ସମ୍ବଲପୁରୀ ଶାଢୀକୁ ପ୍ରଶଂସା କଲେ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ, ଫିଲ୍ମ ଶକୁନ୍ତଳା ଦେବୀରେ ପିନ୍ଧିବା ପରେ ବୁଣାକାର ମାନଙ୍କୁ ଜଣାଇଲେ କୃତଜ୍ଞତା

ମୁମ୍ବାଇ: ସମ୍ବଲପୁରୀ ଶାଢୀର ପ୍ରଶଂସା କଲେ ବଲିଉଡର ଶକୁନ୍ତଳା ଦେବୀ । ନିଜର ଫିଲ୍ମ ଶକୁନ୍ତଳା ଦେବୀରେ ସମ୍ବଲପୁରୀ ଶଢୀ ପିନ୍ଧିଛନ୍ତି ବିଦ୍ୟା ବାଲାନ । ଏହାକୁ ପ୍ରୋତ୍ସାହନ ପାଇଁ ସେ ମାଥମେଟିକ ଇକ୍ୟୁଏସନ ଶାଢୀ ବୋଲି କହିଛନ୍ତି । ଏହାସହ ସେ ବୁଣାକାରମାଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି । ସମ୍ବଲପୁରୀ ଶାଢୀ ପିନ୍ଧି ସେ ଖୁବ ଆନନ୍ଦିତ ଥିବା ଏକ ଭିଡ଼ିଓ ମାଧ୍ୟମରେ କହିଛନ୍ତି ।

tweetଖାଲି ଏତିକି ନୁହେଁ, ସମ୍ବଲପୁରୀ ଶାଢୀ ସହ ଟ୍ଵିଟରରେ ଏକ ଫଟୋ ପୋଷ୍ଟ କରିଛନ୍ତି ବିଦ୍ୟା । ଏହି ଶାଢ଼ୀରେ ବିଭିନ୍ନ ଗାଣିତିକ ସମୀକରଣ ଚିତ୍ର ରହିଛି । ଏହାକୁ ସୋନପୁର କେନ୍ଦୁପାଲିର ରମାକାନ୍ତ ମେହେର ବୁଣିଥିବା ବେଳେ ଉତ୍କଳ ମିତ୍ର ସଂସ୍ଥା ଏହାର ବ୍ରାଣ୍ଡିଂ କରିଥିବା ବିଦ୍ୟା ସୂଚନା ଦେଇଛନ୍ତି । ପୂର୍ବରୁ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଓ ରେଖା ମଧ୍ୟ ସମ୍ବଲପୁରୀ ଶାଢ଼ୀକୁ ପ୍ରଶଂସା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.