‘ଦ କେରଳ ଷ୍ଟୋରୀ’ପରେ ଧମାଲ କରିବ ‘ବସ୍ତର’, ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ

ଆଦା ଶର୍ମାଙ୍କ ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ସୁଦିପ୍ତ ସେନ ନିର୍ଦ୍ଦେଶନା ଦେଇଥିବାବେଳେ ଏହାର ନିର୍ମାତା ବିପୁଲ ଅମୃତଲାଲ ଶାହ ଥିଲେ । ତେବେ ବର୍ତ୍ତମାନ ଏହି ନିର୍ଦ୍ଦେଶକ ଏବଂ ନିର୍ମାତା ଆଉ ଏକ ନୂଆ ଫିଲ୍ମକୁ ନେଇ ଆସୁଛନ୍ତି । ଏହି ଫିଲ୍ମର ନାମ ହେଉଛି ‘ବସ୍ତର’, ଯାହା ଏକ ସତ୍ୟ ଘଟଣା ଉପରେ ଆଧାରିତ ।

‘ଦ କେରଳ ଷ୍ଟୋରୀ’ ଫିଲ୍ମ ର ଚର୍ଚ୍ଚା ଏବେ ମଧ୍ୟ ଜାରି ରହିଛି । ଫିଲ୍ମର କଣ୍ଟେଟକୁ ନେଇ ବିବାଦ ଲାଗିରହିଥିବାବେଳେ ଫିଲ୍ମରେ ହୋଇଥିବା କଲେକ୍ସନ ସମସ୍ତ ରେକର୍ଡ ଭାଙ୍ଗିଛି । ଆଦା ଶର୍ମାଙ୍କ ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ସୁଦିପ୍ତ ସେନ ନିର୍ଦ୍ଦେଶନା ଦେଇଥିବାବେଳେ ଏହାର ନିର୍ମାତା ବିପୁଲ ଅମୃତଲାଲ ଶାହ ଥିଲେ । ତେବେ ବର୍ତ୍ତମାନ ଏହି ନିର୍ଦ୍ଦେଶକ ଏବଂ ନିର୍ମାତା ଆଉ ଏକ ନୂଆ ଫିଲ୍ମକୁ ନେଇ ଆସୁଛନ୍ତି । ଏହି ଫିଲ୍ମର ନାମ ହେଉଛି ‘ବସ୍ତର’, ଯାହା ଏକ ସତ୍ୟ ଘଟଣା ଉପରେ ଆଧାରିତ । ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଫିଲ୍ମ ‘ଦ କେରଳ ଷ୍ଟୋରୀ’ ମେ ମାସରେ ରିଲିଜ ହୋଇଥିଲା ଏବଂ କେରଳ ବ୍ରେକଡ୍ରପ ଉପରେ ସତ କାହାଣୀକୁ ଦେଖା ଯାଇଥିଲା । ଆଦା ଶର୍ମାଙ୍କ ଏହି ଫିଲ୍ମ ୨୦୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା । ଏହି ପିଲ୍ମର ସଫଳତା ପରେ ସୁଦିପ୍ତ ଏବଂ ଅମୃତଲାଲ ସତ ଘଟଣା ଉପରେ ଆଧାରିତ ‘ବସ୍ତର’ ନାମକ ଆଉ ଏକ ଫିଲ୍ମ ନେଇ ଆସୁଛନ୍ତି ।

ବିପୁଲ ଏବଂ ଅମୃତଲାଲଙ୍କ ଏହି ଫିଲ୍ମ ଆସନ୍ତା ବର୍ଷ ଏଫିଲ ୫ରେ ରିଲିଜ ହେବ । ବର୍ତ୍ତମାନ ଏହି ଫିଲ୍ମର ଷ୍ଟାରକାଷ୍ଟ ପ୍ରକାଶ କରାଯାଇ ନାହିଁ । ଆଦା ଶର୍ମା ଏହି ଫିଲ୍ମରେ ଅନ୍ୟ ଏକ ଭୂମିକାରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ଫିଲ୍ମର ପୋଷ୍ଟର ‘ବସ୍ତର’ ରେଡ କଲର ଫଣ୍ଟରେ ନଜର ଆସିଛି । ଫିଲ୍ମ ପୋଷ୍ଟର ପରେ ହିଁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.