ବଲିଉଡର ଲୋକପ୍ରିୟ ପ୍ରଯୋଜକ ଧୀରଜଲାଲ ଶାହାଙ୍କ ପରଲୋକ, କୋଭିଡ ଯୋଗୁଁ ବିଗିଡିଥିଲା ସ୍ୱାସ୍ଥ୍ୟାବସ୍ଥା

୯୦ ଦଶକର ଲୋକପ୍ରିୟ ବଲିଉଡର ପ୍ରଯୋଜକ ଧୀରଜଲାଲ ଶାହାଙ୍କ ପରଲୋକ ହୋଇଛି । ମୁମ୍ବାଇର ଏକ ହସପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା । ଦୀର୍ଘଦିନରୁ ଅସୁସ୍ଥ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଧୀରଜଲାଲ ଶାହାଙ୍କ ମୃତ୍ୟୁ ଖବର ଯୋଗୁଁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଲହରୀ ଖେଳିଯାଇଛି ।

ବଲିଉଡ ପାଇଁ ଦୁଃଖଦ ଖବର । ୯୦ ଦଶକର ଲୋକପ୍ରିୟ ବଲିଉଡର ପ୍ରଯୋଜକ ଧୀରଜଲାଲ ଶାହାଙ୍କ ପରଲୋକ ହୋଇଛି । ମୁମ୍ବାଇର ଏକ ହସପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା । ଦୀର୍ଘଦିନରୁ ଅସୁସ୍ଥ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ହସପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଧୀରଜଲାଲ ଶାହାଙ୍କ ମୃତ୍ୟୁ ଖବର ଯୋଗୁଁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଲହରୀ ଖେଳିଯାଇଛି ।

ଇଣ୍ଡିଆନ ଫିଲ୍ମ ଟିଭି ପ୍ରଡ୍ୟୁସର୍ସ କାଉନସିଲ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଧୀରଜଲାଲ ଶାହାଙ୍କ ମୃତ୍ୟୁ ଖବର ବିଷୟରେ ସୂଚନା ଦେଇଛି । ବହୁତ ଦୁଃଖ ଖବର, ଆମ ଷ୍ଟୁଡିଓ ଏବଂ ଟାଇମ ଭିଡିଓ ମାଲିକ, ଶ୍ରୀ ଧୀରଜଲାଲ ନାନଜୀ ଶାହା ନିଧନ ହୋଇଛି । ତାଙ୍କ ପରିବାର ଏବଂ ଫ୍ୟାନ୍ସଙ୍କୁ ସାନ୍ତ୍ୱନା । ଓମ ଶାନ୍ତି ।

ଧୀରଜଲାଲ ଶାହାଙ୍କ ଭାଇ ହସମୁଖ କହିଛନ୍ତି ଯେ, ତାଙ୍କୁ କୋଭିଡ ହୋଇଥିଲା, ଯାହା ପରେ ତାଙ୍କ ଫୁସଫୁସରେ ସମସ୍ୟା ଦେଖାଦେଇଥିଲା । ଗତ ୨୦ ଦିନ ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଖରାପ ହେବାକୁ ଲାଗିଲା । ଏହି କାରଣରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ତାଙ୍କ ଭାଇ କହିଛନ୍ତି ।

ଧୀରଜଲାଲ ଶାହା ଅଜୟ ଦେବଗନ ଷ୍ଟାରର ବିଜୟପଥ, ସନି ଦେଓଲ ଷ୍ଟାରର ହିରୋ: ଲଭ୍ ଷ୍ଟୋରୀ ଅଫ୍ ସ୍ପାଇ ମଧ୍ୟ ପ୍ରସ୍ତୁତ କରିଛନ୍ତି । ସୁନୀଲ ସେଟ୍ଟୀଙ୍କ ଫିଲ୍ମ ‘କୃଷ୍ଣା’, ଗୋବିନ୍ଦ କି ଗାମ୍ବେଲର ଭଳି ଫିଲ୍ମ ନିର୍ମାଣ କରିଛନ୍ତି । ଅକ୍ଷୟ କୁମାରଙ୍କ ସହିତ ଫିଲ୍ମ କରିଛନ୍ତି ଧୀରଜଲାଲ ଶାହା । ଧୀରଜଲାଲଙ୍କ ଦୁଇଟି ଝିଅ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.