ଝିଅ ଭାମିକାକୁ ଧରି ଏୟାରପୋର୍ଟରେ ନଜର ଆସିଲେ ବିରାଟ-ଅନୁଷ୍କା, ଦେଖନ୍ତୁ ଭାଇରାଲ ଫଟୋ

ଝିଅ ଭାମିକା ସହିତ ଏୟାରପୋର୍ଟରେ ନଜର ଆସିଲେ ଅନୁଷ୍କା ଏବଂ ବିରାଟ। ବଲିଉଡ୍ ଆକ୍ଟ୍ରେସ୍ ଅନୁଷ୍କା ଶର୍ମା ଏବଂ ଇଣ୍ଡିଆନ୍ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲୀଙ୍କ ଝିଅ ଭାମିକାଙ୍କୁ ନିକଟରେ ଏୟାରପୋର୍ଟରେ ସ୍ପଟ୍ କରାଯାଇଛି। ଉଭୟଙ୍କ ଏୟାରପୋର୍ଟର ଏକ ସୁନ୍ଦର ଫଟୋ ଏବେ ଖୁବ୍ ଭାଇରାଲ ହେଉଛି।
ଏହି ସୁନ୍ଦର ଫଟୋରେ ଆପଣ ଦେଖିପାରୁଥିବେ ଯେ ଅନୁଷ୍କା ଝିଅ ଭାମିକାଙ୍କୁ କୋଳରେ ଧରିଛନ୍ତି ଏବଂ ବିରାଟ ହାତରେ ଲଗେଜ ଧରି ଆସୁଛନ୍ତି। ଅନୁଷ୍କା ଏବଂ ବିରାଟଙ୍କର ଏହି ସୁନ୍ଦର ଫଟୋକୁ ଶୋଭା ଦେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।
ଶୋଭା ଦେ ବିରାଟ-ଅନୁଷ୍କାଙ୍କର ଏହି ଫଟୋ ସେୟାର କରି ଏକ ବଢ଼ିଆ କ୍ୟାପସନ୍ ଦେଇଛନ୍ତି। ଏହି ଫଟୋରେ ଆପଣ ଦେଖିପାରୁଥିବେ ଯେ ଏମାନେ ପୂରା ସାଧାରଣ ଲୋକଙ୍କ ଭଳି ବିନା କୌଣସି ସିକ୍ୟୁରିଟୀରେ ଯାଉଛନ୍ତି। ଭାଇରାଲ ହେଉଥିବା ଏହି ଫଟୋରେ ସବୁବେଳ ଭଳି ଅନୁଷ୍କା ବହୁତ ଷ୍ଟାଇଲିସ୍ ଲୁକରେ ନଜର ଆସୁଛନ୍ତି।
View this post on Instagram
s