ଫିଲ୍ମ ‘ଦମନ’ର ଟ୍ରେଲର ରିଲିଜ୍‌: ଡାକ୍ତର ଭୂମିକାରେ ନଜର ଆସିବେ ବାବୁସାନ, ପରଦାରେ ଦେଖିବାକୁ ମିଳିବ ବିଚ୍ଛିନ୍ନାଞ୍ଚଳର ସ୍ୱାସ୍ଥ୍ୟସେବା ଓ ଅନ୍ଧବିଶ୍ୱାସର କାହାଣୀ

ରିଲିଜ୍‌ ହେଲା ବାବୁସାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦମନ’ର ଟ୍ରେଲର । ଏହା ରିଲିଜ୍‌ ହେବା ପରେ ଫ୍ୟାନ୍‌ମାନଙ୍କ ପ୍ରସଂଶା ସାଉୁଁଟିବାରେ ଲାଗିଛି । ଫିଲ୍ମ ନିର୍ମାଣକାରି ସଂସ୍ଥା ଜେପି ମୋସନ୍ ପିକ୍‌ଚର ଏହାକୁ ସୋସିଆଲ ମିଡିଆ ମାଧ୍ୟମରେ ରିଲିଜ୍ କରିଛି । ସାଧାରଣତନ୍ତ୍ର ଦିବସରେ ଏହାକୁ ରିଲିଜ୍ କରାଯାଇଥିଲା, ଯଦି କାହାଣୀ କଥା କହିବା ତାହାଲେ ଏହା ଏକ ନିଛକ ଓଡିଆ କାହାଣୀକୁ ନେଇ ଏହି ଚଳଚିତ୍ରଟିକୁ ନିର୍ମାଣ କରାଯାଇଛି ।

ଓଡିଶାର ବିଛିନ୍ନ ଅଂଚଳ ମାଲକାନଗିରିରେ କିଭଳି ଲୋକ ମ୍ୟାଲେରିଆର ବଶବର୍ତ୍ତୀ ହେଉଥିଲେ ଓ ଅନ୍ଧବିଶ୍ୱାସରେ ବୁଡି ରହି ରୋଗକୁ ଚିହ୍ନି ପାରୁନଥିଲେ ସେ ବିଷୟରେ ବର୍ଣ୍ଣନା କରାଯାଇଛି । ଏହିଭଳି ସ୍ଥାନରେ କିପରି ଜଣେ ଡାକ୍ତର ରୋଗ ଆଉ ରୋଗୀକୁ ଅନ୍ଧବିଶ୍ୱାସର ଅନ୍ଧାର ଗଳିରୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି, ତାସହ ଏହି ଭଳି ସ୍ଥାନରେ କେମିତି ବାହ୍ୟଦୁନିଆ ରୁ ଅଲଗା ହୋଇ କିପରି ଜଣେ ଡାକ୍ତର ତାର କର୍ତ୍ତବ୍ୟକୁ ଅଧିକ ପ୍ରାଧାନ୍ୟ ଦେଉଛି ସେ ବିଷୟରେ ଦେଖିବାକୁ ମିଳିଛି ।

dd

ସବୁବେଳେ ଚକ୍‌ଲେଟ୍ ହିରୋ ଭାବେ ପରିଚିତ ସୁପରଷ୍ଟାର ବାବୁସାନ୍ ମହାନ୍ତି ଏଥିରେ ଡାକ୍ତର ଭୂମିକାରେ ଅଭିନୟ କରିଛନ୍ତିା ଏହି ଫିଲ୍ମକୁ ଦିପେନ୍ଦ୍ର ସାମଲ ପ୍ରଯୋଜନା କରିଥିବା ବେଳେ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ବିଶାଲ ମୋର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା ।