‘ନଚ ବଲିୟେ’ ଅଫରକୁ ମନା କଲେ ରାହୁଲ ବୈଦ, କାହିଁକି ନେଲେ ଏମିତି ନିଷ୍ପତ୍ତି

ଲୋକପ୍ରିୟ ଶୋ’ ବିଗବସ୍ ସିଜନ ୧୪ର ରନର ଅପ୍ ରାହୁଲ ବୈଦ ଶୋ ଶେଷ ହେବା ପରେ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ପ୍ରେମିକା ଦିଶା ପାରମାରଙ୍କୁ ବିବାହ କରିବା ପ୍ରସଙ୍ଗ ନେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ କିନ୍ତୁ ଏବେ ପୁଣି ଏକ ବଡ ଖବର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଦେଇଛନ୍ତି। ଖବର ମୁତାବକ, ରାହୁଲ ଡ୍ଯାନ୍ସ ରିଆଲିଟି ଶୋ ‘ ନଚ୍ ବଲିୟେ’ ଅଫରକୁ ମନା କରିଦେଇଛନ୍ତି। ରାହୁଲ ‘ଖତରୋଁ କେ ଖିଲାଡି ୧୧’ରେ ଯିବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି।

ଷ୍ଟାର ପ୍ଲସର ଅଫରକୁ ମନା କରିବ ରୋହିତ ସେଟ୍ଟୀଙ୍କ ରିଆଲିଟ ଶୋ ‘ଖତରୋଁ କେ ଖିଲାଡି’ରେ ଭାଗ ନେବାକୁ ଯାଉଛନ୍ତି। ପୂର୍ବରୁ ରାହୁଲଙ୍କ ପାଖରେ ଏହି ଅଫର ଥିଲା କିନ୍ତୁ ସ୍ବାସ୍ଥ୍ଯଗତ କାରଣ ଯୋଗୁଁ ଖତରୋଁ କେ ଖିଲାଡିରେ ଭାଗ ନେବା ପାଇଁ ମନା କରିଦେଇଥିଲେ। କିନ୍ତୁ ଏବେ ବିଲକୁଲ ଏହି ଶୋ’ରେ ଭାଗ ନେବା ପାଇଁ ପ୍ରସ୍ତୁତ ରହିଛନ୍ତି ରାହୁଲ।

ନିକଟରେ ରାହୁଲ ବୈଦ ଏବଂ ଦିଶା ନିଜର ଅଫିସିଆଲ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ବିବାହ ପାଇଁ ଘୋଷଣା କରିଥିଲେ। ଫଟୋ ସେୟାର କରି କ୍ଯାପସନ ଲେଖିଥିଲେ‘ ନୂଆ ଆରମ୍ଭ’। କିନ୍ତୁ ଏହା ଏକ ମ୍ଯୁଜିକ ଭିଡିଓ ପ୍ରମୋସନ ପାଇଁ ରହିଥିଲା। ଯାହାକୁ ଦେଖି ଫ୍ୟାନ୍ସମାନେ ଖୁସିରେ ଅଭିନନ୍ଦନ ଜଣାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.