ମହାଠକ ସୁକେଶ ଚନ୍ଦ୍ରଶେଖର ମାମଲାରେ ନୂଆ ମୋଡ, ନୋରା ଫତେହୀଙ୍କ ମାନହାନି କେସ୍‌ର ଜବାବ ଦେବେ ଜ୍ୟାକଲିନ୍‌

ସୁକେଶ ଚନ୍ଦ୍ରଶେଖର ସହିତ ଜଡିତ ମନି ଲଣ୍ଡ୍ରରିଂ ମାମଲାରେ ନୂଆ ମୋଡ ଆସିଛି। ଏହାକୁ ନେଇ ଅଭିନେତୀ ନୋରା ଫତେହୀ ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ପରସ୍ପର ନାମରେ ମାମଲା ଦାୟର କରିଛନ୍ତି । କ୍ୟାକଲିନ ମାନହାନି କରିଥିବା ନେଇ ନୋରା ମାମଲା ଦାଏର କରିଥିଲେ। ଏବେ ଜ୍ୟାକଲିନ ଏହାକୁ ନେଇ ନିଜ ପକ୍ଷ ରଖିବେ ବୋଲି ନୋରାଙ୍କୁ ଚେତାବନୀ ଦେଇଛନ୍ତି।

ନୋରା ଫତେହୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ ୧୫ ଟି ମିଡିଆ ହାଉସ ବିପକ୍ଷରେ ଅପମାନଜନକ ମନ୍ତବ୍ୟ ଦେଇ ମାନହାନି ମକଦ୍ଦମା ଦାୟର କରିଛନ୍ତି। ସେ ଗଣମାଧ୍ୟମ ସଂଗଠନଗୁଡ଼ିକୁ ଏହି ମନ୍ତବ୍ୟକୁ ‘ଆଗକୁ ବଢେଇବା ଏବଂ ପ୍ରସାରଣ’ ଅଭିଯୋଗ କରିଛନ୍ତି । ନୋରା କହିଛନ୍ତି ସୁକେଶ ତାଙ୍କ ସହିତ ସିଧାସଳଖ ସଂପର୍କରେ ନଥିଲେ । ସୁକେଶଙ୍କ ପତ୍ନୀ ଲୀନାଙ୍କ ଜରିଆରେ ସେ ତାଙ୍କୁ ଜାଣିଥିଲେ। କିନ୍ତୁ ଏହାକୁ ନେଇ ଜ୍ୟାକଲିନଙ୍କ ଓକିଲ କହିଛନ୍ତି, ଜ୍ୟାକଲିନ କେବେ ନୋରାଙ୍କ ବିଷୟରେ କିଛି କହିନାହାନ୍ତି । ଆଉ ନୋରାଙ୍କ ମାନହାନି କରିବା ତ ଦୂରର କଥା ।

ସେ ଆହୁରି ମଧ୍ୟ କହିଛନ୍ତି, ନୋରାଙ୍କ ପାଇଁ ଜ୍ୟାକଲିନଙ୍କ ମନରେ ବହୁତ ସମ୍ମାନ ରହିଛି । ଯଦି ତାଙ୍କ ସମ୍ମାନକୁ ଆଇନଗତ ଭାବେ ଘୋଷଡାଯିବ, ତେବେ ତାଙ୍କ ଗରିମା ରକ୍ଷା ପାଇଁ ଜବାବ ନିଶ୍ଚିତ ଦେବେ । କିନ୍ତୁ ଏହା ନିଶ୍ଚିତ ଭାବେ ଭୁଲ୍‌ ବୁଝାମଣା ହୋଇଛି ବୋଲି ଜ୍ୟାକଲିନଙ୍କ ଓକିଲ କହିଛନ୍ତି ।

ସୂଚନା ମୁତାବକ କିଛି ଦିନ ତଳେ ମନି ଲଣ୍ଡ୍ରରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପରେ ଏବେ ନୋରା ଫତେହୀଙ୍କୁ EOW ଅଫିସରୁ ଡାକରା ଆସିଥିଲା । ଏହାପରେ ନୋରା ହାଜର ହେଇଥିଲେ । ଦିଲ୍ଲୀ ପୋଲିସର EOW ଅଧିକାରୀ ନୋରାଙ୍କୁ ଜେରା କରିଥିଲା । ଏହାପରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ମଧ୍ୟ ଜେରା କରାଯାଇଥିଲା ।

ଶେଷ ସମୟରେ ପଞ୍ଚମ ଥର ପାଇଁ ନୋରା EOW ଅଫିସରେ ହାଜର ହେଇଥିଲେ । ତେବେ ପ୍ରତ୍ୟେକ ଥର ନୋରା ପୋଲିସକୁ ସହଯୋଗ କରିଥିବା ଜଣାଯାଇଛି । ସୁକେଶ ତାଙ୍କୁ ଗିଫ୍ଟ ଦେଇଥିବା ସେ ସ୍ୱୀକାର କରିଥିବା ବେଳେ ନୋରା ସୁକେଶର କୌଣସି ଅପରାଧିକ ରେକର୍ଡ ବିଷୟରେ ଜାଣିନଥିବା ନୋରା ପ୍ରକାଶ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.