ଜାଣନ୍ତି କି ବଲିଉଡ ବାଦଶାହା ଅମିତାଭଙ୍କ ସରନେମ କିପରି ହେଲା ବଚ୍ଚନ,ଜାଣନ୍ତୁ କ’ଣ କୁହନ୍ତି ଅମିତାଭ

ନୂଆଦିଲ୍ଲୀ : ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଏବେ ନିଜର ଆଗାମୀ ଫିଲ୍ମ ‘ଉଚ୍ଚାଇ’ କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହା ସହ କୌନ ବନେଗା କରୋଡପତି ୧୪ ତମ ଶୋର ମଧ୍ୟ ହୋଷ୍ଟ ଅଛନ୍ତି । ଏହି ଶୋ’ରେ ସେ ପ୍ରତିଯୋଗୀଙ୍କ ସହ ବେଶ ଥଟ୍ଟା-ମଜା କରୁଥିବାର ଦେଖାଯାଇଛନ୍ତି । ଏହାର ଏକ ଏପିସୋଡରେ ଅମିତାଭ ନିଜର ସରନେମ ବା ଜାତି ନାମ ସମ୍ପର୍କରେ କହିଛନ୍ତି ।

ଏହି ଶୋ’ରେ ରୁଚି ନାମକ ଜଣେ ଝିଅ ପ୍ରତିଯୋଗୀ ଭାବେ ହଟ୍‌ ସିଟରେ ବସିଥିବାର ଦେଖାଯାଇଛନ୍ତି । ଯାହାଙ୍କୁ ଅମିତାଭ ନିଜର ସରନେମ ବିଷୟରେ ପଚାରିଛନ୍ତି । ଝିଅ ଦେଇଥିବା ଉତ୍ତର ପରେ ଅମିତାଭ ମଧ୍ୟ ନିଜ ସରନେମ ବିଷୟରେ କହିବାକୁ ବାଧ୍ୟ ହୋଇଛନ୍ତି ଯେ କିପରି ତାଙ୍କ ସରନେମ ବଚ୍ଚନ ହେଲା ।

ଅମିତାଭ ତାଙ୍କ ଜୀବନର ଏହି ମଜାଦାର କଥା ସେୟାର କରି କହିଛନ୍ତି ଯେ ତାଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କ ଏହା ଦେୟ । ଅମିତାଭ କହିଥିଲେ ଯେ ତାଙ୍କ ପିତା ଜାତି ବର୍ଣ୍ଣ ଆଦିରୁ ଉର୍ଦ୍ଧ୍ୱରେ ଥିଲେ । ତେଣୁ ସେ ସେଥିରୁ ଦୂରରେ ରହୁଥିଲେ । ତାଙ୍କ ବାପା ଜଣେ କବି ଥିବାରୁ ତାଙ୍କୁ ବଚ୍ଚନ ଉପନାମ ମିଳିଥିଲା । ଯେବେ ମୁଁ ସ୍କୁଲରେ ନାମ ଲେଖାଇବା ପାଇଁ ଗଲି ।

ସେତେବେଳେ ଶିକ୍ଷକ ମୋ ନାମ ପରେ ସରନେମ କ’ଣ ରହିବ ବୋଲି ମାତା-ପିତାଙ୍କୁ ପଚାରିଲେ । ସେତେବେଳେ ବାପା ସେହି କ୍ଷଣ ଏହି ସରନେମ ସ୍ଥିର କରିଥିଲେ । ଶିକ୍ଷକଙ୍କୁ ବଚ୍ଚନ ବୋଲି କହିଥିଲେ । ସେହି ଦିନରୁ ବଚ୍ଚନ ହେବାର ପ୍ରଥମ ଉଦାହରଣ ହୋଇଗଲା । ସେହି ଦିନ ଠାରୁ ଅମିତାଭଙ୍କ ନାମ ଅମିତାଭ ବଚ୍ଚନ ହୋଇଗଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.