ଅଦ୍ଭୁତ ପରମ୍ପରା: ଏହି ଦେଶରେ ରହିଛି ଏକ ସିକ୍ରେଟ୍‌ ଗାଁ, ଯେଉଁଠି ବିନା କପଡ଼ାରେ ରହୁଛନ୍ତି ଲୋକେ !

ଦୁନିଆରେ ଏମିତି ଅନେକ ଜାଗା ଅଛି, ଯେଉଁଠି ଅଜବ ପରମ୍ପରା ସବୁ ଦେଖିବାକୁ ମିଳିଥାଏ। ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ଗାଁ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଶୁଣିଲେ ଆପଣ ନିହାତି ଭାବେ ଆଶ୍ଚର୍ଯ୍ୟ ହୋଇଯିବେ। ଗାଁଟି ହେଉଛି ଏକ ସିକ୍ରେଟ୍‌ ନ୍ୟୁଡିଷ୍ଟ୍‍ ଭିଲେଜ, ଯାହାକି ବ୍ରିଟେନ୍‌ରେ ରହିଛି। ଏଠାକାର ଲୋକେ ଶହ ଶହ ବର୍ଷ ଧରି ବନା କପଡ଼ାରେ ରହି ଆସୁଛନ୍ତି। ଏମିତି ନୁହେଁ କି, ସେମାନେ ସମସ୍ତେ ଗରିବ କିମ୍ବା ତାଙ୍କ ପାଖରେ ପିନ୍ଧିବା ପାଇଁ କପଡ଼ା ନାହିଁ। କିନ୍ତୁ ଏହା ଗାଁର ଏକ ପୁରୁଣା ପରମ୍ପରା।

ଏଠାରେ ଲୋକଙ୍କ ପାଖରେ ମୌଳିକ ଆବଶ୍ୟକତାର କୌଣସି ଅଭାବ ନାହିଁ। ତଥାପି ପରମ୍ପରାକୁ ମାନି ଆସୁଥିବା ଲୋକେ ବିନା କପଡ଼ାରେ ହିଁ ରହିଆସୁଛନ୍ତି। ହର୍ଟଫୋର୍ଡଶାୟରରେ ରହିଛି ଏହି ଗାଁ, ଯାହାର ନାଁ, ସ୍ପିଲ୍‌ପ୍ଲାଟଜ୍‌। ସ୍ପିଲ୍‌ପ୍ଲାଟଜ୍‌ର ଅର୍ଥ ଖେଳ ପଡ଼ିଆ। ଗାଁରେ ନା କେବଳ ବୃଦ୍ଧବୃଦ୍ଧା, ବରଂ ପିଲାମାନେ ମଧ୍ୟ କପଡ଼ା ନ ପିନ୍ଧି ରହିଥାଆନ୍ତି।

ଏହି ଗାଁ ବ୍ରିଟେନର ସବୁଠାରୁ ପୁରୁଣା କଲୋନୀଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏଠାରେ ବହୁତ ଭଲ ଭଲ ଘର, ସ୍ୱିମିଙ୍ଗ୍‌ ପୁଲ୍‌ ଆଦି ରହିଛି। ଏପରିକି, ଲୋକେ ପିଇବା ପାଇଁ ବିୟର ଶପ୍‌ ବି ଅଛି। ବିଗତ ୯୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଲୋକେ ଏଠାରେ ଏମିତି ହିଁ ରହୁଛନ୍ତି। ସାରା ବିଶ୍ୱର ଲୋକେ ଏହି ଗାଁକୁ ଆସି ଅନେକ ଡକ୍ୟୁମେଣ୍ଟ୍ରୀ ଏବଂ ଶର୍ଟ ଫିଲ୍ମ ବନାଇ ସାରିଛନ୍ତି। ବିଶେଷ କରି ଆଖପାଖ ଅଞ୍ଚଳର ଲୋକେ, ପୋଷ୍ଟମ୍ୟାନ, ସୁପରମାର୍କେଟ ଡେଲିଭରୀ କରୁଥିବା ଲୋକେ ଏହି ଗାଁକୁ ଆସିଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.