ପ୍ରବାସୀଙ୍କୁ ଫେରାଇ ଆଣୁଥିବାରୁ ସବ୍ୟଙ୍କୁ ପ୍ରଶଂସା କଲେ ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌, କହିଲେ ଏମିତି କଥା

କରୋନା ମହାମାରୀ ସମୟରେ ରିଲ୍‌ ହିରୋ ଏବେ ରିୟଲ୍‌ ହିରୋ ସାଜିଛନ୍ତି । ହଜାର ହଜାର ସଂଖ୍ୟାରେ ପ୍ରବାସୀଙ୍କୁ ନିଜର ଘରକୁ ଫେରାଇ ଆଣିବାରେ ସତେ ଯେପରି ଦେବ ଦୂତ ସାଜିଛନ୍ତି ସେମାନେ ।

ଏହି ସମୟରେ ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ର ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ତାଙ୍କର ଉଦ୍ୟମ ଜାରି ରଖିଛନ୍ତି । ବସ୍‌ ଯୋଗେ ହେଉ କି ବିମାନ, ଶହ ଶହ ସଂଖ୍ୟାରେ ପ୍ରବାସୀ ଓଡ଼ିଆଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣି ଓଡ଼ିଶାବାସୀଙ୍କ ପ୍ରଶଂସା ସାଉଁଟିଛନ୍ତି ।

ଏହି ସମୟରେ ସବ୍ୟଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ । ସେ ଏକ ଟ୍ଵିଟର ଜରିଆରେ ସୋନୁ ‘ ଆପଣଙ୍କୁ ପାଇ ଆମେ ଗର୍ବିତ । ଆପଣଙ୍କ ଭଳି ଲୋକଙ୍କର ଆବଶ୍ୟକତା ରହିଛି ’ ବୋଲି ସୋନୁ ସୁଦ୍‌ ପ୍ରଶଂସା କରିଛନ୍ତି ସବ୍ୟଙ୍କୁ ।

sonu-1

ଏହାର ଉତ୍ତରରେ ସବ୍ୟ ମଧ୍ୟ ସୋନୁଙ୍କୁ ଧନ୍ୟବାଦ ଦେଇଛନ୍ତି । ଏବଂ କହିଛନ୍ତି ସୋନୁ ଭାୟା ଓଡ଼ିଶାରେ ତ ମୋର ଅବସ୍ଥା ଏପରି । ଆପଣ କିପରି ସାରା ଦେଶକୁ ମ୍ୟାନେଜ୍‌ କରୁଛନ୍ତି । ଖୁବ୍‌ ଶୀଘ୍ର ମୁଁ ମୋର ପରିବାର ସହ ଆପଣଙ୍କୁ ଭେଟିବି ।

ସୋନୁ ଆହୁରି କହିଛନ୍ତି ‘ଆପଣ ଯେତେବେଳେ କିଛି କାମ କରିବାରେ ଇଚ୍ଛା ଶକ୍ତି ରଖନ୍ତି ତେବେ କିଛି ବି ଅସମ୍ଭବ ନୁହେଁ । ତେଣୁ ସାରା ଦେଶ ଆପଣଙ୍କ ସହ ଅଛନ୍ତି ’। ‘ସମସ୍ତଙ୍କୁ ନିଜ ଘରେ ପହଞ୍ଚାଇବାକୁ ଆମେ ଦାୟିତ୍ୱ ନେବା । ଏଭଳି କାର୍ଯ୍ୟ ଜାରି ରଖ ବୋଲି ସୋନୁ ତାଙ୍କ ଟ୍ଵିଟରରେ କହିଛନ୍ତି ’।

sonu-0

ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଯେ କି ପ୍ରଥମେ କେରଳୁ ଓଡିଶାର ଝିଅଙ୍କୁ ବିମାନ ଯୋଗେ ପଠାଇଥିଲେ । ପରେ ଦେଶର ବିଭିନ୍ନ ରାଜ୍ୟକୁ ହଜାର ହଜାର ସଂଖ୍ୟାରେ ପ୍ରବାସୀଙ୍କୁ ପଠାଇ ଚର୍ଚ୍ଚାକୁ ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.