ଆସେଲେରେଟରେ ଦଉଡି ବନ୍ଧାହୋଇ ଆଗକୁ ବଢିଲା ବସ, ଗନ୍ତବ୍ୟସ୍ଥଳକୁ ପହଁଞ୍ଚାଇଲେ ସାହାସୀ ଡ୍ରାଇଭର

ଛିଣ୍ଡି ପଡ଼ିଲା ବସର ଆସେଲେରେଟର ପେଡାଲ । ଡ୍ରାଇଭର ଓ  କଣ୍ଡକ୍ଟଟର ମିଶି ଯୁଗାଡରେ ତିଆରି କଲେ ଆସେଲେରେଟର ପେଡାଲ । ଏହାପରେ ଗନ୍ତବ୍ୟସ୍ଥଳକୁ ଗଡ଼ିଥିଲା ବସ । ଡ୍ରାଇଭର ଓ କଣ୍ଡକ୍ଟଟର ମିଶି ସୁରକ୍ଷିତ ଭାବେ ବସର ଗନ୍ତବ୍ୟସ୍ଥଳକୁ ପହଁଚାଇଥିଲେ ।

କେନ୍ୟୁଜ୍‌(ବ୍ୟୁରୋ): ଛିଣ୍ଡି ପଡ଼ିଲା ବସର ଆସେଲେରେଟର ପେଡାଲ । ଫୁଲ ସିଟେଡ ରହିଥିଲା ବସ । ଭୟଭୀତ ହୋଇ ଯାଇଥିଲେ ବସଯାତ୍ରୀ । ମୁମ୍ବାଇର କଲ୍ୟାଣରେ ଘଟିଛିି ଏପରି ଘଟଣା । ଡ୍ରାଇଭର ଓ  କଣ୍ଡକ୍ଟଟର ମିଶି ଯୁଗାଡରେ ତିଆରି କଲେ ଆସେଲେରେଟର ପେଡାଲ । ଏହାପରେ ଗନ୍ତବ୍ୟସ୍ଥଳକୁ ଗଡ଼ିଥିଲା ବସ । ଯାହାକୁ ଦେଖି ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । ଡ୍ରାଇଭର ଓ କଣ୍ଡକ୍ଟଟର ମିଶି ସୁରକ୍ଷିତ ଭାବେ ବସର ଗନ୍ତବ୍ୟସ୍ଥଳକୁ ପହଁଚାଇଥିଲେ ।

ଗୁରୁବାର ବିଠଲଓ୍ଵାଡି ଡିପୋରୁ ଅମଲନେର ଯାଉଥିଲା ବସ । ସକାଳ ପ୍ରାୟ ୭ଟା ସମୟରେ ମୁମ୍ବାଇ ଏସଟି କଲ୍ୟାଣ ନିକଟରେ ବସର ଆସେଲେରେଟର ପେଡାଲ ଛିଣ୍ଡି ପଡିଥିଲା । ବସଟି କସାରା ଘାଟି ପାରି କରୁଥିବା ବେଳେ ବସର ଆସେଲେରେଟର ପେଡାଲ ଛିଣ୍ଡି ପଡ଼ିଥିଲା । ଏହାପରେ ବସର ବେଗ ଧିରେ ଧିରେ କମି ଯାଇଥିଲା । ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ଡ୍ରାଇଭର ଓ କଣ୍ଡକ୍ଟଟର ଉପସ୍ଥିତ ବୁଦ୍ଧି ଖଟାଇ ବସର ଆସେଲେରେଟରକୁ ରଶିରେ ବାନ୍ଧି ଦେଇଥିଲେ । ଏହାପରେ ବସକୁ ନିୟନ୍ତ୍ରଣକୁ ଆଣିଥିଲେ । ପରେ ଧିରେ ଧିରେ ବସଟି ନିଜ ଗନ୍ତବ୍ୟସ୍ଥଳ ଆଡ଼କୁ ବଢିଥିଲା ।

ଭୟଭୀତ ହୋଇ ପଡ଼ିଥିଲେ ବସରେ ଥିବା ଯାତ୍ରୀ । ବସଯାତ୍ରୀଙ୍କୁ ବୁଝାସୁଝା କରି ଡ୍ରାଇଭର ବସକୁ ଏହି ଅବସ୍ଥାରେ ନାସିକ ପର୍ଯ୍ୟନ୍ତ ନେଇ ଯାଇଥିଲେ । ଏହାରି ଭିତରେ ରାସ୍ତାରେ ବସକୁ ମେକାନିକ ଠିକ କରିବାକୁ ଆସିଥିଲା । କିନ୍ତୁ ମେକାନିକର ପ୍ରୟାସ ଫେଲ ମାରିଥିଲା । ମେକାନିକ ମଧ୍ୟ ଏହାକୁ ଠିକ କରିପାରି ନଥିଲା । ଏପରି ଅବସ୍ଥାରେ ବସଟି ଦିନ ଗୋଟିଏ ବେଳକୁ ନାସିକ ପହଁଚିଥିଲା । ଏହାପରେ ଡ୍ରାଇଭର ସେଠାରୁ ଅନ୍ୟଏକ ବସ ଯୋଗେ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳ ଅଭିମୁଖେ ପହଁଚାଇଥିଲେ ।

ଏଠାରେ କିଛି ପ୍ରଶ୍ନ ଉଠିବା ସ୍ୱଭାବିକ । ବସର ଆସେଲେରେଟର ପେଡାଲ ଛିଣ୍ଡିଲା କିପରି? ବସର ମରାମତି ସମୟ ପୂର୍ବରୁ ହେଉ ନଥିଲା କି? ପେଡାଲ ଛିଣ୍ଡିଲା ପରେ ବସ କର୍ମଚାରୀଙ୍କୁ ଏତେବଡ଼ ରିକ୍ସ ନେବା ଉଚିତ ଥିଲା କି? ଯଦି ବଡ଼ ଦୁର୍ଘଟଣା କିଛି ଘଟିଥାନ୍ତା ଦାୟୀ କିଏ ରହିଥାନ୍ତା?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.