ଆସନ୍ତା ମାସରେ ହେବ ବଜେଟ ଉପସ୍ଥାପନ, ଏହିସବୁ ନିୟମରେ ହେବ ବଡ଼ ପରିବର୍ତ୍ତନ, ଜାଣିନିଅନ୍ତୁ

ନୂଆବର୍ଷର ପ୍ରଥମ ମାସ ମାନେ ଜାନୁଆରୀ ମାସ ଏବେ ସରିଯିବ । ଆସନ୍ତା ମାସ ଫେବୃଆରୀ ମାସର ପ୍ରଥମ ଦିନରୁ ହିଁ ଅନେକ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି।ଫେବୃଆରୀ ମାସରେ ଓ୍ଵାର୍କିଂ ସେକ୍ଟରକୁ ନେଇ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୧ ଫେବୃଆରୀରୁ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଚଳିତ ବର୍ଷର ବଜେଟ ଉପସ୍ଥାପନା କରିବେ। ଯାହାର ପ୍ରଭାବ ପୁରା ଦେଶବାସୀଙ୍କ ଉପରେ ପଡ଼ିବ।

କେବଳ ବଜେଟ ନୁହେଁ ବରଂ ଅନ୍ୟ ସବୁ କ୍ଷେତ୍ରରେ ମଧ୍ୟ ବଡ଼ ପରିବର୍ତ୍ତନ ହେବ। ଯାହା ଏହି ୧ ଫେବୃଆରୀରୁ ଲାଗୁ ହେବ। ଯାହାର ମାଡ଼ ସିଧା ସଳଖ ସାଧାରଣ ଜନତାଙ୍କ ପକେଟ ଉପରେ ପଡ଼ିବ।

ଏସବିଆଇ କରୁଛି ବଡ଼ ପରିବର୍ତ୍ତନ:
ଦେଶର ସବୁଠୁ ବଡ଼ ସାର୍ବଜନିକ କ୍ଷେତ୍ରର ବ୍ୟାଙ୍କ ହେଉଛି ଏସବିଆଇ। ଯେଉଁଥିରେ ଲକ୍ଷାଧିକ ଲୋକଙ୍କର ଆକାଉଣ୍ଟ ରହିଛି। ଏବେ ଏହାର ଟଙ୍କା ଟ୍ରାନ୍ସଫରକୁ ନେଇ ବଡ଼ ପରିବର୍ତ୍ତନ ହେବ। ଏବେ ବ୍ୟାଙ୍କ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ମଧ୍ୟରେ IMPS ଜରିଆରେ ଟଙ୍କା ଟ୍ରାନ୍ସଫର କରିବା ଉପରେ ୨୦ ଟଙ୍କା ଏକ୍ସଟ୍ରା ସହ ଜିଏସଟି ମଧ୍ୟ ଲାଗୁ ହେବ। ମାନେ ଏବେ ଆପଣଙ୍କୁ ଟଙ୍କା ଟ୍ରାନ୍ସଫର କରିବାର ଥିଲେ ଆପଣଙ୍କୁ ଏକ୍ସଟ୍ରା ଚାର୍ଜେସ ଦେବାକୁ ହେବ। ଏସବୁକୁ ମହଙ୍ଗା କରାଯାଇଛି। ଗତ ଅକ୍ଟୋବର ମାସରେ ବ୍ୟାଙ୍କ ଟାଞ୍ଜାକସନ ଆମାଉଣ୍ଟକୁ ୨ ଲକ୍ଷ ଟଙ୍କାରୁ ବଢ଼ାଇ ୫ ଲକ୍ଷ ଟଙ୍କା କରିଦିଆଯାଇଥିଲା। ରିଜର୍ଭ ବ୍ୟାଙ୍କ IMPS ଜରିଆରେ ଟାଞ୍ଜାକାସନ ଆମାଉଣ୍ଟକୁ ବଢ଼ାଇ ୨ ଲକ୍ଷ ଟଙ୍କାରୁ ବଢ଼ାଇ ୫ ଲକ୍ଷ ଟଙ୍କା କରିଛି।

ବ୍ୟାଙ୍କ ଅଫ ବରୋଦାର ନିୟମରେ ପରିବର୍ତ୍ତନ:

୧ ଫେବୃଆରୀରେ ବଦଳୁଥିବା ନିୟମ ଭିତରେ ବ୍ୟାଙ୍କ ଅଫ ବରୋଦା ମଧ୍ୟ ସାମିଲ ଅଛି। ଚେକ କ୍ଲିୟରାନ୍ସକୁ ନେଇ ଏହି ନିୟମ ରହିଛି। ଆସନ୍ତା ମାସରୁ ଟଙ୍କା ଚେକ ପେମେଣ୍ଟ କରିବାକୁ ହେଲେ ପଜିଟିଭ ପେ ସିଷ୍ଟମକୁ ଫଲୋ କରିବାକୁ ହେବ। ଏହି ନିୟମ ୧୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଚେକ କ୍ଲିୟରାନ୍ସ ଉପରେ ଲାଗୁ ହେବ।

ପିଏନବି ବ୍ୟାଙ୍କ:
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମଧ୍ୟ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଏବେ ଆପଣଙ୍କ ଆକାଉଣ୍ଟରେ ଟଙ୍କା ନଥିବା କାରଣରୁ କିସ୍ତି ବା ନିବେଶ ଫେଲ ହୋଇଯାଉଥିଲେ ଆପଣଙ୍କୁ ଏଥିପାଇଁ ୨୫୦ ଟଙ୍କା ପେନାଲ୍ଟି ଦେବାକୁ ହେବ। ଏବେ ପର୍ଯ୍ୟନ୍ତ ଏହା ୧୦୦ ଟଙ୍କା ଥିଲା।

ଗ୍ୟାସ ସିଲିଣ୍ଡର ଦାମରେ ପରିବର୍ତ୍ତନ:
ସାଧାରଣ ଭାବେ ସବୁ ମାସର ପ୍ରଥମ ତାରିଖରେ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ନିଶ୍ଚିତ କରାଯାଏ। ଏଥରକ ବଜେଟ ମଧ୍ୟ ସାମିଲ ରହିଛି। ତେଣୁ ସମସ୍ତଙ୍କ ନଜର ଏହା ଉପରେ ରହିଛି ଯେ ଗ୍ୟାସର ଦାମ ଏବେ ବଢ଼ିବ ନା କମିବ। କାରଣ ଦାମ ଯାହା ହେଉ ନା କାହିଁକି ଲୋକଙ୍କ ପକେଟ ଉପରେ ଏହାର ପ୍ରଭାବ ପଡ଼ିବ।

ଚଳିତ ବର୍ଷର ବଜେଟ:
ପ୍ରଥମ ଫେବୃଆରୀରେ କେନ୍ଦ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଚଳିତ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ଏଥିରେ ଡାଇରେକ୍ଟ ଓ ଇନଡାଇରେକ୍ଟ ଟାକ୍ସର ନିୟମରେ ବଡ଼ ପରିବର୍ତ୍ତନ ହେବ। ତେବେ ମହାମାରୀ ସମୟରେ ଦେଶର ବଜେଟ ଉପରେ ରହିଥାଏ ସମସ୍ତଙ୍କ ନଜର। ଏହାସହ ନିର୍ବାଚନକୁ ଦୃଷ୍ଟିରେ ରଖି ଏହା ମନାଯାଉଛି ଯେ ଏଥରକ ବଜେଟରେ କିିଛି ବଡ଼ ନିଷ୍ପତ୍ତି ନିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.