Below header

ବିଶ୍ୱ ମହାମାରୀ କରୋନା ମୁକାବିଲା ପାଇଁ କ୍ୟାମ୍ପେନ୍‌ ଆରମ୍ଭ କଲା ବଲିଉଡ୍‌, ଦେଶବାସୀଙ୍କୁ ସତର୍କ ଓ ସଚେତନ ରହିବାକୁ କଲେ ଅନୁରୋଧ

କେନ୍ୟୁଜ୍(ବ୍ୟୁରୋ):ଦେଶରେ ବଢିବାରେ ଲାଗିଛି ମହାମାରୀ କରୋନାର କାୟା । ଚୀନ୍‌ରୁ ଆରମ୍ଭ ହୋଇଥିବା ଏହି ଭୂତାଣୁ ପୁରା ବିଶ୍ୱକୁ ନିଜ କବ୍‌ଜାକୁ ନେଇସାରିଛି । ଏହାର ମୁକାବିଲା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଅଧିକରୁ ଅଧିକ ସଚେତନତା କରାଯାଉଛି । ଏଭଳି ସମୟରେ ବଲିଉଡ୍‌ ମଧ୍ୟ କରୋନା ମୁକାବିଲା ପାଇଁ ସଚେତନତା ଆରମ୍ଭ କରିଛି । ସୋସିଆଲ୍‌ ମିଡିଆ ଜରିଆରେ ପୁରା ଦେଶବାସୀଙ୍କୁ ସତର୍କ କରାଉଛନ୍ତି ବଲିଉଡ୍‌ ଷ୍ଟାର୍‌ ।

ନିକଟରେ କ୍ରିକେଟର୍‌ ବିରାଟ୍‌ କୋହଲି ଓ ଅନୁଷ୍କା ଶର୍ମା ମହାମାରୀ କରୋନାର ମୁକାବିଲା ପାଇଁ ସୋସିଆଲ୍‌ ମିଡିଆରେ ସଚେତନ କରିଛନ୍ତି । ଷ୍ଟେ ହୋମ୍‌, ଷ୍ଟେ ସେଫ୍‌, ଷ୍ଟେ ହେଲ୍‌ଦି ମ୍ୟାସେଜ୍‌ ଦେଇ ଏକାନ୍ତବାସରେ ରହିବାକୁ ପରାମର୍ଶ ଦେଇଛନ୍ତି ।

ସେହିଭଳି ବଲିଉଡ୍‌ ଆକ୍ଟର କାର୍ତ୍ତିକ ଆୟନ୍‌ ମଧ୍ୟ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଲୋକଙ୍କୁ ଘରେ ରହିବା ସହ ସଫାସୁତରା ରଖିବାକୁ ପରାମର୍ଶ ଦେଇଛନ୍ତି । କାର୍ତ୍ତିକଙ୍କ ଏଭଳି ପ୍ରୟାସକୁ ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟ ଅଧିକ ସାବଧାନ ରହିବା ଏବଂ କରୋନାକା ପଞ୍ଚନାମା କହିବାର ସମୟ ବୋଲି ପିଏମ୍‌ ମୋଦି କାର୍ତ୍ତିକଙ୍କ ଭିଡିଓକୁ ସେୟାର କରି ପୋଷ୍ଟ କରିଛନ୍ତି ।

ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ ତାଙ୍କ ଫ୍ୟାନ୍ସଙ୍କ ପାଇଁ ସୋସିଆଲ୍‌ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ନମସ୍ତେ ଓ ସଲାମ୍‌ ଆମ ସଭ୍ୟତା । କରୋନା ଶେଷ ହେବା ପରେ ହାତ ମିଳାଅ ଓ ଆଲିଙ୍ଗନ କର।


ବଲିଉଡ୍‌ ଆକ୍ଟର ଅନୁପମ୍‌ ଖେର୍‌ ବି ସୋସିଆଲ୍‌ ମିଡିଆ ଜରିଆରେ ଲୋକଙ୍କୁ ଅନୁରୋଧ କରି କହିଛନ୍ତି, କରୋନା ଭୂତାଣୁ ଆମ ସମୟର ସତ୍ୟ ଘଟଣା । ଆମକୁ ବର୍ତ୍ତମାନ ସାବଧାନ ଓ ସତର୍କ ରହିବାର ସମୟ ଆସିଛି । ସାଙ୍ଗ ସାଥିଙ୍କୁ ଏହି ଭିଡିଓ ସେୟାର କରି ସଚେତନ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ସେହିଭଳି ଟେନିସ୍‌ ତାରକା ସାନିଆ ମିର୍ଜା କହିଛନ୍ତି ସାବଧାନତା ହିଁ କରୋନା ରୋକିବାରେ ସହାୟକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.