ଲୁଚାଛପାରେ ‘ଉରୀ’ ନିର୍ଦ୍ଦେଶକ ଆଦିତ୍ଯ ଧରଙ୍କ ହାତ ଧରିଲେ ୟାମୀ, ସେୟାର କଲେ ଫଟୋ

ବଲିଉଡର ସୁନ୍ଦର ଅଭିନେତ୍ରୀ ୟାମୀ ଗୌତମ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହର ପ୍ରଥମ ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ୟାମୀ ଫିଲ୍ମ ‘ଉରୀ’ର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ସହ ବିବାହ କରିଛନ୍ତି ୟାମୀ । ବିବାହରେ ଉଭୟ ପରିବାର ଲୋକ ହିଁ ଉପସ୍ଥିତ ଥିଲେ । ୟାମୀ ବିବାହର ପ୍ରଥମ ଫଟୋ ସେୟାର କରି ଲେଖିଛନ୍ତି, ‘ପରିବାରର ଆଶୀର୍ବାଦରେ ଆମେ ଆଜି ବିବାହ କରିଛୁ । ବିବାହରେ କେବଳ ପରିବାର ସଦସ୍ୟ ହିଁ ସାମିଲ ହୋଇଥିଲେ ।’

 

View this post on Instagram

 

A post shared by Yami Gautam (@yamigautam)

ୟାମୀଙ୍କ ଅଚାନକ ବିବାହ ଖବର ଶୁଣି ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ୟାମୀ ଓ ଆଦିତ୍ୟଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରୀର ଅନେକ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.