ବଧାଇ ହୋ ପରେ ଏବେ ଆସିବ ‘ବଧାଇ ଦୋ’, ଆୟୁଷ୍ମାନ୍‌ଙ୍କୁ ରିପ୍ଲେସ୍‌ କଲେ ଏହି ଅଭିନେତା

ବଧାଇ ହୋ ପରେ ଏବେ ପରଦାକୁ ଆସିବାକୁ ଯାଉଛି ବଧାଇ ଦୋ। ନାଁରୁ ହିଁ ବୁଝାପଡ଼ୁଛି ଯେ ବଧାଇ ଦୋ ଏକ ପାରିବାରିକ କମେଡି ଫିଲ୍ମ। ଫିଲ୍ମଟିକୁ ମସ୍ତି, ମଜାକ୍‌, କମେଡିର ଭରପୁରର କମ୍ପ୍ଲିଟ୍‌ ପ୍ୟାକେଜ୍‌ କହିଲେ ଅତ୍ୟୁକ୍ତି ହେବନାହିଁ। ମାତ୍ର ବଧାଇ ଦୋର କାହାଣୀ ଓ ଚରିତ୍ର ବଧାଇ ଦୋ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। କିନ୍ତୁ ଉଭୟ ଫିଲ୍ମ ମଧ୍ୟରେ ସାମାନ୍ୟ ସାମଞ୍ଜସ୍ୟ ରହିଛି, ଯାହା ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ନିର୍ଦ୍ଦେଶକ କହିଛନ୍ତି।

ଉଭୟ ବଧାଇ ହୋ ଓ ବଧାଇ ଦୋ ଫିଲ୍ମର କାହାଣୀ ଲେଖିଛନ୍ତି ଅକ୍ଷତ ଘିଲଡିୟାଲ। ବଧାଇ ହୋ ପାଇଁ ତାଙ୍କୁ ବହୁ ପୁରସ୍କାର ମଧ୍ୟ ମିଳିଛି। ଏହି ଫିଲ୍ମରେ ଲିଡ୍‌ ରୋଲରେ ନଜର ଆସିବେ ରାଜକୁମାର ରାଓ ଓ ଅଭିନେତ୍ରୀ ଭୂମି ପେଡନେକର। ପ୍ରଥମ ଥର ପାଇଁ ଉଭୟ କଳାକାର ଗୋଟିଏ ଫିଲ୍ମରେ ଏକାଠି ନଜର ଆସିବେ।

badhai do

ଫିଲ୍ମରେ ରାଜକୁମାର ଦିଲ୍ଲୀ ପୋଲିସର ଜଣେ ଅଧିକାରୀ ଭାବେ ଅଭିନୟ କରିଛନ୍ତି। ସେ ମହିଳା ଥାନାର ଏକମାତ୍ର ପୁରୁଷ ପୋଲିସ ଭୂମିକାରେ ଅଭିନୟ କରୁଛନ୍ତି। ଅନ୍ୟପଟେ ଭୂମି ଜଣେ ସ୍କୁଲ ପିଟି ଶିକ୍ଷୟିତ୍ରୀ ଅଛନ୍ତି। ଉଭୟ ପରସ୍ପରର ବିପରୀତ ହୋଇଥିଲେ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ବିବାହ ପରେ ସେମାନଙ୍କ ଜୀବନରେ କି କି ଝଡ଼ଝଞ୍ଜା ଆସୁଛି ତାହା ଫିଲ୍ମରେ ଦେଖିବାକୁ ମିଳିବ। ଏହି ଫିଲ୍ମର ସୁଟିଂ ଜୁନ୍‌ରୁ ଆରମ୍ଭ ହୋଇଛି। ଆସନ୍ତା ବର୍ଷ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.