Below header

ପ୍ରଥମ ଫିଲ୍ମରୁ ମିଳିଥିଲା ଦମଦାର ସଫଳତା, ହ୍ୟାଣ୍ଡସମ୍ ହଙ୍କ ଭାବେ ହୋଇଥିଲେ ପରିଚିତ

୪୪ବର୍ଷରେ ପାଦ ଥାପିଛନ୍ତି ବଲିଉଡର ସୁପରଷ୍ଟାର ହ୍ରିତିକ୍ ରୋଶନ । ୧୯୭୪ ମସିହା ଜାନୁୟାରୀ ୧୦ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ନିଜର ଚମତ୍କାର ଅଭିନୟ ପାଇଁ ସେ ୬ ଥର ଫିଲ୍ମ ଫେୟାର ସହ ଅନେକ ପୁରସ୍କାର ପାଇଛନ୍ତି ହ୍ରିତିକ୍ । ୨୦୦୦ ମସିହାରେ ଫିଲ୍ମ କହୋ ନା ପ୍ୟାର ହୈ ଦ୍ବାରା ସେ ବଲିଉଡରେ ଡେବ୍ୟୁ କରିଥିଲେ । ପ୍ରଥମ ଫିଲ୍ମରୁ ସେ ପାଇଥିଲେ ସଫଳତା । ଫିଲ୍ମରେ ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଅଭିନେତ୍ରୀ ଅମୀଷା ପଟେଲ ।

hrithik 2.

ପରେ ହ୍ରିତିକ୍ ଟେରୋରିଜିମ୍ ଡ୍ରାମା ଫିଲ୍ମ ଫିଜାରେ ଅଭିନୟ କରିଥିଲେ । ବକ୍ସଅଫିସରେ ଫିଲ୍ମ ସଫଳ ହେବା ସହ ହ୍ରିତିକଙ୍କ ଅଭିନୟର ଭୁରିଭୁରି ପ୍ରଶଂସା କରିଥିଲେ ଉଭୟ ଦର୍ଶକ ଓ ସିନେସମୀକ୍ଷକ । ୨୦୦୧ରେ ଫିଲ୍ମ କଭି ଖୁସି କଭି ଗମରେ ଶାହରୁଖ ଓ କାଜଲଙ୍କ ସହ ସ୍କ୍ରିନ୍ ସେୟାର କରିଥିଲେ ହ୍ରିତିକ୍ । ଫିଲ୍ମରେ ତାଙ୍କ ଚରିତ୍ର ଯୁବପିଢୀଙ୍କୁ ଖୁବ ପସନ୍ଦ ଆସିଥିଲା ।

hrithik-roshan-

୨୦୦୩ରେ ବଡ ପରଦାକୁ ଆସିଥିଲା ସାଇନସ୍ ଫିକ୍ସନ୍ ଫିଲ୍ମ କୋଇ ମିଲ ଗୟା । ହ୍ରିତିକଙ୍କ କ୍ୟାରିଅରର ଟର୍ଣ୍ଣିପଏଣ୍ଟ୍ ଥିଲା କୋଇ ମିଲ ଗୟା । ଏହି ଫିଲ୍ମ ପାଇଁ ସେ ଫିଲ୍ମ ଫେୟାର ପୁରସ୍କାର ପାଇଛନ୍ତି । ଫିଲ୍ମରେ ହ୍ରିତିକଙ୍କ ଅପୋଜିଟରେ ଥିଲେ ପ୍ରୀତି ଜିଣ୍ଟା । କୋଇ ମିଲ ଗୟା ପରେ ଛୋଟ ପିଲାଙ୍କ ଫେବରେଟ୍ ଆକ୍ଟର ପାଲଟିଗଲେ ହ୍ରିତିକ୍ ରୋଶନ୍ ।

hrithik_

୨୦୦୬ରେ କୋଇ ମିଲ ଗୟାର ସ୍ୱିକେଲ କ୍ରିସ୍ ରିଲିଜ ହୋଇଥିଲା । ପରେ ୨୦୧୩ରେ ଆସିଥିଲା କ୍ରିସ୍ -ଥ୍ରୀ । ଉଭୟ ଫିଲ୍ମ ବକ୍ସଅଫିସରେ ସୁପରହିଟ୍ ହୋଇଥିଲା । ପ୍ରିୟଙ୍କା ଓ ହ୍ରିତିକଙ୍କ ଯୋଡିକୁ ପସନ୍ଦ କରିଥିଲେ ଭାରତୀୟ ଦର୍ଶକ । ଭାରତକୁ ମିଳିଥିଲା ତାର ସୁପରହିରୋ କ୍ରିସ୍ । ଆଗକୁ କ୍ରିସ୍ -ଫୋର ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ହ୍ରିତିକ୍ ।

ଧୂମ ଫିଲ୍ମର ସୁପରସିରିଜରେ ବି କାମ କରିଛନ୍ତି ହ୍ରିତିକ୍ । ଧୂମ-ଟୁରେ ବିଶ୍ୱସୁନ୍ଦରୀ ଐଶ୍ୱର‌୍ୟର‍୍ୟା ରାୟ ବଚ୍ଚନଙ୍କ ସହ ସେ ପେୟାର ଅପ୍ ହୋଇଥିଲେ । ବକ୍ସଅଫିସରେ ଧୂମ ମଚେଇଥିଲ ଧଳମ-ଟୁ । ଫିଲ୍ମରେ ହ୍ରିତିକଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଥିଲା ।

hrithik_0

୨୦୦୮ରେ ରିଲିଜ ହୋଇଥିଲା ଐତିହାସିକ ପ୍ରେମକାହାଣୀକୁ ନେଇ ତିଆରି ହୋଇଥିବା ଫିଲ୍ମ ଯୋଧ୍ୟା ଆକବର । ଫିଲ୍ମରେ ଆକବର ଚରିତ୍ରରେ ହ୍ରିତିକ୍ ଓ ଯୋଧ୍ୟା ଚରିତ୍ରରେ ଐଶ୍ ଅଭିନୟ କରିଥିଲେ । ହ୍ରିତିକଙ୍କ ଚମତକାର ଅଭିନୟ ଫିଲ୍ମକୁ ବକ୍ସଅଫିସରେ କରିଥିଲା ହିଟ୍ । ଫିଲ୍ମ ଗୁଜାରିସରେ ବି ଐଶଙ୍କ ସହ ସ୍କ୍ରିନ ସେୟାର କରିଥିଲେ । ୨୦୧୭ରେ ହ୍ରିତିକଙ୍କ ଅଭିନୀତ ଫିଲ୍ମ କାବିଲ ରିଲିଜ ହୋଇଥିଲା ।ଆଗକୁ ତାଙ୍କ ଅଭିନୀତ ଫିଲ୍ମ ସୁପର-ଥାର୍ଟି ରିଲିଜ ହେବ ।

hritik

ତେବେ ଫିଲ୍ମ କ୍ୟାରିୟର ସହ ହ୍ରିତିକଙ୍କ ପର୍ସନାଲ ଲାଇଫ ମଧ୍ୟ ମିଡ଼ିଆରେ ଖୁବ୍ ଚର୍ଚ୍ଚାରେ ରହିଥାଏ। ତାଙ୍କ ବହୁ ଦିନର ପ୍ରେମିକା ସୁଜାନଙ୍କୁ ସେ ବିବାହ କରିଥିଲେ ମଧ୍ୟ ନିକଟରେ ଦୁହିଁଙ୍କର ବିଛେଦ ହୋଇଥିଲା। ଏହାଛଡ଼ା କଙ୍ଗନାଙ୍କ ସହ ତାଙ୍କ ସଂପର୍କ ମିଡ଼ିଆରେ ବେଶ ହୋହଲ୍ଲା ମଚାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.