“ହାଉସଫୁଲ 4″ର ପ୍ରିମିୟରରେ ଲେଟ କଲେ ବବି ଦେୱଲ ତ ଅକ୍ଷୟ କୁମାରଙ୍କୁ ଆସିଗଲା ରାଗ ଆଉ କଲେ ଏପରି ଗାଳି, ଦେଖନ୍ତୁ ଭିଡିଓ

ଅକ୍ଷୟ କୁମାର, ରିତେଶ ଦେଶମୁଖ ଓ ବବି ଦେୱଲଙ୍କ ଭଳି ପ୍ରସିଦ୍ଧ ଅଭିନେତାମାନଙ୍କ ଅଭିନୀତ ମଲ୍ଟିଷ୍ଟାର ଫିଲ୍ମ ‘ହାଉସଫୁଲ 4’ ଆଜି ରିଲିଜ ହୋଇଯାଇଛି । କମେଡି ଏବଂ ଡ୍ରାମାରେ ଭରପୁର ଫିଲ୍ମ ‘ହାଉସଫୁଲ4’ ନିକଟରେ ସ୍କ୍ରିନିଙ୍ଗ ହୋଇଛି ଯେଉଁଥିରେ ବଲିଉଡର ଅନେକ ପ୍ରସିଦ୍ଧ ଅଭିନେତା ଏବଂ ଅଭିନେତ୍ରୀ ଅଭିନୟ କରିଛନ୍ତି । ବର୍ତ୍ତମାନ ସ୍କ୍ରିନିଙ୍ଗ ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଭିଡିଓରେ ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାର ବବି ଦେୱଲଙ୍କ ଉପରେ ଟିକିଏ ଭଡକି ଥିବା ଦେଖାଯାଇଛି । ଏହାସହିତ କିଛିଲୋକ ସ୍କ୍ରିନିଙ୍ଗରେ ଶୋଇପଡିଥିବାର ମଧ୍ୟ ନଜରକୁ ଆସିଥିଲା । ତେବେ ସ୍କ୍ରିନିଙ୍ଗରେ ଲୋକଙ୍କୁ ନିଦ ଆସିବାର କାରଣ ମଧ୍ୟ ଅନ୍ୟ କିଛି ନୁହେଁ ବରଂ ବବି ଦେୱଲ ହିଁ ଥିଲେ ।

ସୂଚନା ଅନୁଯାୟୀ ‘ହାଉସଫୁଲ 4’ ର ସ୍କ୍ରିନିଙ୍ଗ ପାଇଁ ବବି ଦେୱଲ ଟିକିଏ ଡେରି କରି ଦେଇଥିଲେ ଓ ସେଥିପାଇଁ ଭିଡିଓରେ ଅକ୍ଷୟ କୁମାର କହିଛନ୍ତି ଯେ ‘8 ଟାରେ ଟ୍ରାୟଲ ପାଇଁ ଟାଇମ ଥିଲା କିନ୍ତୁ ବର୍ତ୍ତମାନ 8:40 ହୋଇଗଲାଣି । ବର୍ତ୍ତମାନ ଆମକୁ ଜଣାପଡିଛି ଯେ ଆହୁରି 10 ମିନିଟ ଲାଗିବ ବବି ସାହେବଙ୍କୁ ଯିଏକି ପଂଚୁଆଲିଟିର ବାଦଶାହା ଅଟନ୍ତି’ । ଭିଡିଓରେ ହାଉସଫୁଲର ଟିମ ବବି ଦେୱଲଙ୍କ ଅପେକ୍ଷାରେ ତାଙ୍କୁ ଜୋରରେ ଡାକୁଥିବାର ଦେଖାଯାଇଛି ।

 

ଏହାସହ ପଢନ୍ତୁ ମହାଭାରତର ଦ୍ରୌପଦୀ ହେବେ ଦୀପିକା ପାଦୁକୋନ୍‌, ଜାଣନ୍ତୁ କେବେ ପରଦାକୁ ଆସିବ ଏହି ବିଗ୍‌ ବଜେଟ୍‌ ଫିଲ୍ମ

ଏହି ଭିଡ଼ିଓଟିକୁ ଅଭିନେତା ରିତେଶ ଦେଶମୁଖ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଯାହାକି ଲୋକମାନଙ୍କୁ ବହୁତ ପସନ୍ଦ ଆସିଛି । ଭିଡିଓକୁ ସେୟାର କରିବା ସହ ରିତେଶ ଦେଶମୁଖ ଲେଖିଛନ୍ତି ଯେ ” ବବି କହାଁ ହୋ ତୁମ”? ସୂଚନା ଅନୁଯାୟୀ “ହାଉସଫୁଲ 4” ରିଲିଜ ହେବା ପୂର୍ବରୁ ହିଁ ଏହାର ଗୀତ ଏବଂ ଟ୍ରେଲରକୁ ନେଇ ଲୋକମାନେ ବହୁତ ଏକ୍ସାଇଟେଡ ଅଛନ୍ତି । ଟ୍ରେଲରରେ ଅକ୍ଷୟ କୁମାର, ରିତେଶ ଦେଶମୁଖ ଓ ବବି ଦେୱଲଙ୍କ ବ୍ୟତୀତ କୃତି ସେନନ, କୃତି ଖରବନ୍ଦା ଏବଂ ପୂଜା ହେଗଡେ ମଧ୍ୟ ଖୁବ ଧମାଲ କରିଛନ୍ତି । ମିଡ଼ିଆ ରିପୋର୍ଟସ ଅନୁଯାୟୀ ଏହି ଚଳଚ୍ଚିତ୍ରର ସମୁଦାୟ ବଜେଟ 75 କୋଟି ଏବଂ ଏଥର ଦର୍ଶକ ମାନଙ୍କୁ ଏହି ଫିଲ୍ମରେ ଡବଲ ରୋଲ ଦେଖିବାକୁ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.