ତିନି ଥର ବାହା ହେବା ପରେ ଏବେ ପୁଣି କଣ ନିଜ ଠାରୁ ୩୭ ବର୍ଷ ସାନ ଜସଲୀନକୁ କଲେ ଚତୁର୍ଥ ବିବାହ ! ଭାଇରାଲ ହେଉଛି ଫଟୋ

ଭଜନ ସମ୍ରାଟ ଅନୁପ ଜଲୋଟା ଏବଂ ମଡେଲ-ଅଭିନେତ୍ରୀ ଜସଲିନ ମଥାରୁ ସବୁବେଳେ ନିଜ ରିଲେସନସିପକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏମିତିରେ ଏବେ ଦୁହିଁଙ୍କର ବିବାହ ପୋଷାକର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭାଇରାଲ ହେଉଥିବା ଫଟୋରେ ଅନୁପ ସେରଓ୍ଵାନୀରେ ଏକଦମ୍‌ ପଗଡି ବାନ୍ଧିଥିବା ନଜର ଆସୁଛନ୍ତି। ସେହିପରି ଜସଲୀନ ମଧ୍ୟ କନିଆଁ ବେଶରେ ସଜବାଜ ହୋଇଥିବା ଦେଖିବାକୁ ମିଳୁଛି। ଏହି ଫଟୋକୁ ଦେଖି ଲାଗୁଛି ଏହି ଫଟୋ ଘର ଭିତରେ କ୍ଲିକ କରାଯାଇଛି।

jaslinnକିନ୍ତୁ ଏହି ଫଟୋରେ ସ୍ପଷ୍ଟ ଜଣାପଡୁନାହିଁ ଜସଲୀନ ଏବଂ ଅନୁପ ଜଲୋଟା ବିବାହ କରିଛନ୍ତି ନା ନାହିଁ, କିନ୍ତୁ ତଥାପି ସୋସିଆଲ ମିଡିଆରେ ଏହି ଫଟୋ ଆସିବା ପରେ ଏହା ଖୁବ୍‌ ଭାଇରାଲ ହେଉଛି। ଜସଲୀନ ଏହି ଫଟୋକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। କିନ୍ତୁ ଫଟୋ ସହିତ ସେ କିଛି କ୍ୟାପସନ୍‌ ଲେଖିନାହାଁନ୍ତି।

jaslin1ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଦୁହେଁ ସବୁଠାରୁ ବଡ ରିୟଲିଟୀ ଶୋ ବିଗବସ୍‌ ୧୨ରେ ପ୍ରତିଯୋଗୀ ଭାବେ ଆସିଥିଲେ। ବିବି ହାଉସରେ ଦୁହିଁଙ୍କର କାଫି ଚର୍ଚ୍ଚା ମଧ୍ୟ ହେଉଥିଲା। କିନ୍ତୁ ବିଗବସ ବାହାରକୁ ଆସି ଦୁହେଁ ଏକଥା ଜଣାଇଥିଳେ ଯେ ସେମାନଙ୍କ ଭିତରେ କୌଣସି ରିଲେସନସିପ ନାହିଁ, ଅଛି ଯଦି କେବଳ ଗୁରୁ ଏବଂ ଶିଷ୍ୟର।

jaslinସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋ ରେ ଅନୁପ ଏବଂ ଜସଳୀନଙ୍କ ପାଖରୁ କୌଣସି ଅଫିସିଆଲ ବୟାନ ମିଳିନାହିଁ। ଏମିତିରେ ଏହା ଜାଣିବା ମୁସକିଲ ଯେ ଦୁହେଁ ସତରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନା ଏହା ପଛରେ ବି କିଛି କାରଣ ଥିବ।
ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଦୁହେଁ ବହୁତ ଜଲଦି ଏକ ଫିଲ୍ମରେ ନଜର ଆସୁଛନ୍ତି। ଯାହାର ନାମ ‘ବୋ ମେରୀ ଷ୍ଟୁଡେଣ୍ଟ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.