ଏହି ସବୁ ରାଶି ପାଇଁ ଶୁଭ ରହିବ ଆସନ୍ତା ହୋଲି ପର୍ବ, ୧୦୦ ବର୍ଷ ପରେ ପୂର୍ଣ୍ଣିମା ଦିନ ଲାଗୁଛି ଚନ୍ଦ୍ରଗ୍ରହଣ

ଦୀର୍ଘ ୧୦୦ ବର୍ଷ ପରେ ହୋଲି ଦିନ ପଡୁଛି ଚନ୍ଦ୍ର ଗ୍ରହଣ । ଏଥର ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଏହି ଦୋଳ ପୂର୍ଣ୍ଣିମା ଦିନ ଲାଗିବାକୁ ଯାଉଥିବାରୁ ଏହି ଦୁର୍ଲଭ ସଂଯୋଗ ୧୨ ରାଶି ଉପରେ ପ୍ରଭାବ ପକାଇବ । କେତେକ ରାଶିକୁ ଶୁଭଫଳ ମିଳିବାକୁ ଥିବା ବେଳେ ଆଉ କିଛି ରାଶିକୁ ଟିକେ ସତର୍କ ହୋଇ ରହିବାକୁ ପଡି଼ବ ।

ରଙ୍ଗର ପର୍ବ ହୋଲି । ଏହା ଏକ ଏମିତି ପର୍ବ, ଯେଉଁଥିରେ ପରସ୍ପର ଭିତରେ ଥିବା ସମସ୍ତ ଭେଦଭାବକୁ ଭୁଲାଇ ଦେଇଥାଏ । ସମ୍ପର୍କରେ ଏକ ନୂଆ ସେତୁ ତିଆରି କରିଥାଏ । ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି ହୋଲିର ରଙ୍ଗରେ ରଙ୍ଗାୟିତ ହୋଇଥାନ୍ତି । ହୋଲିରେ କେହି କାହାକୁ ରଙ୍ଗ ଲଗାଇଲେ ମାତ୍ରେ ହିଁ ମନରେ ଥିବା ସମସ୍ତ ରୋଷ ଓ ଅଭିମାନ ଦୂରେଇ ଯାଇଥାଏ । କହିବାକୁ ଗଲେ ସମ୍ପର୍କ ଏକ ମଧ୍ୟ ନୂଆ ରଙ୍ଗ ଲାଗିଥାଏ । ତେବେ ଏଇ ବର୍ଷ ଆସନ୍ତା ମାର୍ଚ୍ଚ ୨୫ ରେ ପାଳନ କରାଯିବ ହୋଲି । ହେଲେ ଆପଣ ଜାଣିଛନ୍ତି କି ଏହି ହୋଲି ଦିନ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମଧ୍ୟ ହେବାକୁ ଯାଉଛି । ତେବେ ଯାହା କୁହାଯାଉଛି କି, ଦୀର୍ଘ ୧୦୦ ବର୍ଷ ପରେ ହୋଲି ଦିନ ପଡୁଛି ଏହି ଚନ୍ଦ୍ର ଗ୍ରହଣ ।

ତେବେ ପୂର୍ଣ୍ଣିମା ଦିନ ହିଁ ଏହି ଚନ୍ଦ୍ରଗ୍ରହଣ ହୋଇଥାଏ । ଆଉ ଏଥର ଚନ୍ଦ୍ରଗ୍ରହଣ ଏହି ଦୋଳ ପୂର୍ଣ୍ଣିମା ଦିନ ହିଁ ଲାଗିବାକୁ ଯାଉଛି । ତେବେ ଏହି ଦିନ ହୋଲି ପର୍ବ ପାଳନ କରାଯାଏ । ଏଥର ଚନ୍ଦ୍ରଗ୍ରହଣ ଯୋଗୁ ହୋଲିର ପର୍ବ କିପରି ପାଳନ ହେବ, ତାକୁ ନେଇ ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ନିଶ୍ଚୟ । ତେବେ ସୂଚନା ଅନୁସାରେ, ଚନ୍ଦ୍ରଗ୍ରହଣ ଯୋଗୁ ହୋଲିର ପର୍ବ ପ୍ରଭାବିତ ହେବ ନାହିଁ । ଏଥର ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୨୫ରେ ଲାଗିବାକୁ ଯାଉଛି । କିନ୍ତୁ ଏହି ଚନ୍ଦ୍ରଗ୍ରହଣ ଆମ ଦେଶ ଭାରତରେ ଦେଖାଯିବ ନାହିଁ ।

ଆମ ଦେଶରେ ଏହାର ପ୍ରଭାବ ରହିବ ନାହିଁ । ତେବେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ସକାଳ ୧୦ଟା ୨୪ରୁ ଆରମ୍ଭ ହୋଇ, ରାତି ୦୩ଟା ୦୧ ସମୟରେ ଶେଷ ସ୍ପର୍ଶ କରିବ । ଏହାର ପରମଗ୍ରାସ ସମୟ ହେଉଛିି ରାତି ୧୨ଟା୪୩ ମିନିଟ୍‌ । ଚନ୍ଦ୍ରଗ୍ରହଣ ଦିନ ଚନ୍ଦ୍ର ଉଦୟ ସମୟ ହେଉଛି ସନ୍ଧ୍ୟା ୦୬ଟା ୪୪ ମିନିଟ୍‌ ସମୟ । ଚନ୍ଦ୍ରଗ୍ରହଣର ପାକ ତ୍ୟାଗ ଅବଧି ଚନ୍ଦ୍ରଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ଆରମ୍ଭ ହେବ । ତେବେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ । ତେଣୁ ଏଠାରେ ପାକ ତ୍ୟାଗ ଅବଧି ପାଳନ କରାଯିବ ନାହିଁ ।

ତେବେ ଏଥର ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଏହି ଦୋଳ ପୂର୍ଣ୍ଣିମା ଦିନ ଲାଗିବାକୁ ଯାଉଥିବାରୁ ଏହି ଦୁର୍ଲଭ ସଂଯୋଗ ୧୨ ରାଶି ଉପରେ ପ୍ରଭାବ ପକାଇବ । କେତେକ ରାଶିକୁ ଶୁଭଫଳ ମିଳିବାକୁ ଥିବା ବେଳେ ଆଉ କିଛି ରାଶିକୁ ଟିକେ ସତର୍କ ହୋଇ ରହିବାକୁ ପଡି଼ବ ।

ତେବେ ଆସନ୍ତୁ ଜାଣିବା ଏହି ହୋଲି ଦିନ ପଡୁଥିବା ଚନ୍ଦ୍ରଗ୍ରହଣ କେଉଁ ରାଶି ପାଇଁ ଲାଭକାରୀ:

ପ୍ରଥମ ରାଶିଟି ହେଉଛି ମେଷ । ଚନ୍ଦ୍ରଗ୍ରହଣ ଏହି ରାଶି ପାଇଁ ବହୁତ ଲାଭଦାୟକ ହେବାକୁ ଯାଉଛି । ହୋଲି ଦିନ ଠାରୁ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଭାଗ୍ୟର ପୂର୍ଣ୍ଣ ସମର୍ଥନ ଏହି ରାଶିର ଲୋକମାନଙ୍କୁ ମିଳିବ । ଅଟକି ରହିଥିବା ଟଙ୍କା ଆପଣଙ୍କୁ ପ୍ରାପ୍ତ ହେବ । ନିଜ ସନ୍ତାନ ମାନଙ୍କ ଠାରୁ କୌଣସି ଭଲ ଖବର ପାଇବେ । ଆକସ୍ମିକ ଧନଲାଭର ଯୋଗ ରହିଛି । ନିଜର ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଏହା ସହିତ ଆର୍ଥିକ ସ୍ଥିତି ସୁଧୁରିବ। ବ୍ୟବସାୟୀମାନଙ୍କ ପାଇଁ ସମୟ ବହୁତ ଭଲ ରହିଛି ।

ଦ୍ଵିତୀୟ ରାଶିଟି ହେଉଛି ତୁଳା । ଆପଣଙ୍କୁ କହିରଖୁଛୁ ଯେ ଏହି ସମୟ ଏହି ରାଶିର ଲୋକଙ୍କ ପାଇଁ ମଧ୍ୟ ଲାଭଦାୟକ ହେବ । ଏହି ସମୟରେ ସମ୍ପତ୍ତି କିଣିବାର ସମ୍ଭାବନା ରହିଛି । ଏହା ସହିତ ତୁଳା ରାଶିର ବ୍ୟକ୍ତିଙ୍କର ସମ୍ମାନ ମଧ୍ୟ ବୃଦ୍ଧି ପାଇବ । ଆପଣ ନିଜ କ୍ୟାରିୟରକୁ ନେଇ କିଛି ଭଲ ଖବର ପାଇପାରନ୍ତି । ଚାକିରି ଏବଂ ବ୍ୟବସାୟରେ ଆଶାନୁଯାୟୀ ଫଳ ପାଇବେ । ତୁଳା ରାଶିର ବ୍ୟକ୍ତିମାନେ ଅଟକି ରହିଥିବା ଧନ ପାଇବାରେ ସକ୍ଷମ ହେବେ । ବ୍ୟାଙ୍କ ବାଲାନ୍ସ ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ତୃତୀୟ ରାଶିଟି ହେଉଛି କୁମ୍ଭ । ହୋଲିରେ ଚନ୍ଦ୍ରଗ୍ରହଣ କୁମ୍ଭ ରାଶି ଲୋକଙ୍କ ପାଇଁ ଭଲ ଦିନର ଆରମ୍ଭ କରିବ । ଏହା ନୂତନ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । କେବଳ ଏତିକି ନୁହେଁ, ଏହି ସମୟ ମଧ୍ୟରେ ଏହି ରାଶିର ବ୍ୟକ୍ତିତ୍ୱଙ୍କର ଯଥେଷ୍ଟ ଉନ୍ନତି ହେବ । ଏଥି ସହିତ, ଭାଗିଦାରୀରେ କାର୍ଯ୍ୟ କରୁଥିବା ଲୋକମାନେ ବ୍ୟବସାୟରେ ସଫଳତା ପାଇବେ । ଏହି ସମୟରେ, ଶୁଭ କାମ କରିବେ ଏବଂ କ୍ୟାରିୟରରେ ଏକ ବଡ଼ ପରିବର୍ତ୍ତନ ଆସିବ ।

ତେବେ ସୂଚନା ଥାଉକି, ହୋଲି ଦିନ ହେବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ଆୟର୍ଲାଣ୍ଡ, ଇଂଲଣ୍ଡ, ସ୍ପେନ୍, ପର୍ତ୍ତୁଗାଲ, ହଲାଣ୍ଡ, ବେଲଜିୟମ, ନାରୱେ, ସ୍ୱିଜରଲ୍ୟାଣ୍ଡ, ଇଟାଲୀ, ଜର୍ମାନୀ, ଫ୍ରାନ୍ସ, ଆମେରିକା, ଜାପାନ, ରୁଷ, ଅଷ୍ଟ୍ରେଲିଆ, ଆଫ୍ରିକା, ପ୍ରଶାନ୍ତ, ଆଟଲାଣ୍ଟିକ୍, ଆର୍କଟିକ୍ ଭଳି ଅନେକ ସ୍ଥାନରେ ଦୃଶ୍ୟମାନ ହେବ । ତେଣୁ ଏହି ବର୍ଷ ସେଠାରେ ହୋଲି ମାର୍ଚ୍ଚ ୨୫ ନୁହେଁ ବରଂ ୨୪ରେ ପାଳନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.