ଭୋଜପୁରୀ ଅଭିନେତ୍ରୀ କାଜଲ ରାଘବାନୀଙ୍କୁ ହୋଇଛି ଏହି ଦୂରାରୋଗ୍ୟ ବେମାରୀ, ପୋଷ୍ଟରେ ଲେଖିଲେ “ଏଥିରେ ଲାଜ କରିବାର କିଛି ନାହିଁ”
ଭୋଜପୁରୀ ଅଭିନେତ୍ରୀ କାଜଲ ରାଘବାନିଙ୍କ ସ୍ୱାସ୍ଥ୍ୟାବସ୍ଥା ଆଜିକାଲି ଠିକ ରହୁନାହିଁ । ଏଥିରେ ସନ୍ଦେହ ନାହିଁ ଯେ ସେ ନିଜକୁ ଫିଟ ରଖିବା ନିମନ୍ତେ ଜିମରେ ନିଜ ଝାଳ ବୁହାଇବା ସହିତ ଡାଏଟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି କିନ୍ତୁ ସେ PCOD ରୋଗରେ ଆକ୍ରାନ୍ତ । କାଜଲ ରାଘବାନୀ କହିଛନ୍ତି କି ସେ ଏହି ମାରାତ୍ମକ ରୋଗରେ ପୀଡିତ ଯେଉଁ କାରଣରୁ ତାଙ୍କର ଓଜନ ଦିନକୁ ଦିନ ବଢ଼ିବାରେ ଲାଗିଛି ।
PCOD ଏକ ଓଭାରି ସମ୍ବନ୍ଧୀୟ ରୋଗ ଅଟେ । ଯାହାଦ୍ୱାରା ଝିଅ ମାନଙ୍କ ଠାରେ ହର୍ମୋନର ଅସନ୍ତୁଳନ ଦେଖାଦେଇଥାଏ । ଏପରି ସ୍ଥଳେ ମହିଳା ମାନଙ୍କ ଶରୀରରେ ଫିମେଲ ହର୍ମୋନ ବଦଳରେ ମେଲ ହର୍ମୋନ(ଏଣ୍ଡ୍ରୋଜେନ)ର ସ୍ତର ଅଧିକ ମାତ୍ରାରେ ବଢ଼ିବାରେ ଲାଗିଥାଏ । PCOD ହେବା ଫଳରେ ଅଣ୍ଡାଶୟରେ ଅନେକ ଗଣ୍ଠି(Cyst) ଉତ୍ପନ୍ନ ହୋଇଥାଏ । ଆଜିକାଲି ଅଧିକାଂଶ ଯୁବତୀ ମାନଙ୍କୁ ଏହି ଗମ୍ଭୀର ରୋଗର ସାମ୍ନା କରିବାକୁ ପଡୁଛି ।
କାଜଲ ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଥିଲେ “I M NOT OVARY REACTING. ମୁ ଗତ ଦେଢ଼ ବର୍ଷ ହେବ ଏହି ରାଗରେ ପୀଡିତ ଏବଂ ମୋଠାରେ ଏହି ସମସ୍ତ ଲକ୍ଷଣ ଦେଖାଦେଉଛି । ଏହାକୁ ଲୁଚାଇବାରେ କିମ୍ବା ଲାଜ କରିବାରେ କୌଣସି ଆବଶ୍ୟକତା ନାହିଁ । ଏହା ସହିତ କାଜଲ ଏକ ଫଟୋ ମଧ୍ୟ ପୋଷ୍ଟ କରିଥିଲେ ଯେଉଁଥିରେ ଏହି ରୋଗ ଦ୍ୱାରା ହେଉଥିବା ଭିନ୍ନ ଭିନ୍ନ ଲକ୍ଷଣ ବିଷୟରେ ଲେଖାଯାଇଥିଲା ।
କାଜଲଙ୍କର ଏହି ପୋଷ୍ଟ ପରେ ତାଙ୍କ ଫ୍ୟାନ୍ସ ମାନଙ୍କର କମେଣ୍ଟର ସୁଅ ଛୁଟିଥିଲା । ସମସ୍ତେ କାଜଲ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ଫ୍ୟାନ୍ସ ମାନେ ତାଙ୍କୁ ଆରାମ କରିବା ପାଇଁ ମଧ୍ୟ ପରାମର୍ଶ ଦେଉଥିଲେ । ସୂଚନା ଅନୁଯାୟୀ ଏହାର କୌଣସି ପ୍ରକାର ଚିକିତ୍ସା ନାହିଁ । ଏହି ରୋଗରେ ଥରେ ଆକ୍ରାନ୍ତ ହେଲେ ମହିଳାମାନେ ସାରାଜୀବନ ଏହାକୁ ସାଥିରେ ଧରି ଚାଲିଥାନ୍ତି କିନ୍ତୁ ଉପଯୁକ୍ତ ଜୀବନଶୈଳୀ ଓ ଡାଏଟ ଏଥିରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ ।
ଏହାସହ ପଢନ୍ତୁ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଉପରେ ହାତ ଉଠାଉଥିବାର ନଜରକୁ ଆସିଲେ ଏହି ଆକ୍ଟର, ଦେଖନ୍ତୁ କିପରି ନିଜକୁ ବଞ୍ଚାଉଛନ୍ତି ଅଭିନେତ୍ରୀ
କାଜଲ ରାଘବାନି ହୁକୂମତ, ପଂଚାୟତ, ମେହେନ୍ଦି ଲଗାକେ ରଖନା, ଚିର ହରଣ ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି । ଭୋଜପୁରୀ ଅଭିନେତ୍ରୀ କାଜଲ ରାଘବାନୀଙ୍କ ଗଣନା ଟପ 4 ରେ ହୋଇଥାଏ । କାଜଲ ରାଘବାନୀଙ୍କ ଡ୍ୟାନ୍ସ ବହୁତ ଲୋକପ୍ରିୟ ଅଟେ । ୟୁଟ୍ୟୁବରେ ସବୁଠାରୁ ଅଧିକ ଭିଉ ହୋଇଥିବା ଭୋଜପୁରୀ ଗୀତ ‘ଛଲକତା ହମରୋ ଜବାନିୟା ରାଜା’ ରେ ସେ ଅଭିନୟ କରିଥିଲେ ।