ଏକ ମାସର ହେଲା ‘ଦେବୀ’; ମା’ ବିପାଶା ବସୁ ଓ ବାପା କରନ ସିଂ ଗ୍ରୋଭର ଏହିଭଳି ପାଳନ କଲେ ଝିଅର ପ୍ରଥମ ମାସ ଜନ୍ମଦିନ…

ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଘରକୁ ଚଳିତ ବର୍ଷ ନଭେମ୍ବର ୬ରେ କନ୍ୟାରତ୍ନ ଆସିଥିଲା, ଯାହାର ନାମ ସେମାନେ ‘ରାହା କପୁର’ ରଖିଛନ୍ତି। ଏହାର ଏକ ସପ୍ତାହ ଭିତରେ ଅର୍ଥାତ୍‌ ୧୨ ନଭେମ୍ବରରେ କରଣ ସିଂ ଗ୍ରୋଭର ଓ ବିପାଶା ବସୁଙ୍କ ଘରେ ମଧ୍ୟ କନ୍ୟା ସନ୍ତାନ ଜନ୍ମ ନେଇଥିଲା। ଏହି ଦମ୍ପତି ଝିଅର ନାମ ରଖିଛନ୍ତି ‘ଦେବୀ ବସୁ ସିଂ ଗ୍ରୋଭର’। ଗତକାଲି ଡିସେମ୍ବର ୧୨ରେ ବିପାଶା ଓ କରନଙ୍କ ଝିଅ ‘ଦେବୀ’ ଏକ ମାସର ହୋଇଯାଇଛି ଏବଂ ତା’ର ପ୍ରଥମ ମାସ ଜନ୍ମଦିନ ଉତ୍ସବକୁ ମମ୍ମି, ପାପା ବହୁତ ଖାସ୍‌ ପ୍ରକାରରେ ପାଳନ କରିଛନ୍ତି।

ବିପାଶା ଓ କରନଙ୍କ ‘ଦେବୀ’ ୧୨ ଡିସେମ୍ବରରେ ନିଜର ପ୍ରଥମ ମାସ ଜନ୍ମଦିନ ପାଳନ କରିଛି। ଏହି ଅବସରକୁ ଅଭିନେତ୍ରୀ ଓ ଅଭିନେତା ବହୁତ ଖାସ୍‌ କରିଛନ୍ତି। ଏଥିପାଇଁ ସେମାନେ ନିଜ ଘରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେ, ଯାହାର ଭିଡିଓ ବିପାଶା ବସୁ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓରେ ଅନେକ ଲୋକ ଦେବୀ ପାଇଁ ଭଲ ପାଇବା ଏବଂ ଆଶୀର୍ବାଦ ପଠାଇଛନ୍ତି।

ଭିଡିଓରେ ବିପାଶା ଓ କରନ ଏକାଠି ବସି ଏକ ସୁନ୍ଦର କେକ୍‌ କାଟୁଥିବାର ନଜର ଆସୁଛନ୍ତି। କେକ୍‌ ଉପରେ ଲେଖା ହୋଇଛି, ‘ଦେବୀ ଟର୍ଣ୍ଣସ୍‌ ଓ୍ଵାନ୍‌ ମନ୍ଥ୍‌’। ଉଭୟ ମିଶି କେକ୍‌ କାଟୁଛନ୍ତି ଏବଂ ଦେବୀକୁ ଏକ ମାସ ପୂରଣ ହେବା ଅବସରରେ ହ୍ୟାପି ବାର୍ଥ ଡେ’ ଜିଙ୍ଗଲ୍‌ ମଧ୍ୟ ଗାଉଛନ୍ତି। ଉଭୟ ଏହି ଭିଡିଓକୁ ନିଜ ଫ୍ୟାନ୍‌ମାନଙ୍କ ସହିତ ସେୟାର କରିଛନ୍ତି।

 

View this post on Instagram

 

A post shared by Bipasha Basu (@bipashabasu)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.