ଇଏ ଛେଳି ବି କୃତକୃତ୍ୟ ହୋଇଗଲା, ଠିଆ ହୋଇଛି ପ୍ରିୟଙ୍କା ଚୋପ୍ରାଙ୍କ ପିଠିରେ-ଦେଖନ୍ତୁ ଭିଡିଓ

ଫାର୍ମ ହାଉସ୍‌ରେ ଥିବା ଏକ ଛେଳିକୁ ନିଜ ପିଠି ଉପରେ ବସାଇ ତାକୁ ଗଛର ପତ୍ର ଖୁଆଉଛନ୍ତି ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ।

ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ବାହା ହେଲା ପରେ ଆମେରିକାରେ ରହୁଛନ୍ତି । ହଲିଉଡ୍‌ ଫିଲ୍ମ କରୁଛନ୍ତି । ଏବେ ସମସ୍ତେ ଆଶା କରିଥିଲେ କି ସେ ଭାରତ ଆସିବେ । କାରଣ ତାଙ୍କ ଭଉଣୀ ପରିଣିତି ଚୋପ୍ରାଙ୍କର କାଲି ବାହାଘର । ତେବେ ଶେଷ ଖବର ହେଉଛି କି ସେ ଭାରତ ଆସିବେ ନାହିଁ । କୌଣସି କାରଣରୁ ବାହାଘରରେ ଯୋଗ ଦେଇ ପାରୁ ନାହାନ୍ତି ।

ଅନ୍ୟପକ୍ଷରେ ପ୍ରିୟଙ୍କା ନିଜ ସ୍ୱାମୀ ନିକ୍‌ ଜୋନାସ୍‌ ଏବଂ ସନ୍ତାନ ସହିତ ଫାର୍ମ ହାଉସ୍‌ରେ ବେଶ୍‌ ସମୟ ବିତାଉଛନ୍ତି । ଖୁବ୍‌ ମଜା କରୁଛନ୍ତି । ଏହି ସମୟର ଏକ ମଜାଦାର ଭିଡିଓ ମଧ୍ୟ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଫାର୍ମ ହାଉସ୍‌ରେ ଥିବା ଏକ ଛେଳିକୁ ସେ ନିଜ ପିଠି ଉପରେ ବସାଇ ତାକୁ ଗଛର ପତ୍ର ଖୁଆଉଛନ୍ତି । ଛେଳି ତ ଜାଣିନି ସେ କାହା ପିଠିରେ ବସିଛି । ହେଲେ ଲୋକେ ଏହାକୁ ଦେଖଇ ଖୁବ୍‌ ମଜା ନେଉଛନ୍ତି । ପ୍ରିୟଙ୍କା ତାଙ୍କ ପିଠିରେ ଏହି ମାଟିଆ ରଙ୍ଗର ଛେଳିକୁ ବସାଇଲା ବେଳେ ତାର ପାଦ ତାଙ୍କୁ ଅଡୁଆ ଲାଗୁଛି । ତଥାପି ସେ ବେଶ୍‌ କିଛି ସମୟ ଛେଳିକୁ ପିଠିରେ ଚଢ଼ାଇ ଗଛର ପତ୍ର ଖୁଆଇଛନ୍ତି ।

View this post on Instagram

 

A post shared by Priyanka (@priyankachopra)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.