ଆଶୁତୋଷ ରାଣାଙ୍କ ଶିବ ତାଣ୍ଡବ ଭିଡିଓକୁ ପୁଣି ଥରେ ପୋଷ୍ଟ କଲା ଫେସବୁକ

ମହାଶିବରାତ୍ରି ସମୟରେ ଆଶୁତୋଷ ରଣାଙ୍କ ଶିବତାଣ୍ଡବ ସ୍ତ୍ରୋତ ଭିଡିଓ ଯେମିତି ଭକ୍ତଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି । ଶିବତାଣ୍ଡବକୁ ଖୁବ ସରଳ ଭାଷାରେ ବର୍ଣ୍ଣନା କରିଥିବା ଏହି ଭିଡିଓଟିକୁ ବିଭିନ୍ନ ପ୍ରାନ୍ତରୁ ପ୍ରସଂଶାର ସୁଅ ଛୁଟିବାରେ ଲାଗିଛି । ଏହାବାଦ ବିଭିନ୍ନ ସୋସିଆଲ ମିଡିଆରେ ବି ଖୁବ ଦ୍ରୁତ ଗତିରେ ଭାଇରଲ ହେବାରେ ଲାଗିଛି । କିନ୍ତୁ ଅନ୍ୟ ପକ୍ଷରେ ଅଭିନେତା ଆଶୁତୋଷ ରାଣା ଟ୍ୱିଟର ଜରିଆରେ ଲୋକଙ୍କୁ ସୂଚନା ଦେଇଛନ୍ତିଯେ ଫେସବୁକ ପକ୍ଷରୁ ତାଙ୍କ ଟାଇମ ଲାଇନରୁ ଭିଡିଓ ଟିକୁ ଡିଲିଟ କରି ଦିଆଯାଇଛି । ଆଉ ଏହାକୁ ନେଇ ଉଭୟ ଆଶୁତୋଷ ଓ ତାଙ୍କ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଫେସବୁକ ପେଜରେ ବିଭିନ୍ନ ମହଲରୁ ଅସନ୍ତୋଷର ସୁଅ ଛୁଟିବା ପରେ ଭିଡିଓ ଟିକୁ ପୁଣି ଥରେ ଟାଇମ ଲାଇନରେ ଛଡ଼ାଯାଇଛି ।

ଭିଡିଓଟିରେ ଆଶୁତୋଷ ଶିବ ତାଣ୍ଡବକୁ ଖୁବ ସରଳ ଭାଷାରେ ସେହି ପୁରୁଣା ଧୁନ ସହିତ ପରିବେଷଣ କରିଛନ୍ତି । କିନ୍ତୁ ପରେ ଫେସବୁକ ପେଜରୁ ତାକୁ ହଟାଇବାକୁ ନେଇ ଆଶୁତୋଷ ଓ ତାଙ୍କ ସମର୍ଥକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହାକୁ ନେଇ ଟ୍ୱିଟରରେ ପୋଷ୍ଟ କରି ସେ ଲେଖିଛନ୍ତିକି: “ପ୍ରକୃତରେ ମୁଁ ନିଜେ ବି ଚକିତ ! ଫେସବୁକ କିପରି ଭାବରେ ମୋ “ଶିବ ତାଣ୍ଡବ” ଭିଡିଓକୁ ଟାଇମ ଲାଇନରୁ ହଟାଇଦେଲା । ଯେବେକି ଏହା ପଛରେ ସେମିତି କୌଣସି ବିଶେଷ କାରଣ ବି ନାହିଁ । କମ୍ପାନୀ ପକ୍ଷରୁ ଏମିତି ପଦକ୍ଷେପ କାହିଁକି ନିଆଗଲା ମୁଁ ନିଜେ ବି ଜାଣି ପାରିଲିନାହିଁ । ନା ସେଥିରେ କୌଣସି ପ୍ରକାର କପି ରାଇଟର ଅଭିଯୋଗ ଥିଲା ନା କୌଣସି ପ୍ରକାର ଆଇନ ଉଲ୍ଲଙ୍ଘନର ମାମଲା ଥିଲା । ଏହା ତ କୌଣସି ପ୍ରକାର କମ୍ପାନୀ ଦ୍ୱାରା ଜାରି ହୋଇଥିବା ନିୟମ ମାନକୁ ଭାଙ୍ଗି ବି ନଥିଲା | ଆଶୁତୋଷଙ୍କ ଏହି ଟ୍ୱିଟକୁ ହଜାରରୁ ଅଧିକ ଥର ରିଟ୍ଵିଟ କରାଯାଇଥିବା ବେଳେ କମ୍ପାନୀର ଏପରି ପଦକ୍ଷେପକୁ ନେଇ ଲୋକେ ବି ଅସନ୍ତୁଷ୍ଟ ଅଛନ୍ତି ।

ପରେ ଟାଇମ ଲାଇନରେ ଭିଡିଓଟିକୁ ପୁଣି ଥରେ ପୋଷ୍ଟ କରାଯିବାକୁ ନେଇ ମଧ୍ୟ ଆଶୁତୋଷ ଟ୍ୱିଟ ଜରିଆରେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତିକି ଅଗଣିତ ଭକ୍ତ ମାନଙ୍କର ମହାଦେବଙ୍କ ପ୍ରତି ଥିବା ଆସ୍ଥା କାରଣରୁ ହିଁ ଏସବୁ କିଛି ସମ୍ଭବ ହୋଇପାରିଛି । ଏହା ସହ ହୃଦୟରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ସମସ୍ତଙ୍କୁ ସାଦର ପ୍ରଣାମ ମଧ୍ୟ କରିଛନ୍ତି । ସୂଚନା ଦେବା ଉଚିତ ହେବକି, ଶିବରାତ୍ରି ଅବସରରେ ସାମ୍ନାକୁ ଆସିଥିବା ଏହି ଭିଡିଓ ଟିକୁ ଲେଖକ ତଥା କବି ଆଲୋକ ଶ୍ରୀ ବାସ୍ତବଙ୍କ ସହ ମିଶି ଆଶୁତୋଷ ପ୍ରସ୍ତୁତ କରିଥିଲେ । ସମ୍ପୂର୍ଣ୍ଣ ଶିବ ତାଣ୍ଡବ ସ୍ତୋତ୍ରକୁ ହିନ୍ଦୀ ଭାଷାରେ ହିଁ ଏହାକୁ ପରିବେଷଣ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.