ସମୟ ମିଳିଲେ ଆଜି ବି ପିତାଙ୍କ ସହ କ୍ଷେତରେ କାମ କରନ୍ତି ଭାରତୀୟ କ୍ରିକେଟ ଟିମର ଏହି ସୁପରଷ୍ଟାର ବୋଲର, ଦିନେ ହେବାକୁ ଚାହୁଁଥିଲେ ପୋଲିସ ଅଫିସର

ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ଉମେଶ ଯାଦବଙ୍କର ଆଜି ଜନ୍ମଦିନ। ନାଗପୁରର ଏହି ବଲର ୩୨ ବର୍ଷରେ ପାଦ ଥାପିଲେ। ଉମେଶ ଯାଦବଙ୍କ ଘର ଉତ୍ତରପ୍ରଦେଶରେ। ୨୧ ଅକ୍ଟୋବର ୧୯୮୭ରେ ଦେବରିଆରେ ଜନ୍ମ ହୋଇଥିଲେ। କ୍ରିକେଟର ହେବା ପୂର୍ବରୁ ଉମେଶ ଯାଦବ ସେନା ଏବଂ ପୋଲିସରେ ଭର୍ତ୍ତୀ ହେବାକୁ ଚାହୁଁଥିଲେ ଆଉ ଏଥିପାଇଁ ସେ ଶତ ପ୍ରଚେଷ୍ଟା ମଧ୍ୟ କରୁଥିଲେ। ତାଙ୍କ ବାପା ନାଗପୁରର ଏକ କୋଇଲା ଖଣିରେ କାମ କରନ୍ତି।

umeshକୋଲ ଲିମିଟେଡ କଲୋନୀରେ ହିଁ ଉମେଶଙ୍କ ସପରିବାର ରହୁଥିଲେ। ସେହିଠାରେ ହିଁ ତାଙ୍କର ଲାଳନପାଳନ କରାଯାଇଛି। ଏମିତି ପରିବେଶରେ ସେ ତାଙ୍କ ଭିତରେ ଥିବା ପ୍ରତିଭାକୁ ଲୁଚାଇ ପାରିନଥିଲେ। ସେ ଏହି ସଫଳତା ପାଇବା ପାଇଁ ବହୁତ କଠିନ ସମସ୍ୟାକୁ ସାମ୍ନା କରିଛନ୍ତି। ତାଙ୍କ ବାପାଙ୍କର ଇଚ୍ଛା ଥିଲା ଦୁଇ ପୁଅଙ୍କ ମଧ୍ୟରୁ କେହି ଜଣେ କଲେଜରେ ପାଠ ପଢ଼ନ୍ତୁ। କିନ୍ତୁ ଆର୍ଥିକ ପରିସ୍ଥିତି ତାଙ୍କୁ ବାଧା ଦେଇଥିଲା। ଘରର ଖର୍ଚ୍ଚ ମେଣ୍ଟାଇବାକୁ ତାଙ୍କ ବାପାଙ୍କ ପାଖରେ ଟଙ୍କା ନଥିଲା। ଏହି ପରିସ୍ଥିରେ ଉମେଶଙ୍କ କଲେଜ ଯିବା ସ୍ୱପ୍ନ ଅଧୂରା ରହିଯାଇଥିଲା।

୨୦ ବର୍ଷ ବୟସରେ ଉମେଶ ପ୍ରଥମ ଶ୍ରେଣୀ କ୍ରିକେଟରେ ଜଗତରେ ପାଦ ଦେଇଥିଲେ। ସେହି ସମୟରେ ଲାଲ ରଙ୍ଗର ବଲରେ ଟେଷ୍ଟ ମ୍ୟାଚ୍ ଖେଳା ଯାଉଥିଲା, କିନ୍ତୁ ତାଙ୍କୁ ଲାଲ ରଙ୍ଗର ବଲରେ ଖେଳିବା ଜଣାନଥିଲା। କିନ୍ତୁ ନିଜର ବଲର ବେଗର ସାମର୍ଥ୍ୟ ଅନୁଯାୟୀ ସେ ଆଗକୁ ବଢ଼ି ଚାଲିଲେ।

yadavସେ ଘରୋଇ କ୍ରିକେଟ ବିଦର୍ଭ ପକ୍ଷରୁ ଖେଳିଥିଲେ। ସେ ବିଦର୍ଭର ପ୍ରଥମ ଖେଳାଳି ଯିଏ କି ଟେଷ୍ଟ କ୍ରିକେଟ ଖେଳିଥିଲେ। ବିଦର୍ଭ ଟିମରେ ସାମିଲ ହେବା ପରେ ଉମେଶ ଯାଦବ ପ୍ରଥମ ଥର ପାଇଁ ଲେଦର ବଲରେ ବୋଲିଂ କରିଥିଲେ। କିନ୍ତୁ ଏହା ପୂର୍ବରୁ ଯେ ଟେନିସ୍ ବଲରେ ଖେଳୁଥିଲେ।

ଏହାସହ ପଢନ୍ତୁ : ବିରାଟ ଶ୍ରେଷ୍ଠ ଅଧିନାୟକ, ରୋହିତ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌; ନଜର ପକାନ୍ତୁ ରେକର୍ଡ଼ ଉପରେ

୨୦୦୮ରେ ତାଙ୍କୁ ଦିଲ୍ଲୀ ଡେୟାରଡେବିଲସ୍ ୧୮ ଲକ୍ଷ ଟଙ୍କାରେ କିଣିଥିଲା। ୨୦୧୦ରେ ସେ ଓ୍ଵାନଡେ ଏବଂ ୨୦୧୧ରେ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଥିଲେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆଜି ବି ଯେତେବେଳେ ତାଙ୍କୁ ସମୟ ମିଳେ ସେ ପିତାଙ୍କ ସହିତ କ୍ଷେତରେ କାମ କରନ୍ତି।

tanyaଆଇପିଏଲରେ ଦିଲ୍ଲୀ ଡେୟାରଡେଭିଲସ୍ ଖେଳିବା ସମୟରେ ୨୦୧୦ରେ ଉମେଶଙ୍କର ତାନ୍ୟା ବାଧବାଙ୍କ ସହିତ ଭେଟ ହୋଇଥିଲା। ବାସ ଏହିଠାରୁ ଆରମ୍ଭ ହେଲା ବନ୍ଧୁତା, ସେମାନଙ୍କର ବନ୍ଧୁତା ପ୍ରାୟ ୨ ବର୍ଷ ପର୍ଯ୍ୟନ୍ତ ଚାଲିଲା। ୨୦୧୨ରେ ଉମେଶ ତାନ୍ୟାଙ୍କୁ ପ୍ରପୋଜ୍ କରିଥିଲେ। ପାଖାପାଖି ଗୋଟିଏ ବର୍ଷ ପରେ ଦୁହେଁ ୨୦୧୩ରେ ବିବାହ କରିଥିଲେ।

୨୦୧୦ ମସିହା ୨୮ ମଇରେ ଉମେଶ ଟିମ ଇଣ୍ଡିଆରେ ଡେବ୍ୟୁ କରିଥିଲେ ଏବଂ ଭାରତ ପକ୍ଷରୁ ୪୩ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ୬୦ ଓ୍ଵିକେଟ ନିଜ ନାମରେ ମଧ୍ୟ କରିଛନ୍ତି। ସେହିପରି ଓ୍ଵାନଡେ କ୍ରିକେଟରେ ଉମେଶ ୭୫ ଏକଦିବସୀୟ ମ୍ୟାଚରେ ୧୦୬ ବୋଲରଙ୍କୁ ପଛରେ ପକାଇଦେଇଥିଲେ।