ଲକଡାଉନରେ ପୁରୀ ବୁଲିବାକୁ ଆସି ଆଉ ଫେରି ପାରିଲେନି ଦମ୍ପତି, ଶେଷରେ ରାସ୍ତା ଉପରେ ପ୍ରସବ କଲେ ମହିଳା

ପୁରୀ: ରାସ୍ତା ଉପରେ କନ୍ୟା ସନ୍ତାନକୁ ଜନ୍ମ ଦେଲେ ପ୍ରସୂତି । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲାରେ । ଲକଡାଉନରେ ପୁରୀ ବୁଲିବାକୁ ଆସି ଫସି ଯାଇଛନ୍ତି ଦମ୍ପତ୍ତି । ଘରକୁ ଫେରିନପାରି ଏକ ଘର ବାରଣ୍ଡାରେ ୪ ପିଲାମାନଙ୍କୁ ଧରି ପଡ଼ିରହିଛନ୍ତି । ସେଠାରେ ହିଁ ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ମହିଳା । ଦମ୍ପତିଙ୍କ ଘର ନୟାଗଡ଼ର ଓଡ଼ଗାଁରେ ।

ସାନ ପୁଅର ଚୁଟି ପକାଇବାକୁ ପୁରୀ ଆସିଥିଲେ । ତେବେ ଲକଡାଉନ ଯୋଗୁଁ ଆଉ ଘରକୁ ଫେରିପାରି ନଥିଲେ । ପୁରୀରେ ରହିବାକୁ ଘର ନମିଳିବାରୁ ବାଧ୍ୟ ହୋଇ ଏକ ଜାଗାକୁ ଆଶ୍ରା କରି ବଡ଼ଦାଣ୍ଡରେ ଦିନ ରାତି କାଟିଲେ । କିଛି ଲୋକଙ୍କ ତାଗିଦ ସତ୍ତ୍ୱେ ମଧ୍ୟ ଭୋକ ଉପାସରେ ସେଭଳି ପଡ଼ି ରହିଲେ । ମହିଳାଙ୍କ ସ୍ୱାମୀ ଏବେ ରିକ୍ସା ଚଲାଇ ଯାହା ରୋଜଗାର କରୁଛନ୍ତି ସେଥିରେ ପୂରା ପରିବାର ଚଳୁଛି । ତେବେ ନିଜ ଶାଶୁ ଘରକୁ ଯିବା ପାଇଁ ପ୍ରଶାସନକୁ କୋହଭରା କଣ୍ଠରେ ଅନୁରୋଧ କରିଛନ୍ତି ଦମ୍ପତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.