ଭୋଜପୁରୀ ଅଭିନେତ୍ରୀ ଗିରଫ, ସେକ୍ସ ର‍୍ୟାକେଟ ଚଲାଉଥିବା ବେଳେ ପୋଲିସ ଧରିଲା

ଲୋକପ୍ରିୟ ଭୋଜପୁରୀ ଅଭିନେତ୍ରୀ ସୁମନ କୁମାରୀଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ। ସେକ୍ସ ର‍୍ୟାକେଟ ଚଲାଉଥିବା ଅଭିଯୋଗରେ ପୋଲିସ ଗିରଫ କରିଛି । ଏହାସହିତ ୩ ଜଣ ମଡେଲଙ୍କୁ ମଧ୍ୟ ପୋଲିସ ଉଦ୍ଧାର କରିଛି ।

ଗ୍ଲାମର ଦୁନିଆ ଦୂରରୁ ଯେତିକି ସୁନ୍ଦର ପାଖରୁ ସେତିକି ଅନ୍ଧାର । ଏଠାକୁ କ୍ୟାରିଅର ଗଢିବାକୁ ଆସୁଥିବା ଯୁବତୀମାନେ ସେକ୍ସ ର‍୍ୟାକେଟରେ ଫସି ନିଜ ଜୀବନକୁ ବାଜି ଲଗାଉଛନ୍ତି । ନିକଟରେ ଅଭିନେତ୍ରୀ ତଥା କାଷ୍ଟିଂ ଡାଇରେକ୍ଟର ଆରତୀ ମିତ୍ତଲକୁ ପୋଲିସ ସେକ୍ସ ର‍୍ୟାକେଟ ଚଲାଉଥିବା ଅଭିଯୋଗରେ ଗିରଫ କରିଥିଲା । ଏବେ ପୁଣି ଜଣେ ଭୋଜପୁରୀ ଅଭିନେତ୍ରୀ ସେକ୍ସ ର‍୍ୟାକେଟ ଚଲାଇବା ଅଭିଯୋଗରେ ଗିରଫ ହୋଇଛନ୍ତି ।

ଖବର ମୁତାବକ, ୨୪ ବର୍ଷୀୟ ଭୋଜପୁରୀ ଅଭିନେତ୍ରୀ ସୁମନ କୁମାରୀଙ୍କୁ ମୁମ୍ବାଇ ପୋଲିସ ଗତକାଲି ରାତିରେ ଗିରଫ କରିଛି । ଏଥିସହ ୩ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଅଭିନେତ୍ରୀ ଜଣକ ମଡେଲମାନଙ୍କୁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରୁଥିଲେ । ତେବେ ପୋଲିସ ଅଭିନେତ୍ରୀଙ୍କୁ ଗିରଫ କରିବା ପରେ ଅଧିକ ତଦନ୍ତ କରୁଛି ।

ମୁମ୍ବାଇସ୍ଥିତ ପାମ୍ ହୋଟେଲରେ ସେକ୍ସ ରାକେଟ ଚାଲିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ତେଣୁ ସେକ୍ସ ର‍୍ୟାକେଟକୁ ଧରିବା ପାଇଁ ପୋଲିସ ଜାଲ ବିଛାଇଥିଲା । ପ୍ରଥମେ ଜଣେ ପୋଲିସ ଅଧିକାରୀ ଗରାଖ ସାଜି ଅଭିନେତ୍ରୀ ସୁମନ କୁମାରୀଙ୍କ ନିକଟକୁ ଯାଇଥିଲେ। ଯୁବତୀ ଯୋଗାଇଦେବାକୁ କହି ସୁମନ କୁମାରୀ ତାଙ୍କ ସହ ଡିଲ୍ କରିଥିଲେ। ଏପରିକି ପ୍ରତି ମଡେଲ ପାଇଁ ସୁମନ ତାଙ୍କୁ ୫୦ ହଜାରରୁ ୮୦ ହଜାର ଟଙ୍କା ମାଗିଥିଲେ।

ପଇସା ବିଷୟରେ ଛିଣ୍ଡିବା ପରେ ସୁମନ କୁମାରୀ ତାଙ୍କୁ ହୋଟେଲକୁ ନେଇଯାଇଥିଲେ। ସେଠାରେ ମଡେଲମାନେ ପୂର୍ବରୁ ଉପସ୍ଥିତ ଥିଲେ। ସେହି ସମୟରେ ପୋଲିସ ସେଠାରେ ରେଡ୍ କରି ସୁମନ କୁମାରୀଙ୍କୁ ଗିରଫ କରିବା ସହ ୩ ମଡେଲଙ୍କୁ ଉଦ୍ଧାର କରିଛି।
ସୁମନ ବହୁ ଭୋଜପୁରୀ ଫିଲ୍ମ ତଥା ଶୋ’ ତଥା ଓଟିଟି ପ୍ଲାଟଫର୍ମରେ କାମ କରିଛନ୍ତି। ସେ ପ୍ରାୟ ୬ ବର୍ଷ ହେଲା ମୁମ୍ବାଇ ଆସିଥିଲେ। ସୂଚନାଯୋଗ୍ୟ, ନିକଟରେ ଅଭିନେତ୍ରୀ ତଥା କାଷ୍ଟିଂ ଡାଇରେକ୍ଟର ଆରତୀ ମିତ୍ତଲକୁ ପୋଲିସ ସେକ୍ସ ର‍୍ୟାକେଟ ଚଲାଇବା ଅଭିଯୋଗରେ ଗିରଫ କରିଥିଲା । ପୋଲିସ ତାଙ୍କୁ ଘଟଣା ସ୍ଥଳରେ ଧରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.