ୍ତି ରହିଛି । ସେହିଦିନ ଠାରୁ ଏହାକୁ ପାଥେୟକରି ଆଜିର ନାରୀ ସମାଜ ପାଳନ କରିଆସୁଛନ୍ତି ସାବିତ୍ରୀ ବ୍ରତ। ନୂଆଁ ବସ୍ତ୍ର ପରିଧାନ କରି ମାଁ ଲକ୍ଷ୍ମୀଙ୍କୁ ପୂଜା କଲାପରେ ସ୍ୱାମୀଙ୍କ ର୍ଦିଘାୟୁ କାମନାକରି ପୂଜା କରିଥାନ୍ତି । ଗାଁଠୁ ସହର ସମସ୍ତେ ଏହି ବ୍ରତକୁ ବଡ ଧୂମଧାମରେ ପାଳନ କରୁଥିବାରୁ ଫଳ ମୂଳ ସହ ନୂଆଁ ଶାଢୀ କିଣାବିକା କରାଯାଇଥାଏ । ଏଥିପାଇଁ ସୋନପୁର ସହରରେ ବସିଥାଏ ସ୍ୱତନ୍ତ୍ର ହାଟ । ଯେଉଁଥିରେ ବେପାରି ତାର ବେଶ ଦୁଇ ପଇସା ଲାଭ ପାଇଥାଏ । ବର୍ଷକୁ ଥରେ ଆସୁଥିବା ଏହି ସାବିତ୍ରୀ ବ୍ରତ ପାଇଁ ସ୍ୱତନ୍ତ୍ର ହାଟରେ ଜମିଛି ଭିଡ। ଦରଦାମକୁ ଖାତିର ନକରି କିଣା କିଣି କରୁଛନ୍ତି ସଭିଏଁ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.