ପୁଣି ଥରେ ପରଦା ଆଗରେ ଦର୍ଶକଙ୍କ ମନୋରଞ୍ଜନ କରିବେ କମେଡିଆନ ରାଜୁ ଶ୍ରୀବାସ୍ତବ

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ କିଏ ବା ନ ଜାଣେ । ଷ୍ଟାଣ୍ଡଅପ କମେଡି କରି ଅନେକ ଲୋକଙ୍କ ମନକୁ ଜିତିଛନ୍ତି ଏହି କଳାକାର । ଷ୍ଟାଣ୍ଡଅପ କମେଡିଆନ ରାଜୁଙ୍କ କମିକ ଟାଇମିଙ୍ଗ ମଧ୍ୟ ଜବରଦସ୍ତ ରହିଥାଏ । ବହୁତ ଭଲ ଷ୍ଟେଜ ପରର୍ଫମର ଭାବେ ସେ ସବୁଆଡେ ପରିଚିତ । କିଛି ଦିନ ହେବ ତାଙ୍କର ଏହି ଝଲକ ଦେଖିବାକୁ ମିଳୁନାହିଁ । କିନ୍ତୁ ଖବର ରୁ ଜଣା ପଡିଛି ଯେ, ସେ ଖୁବ ଶୀଘ୍ର ଦର୍ଶକଙ୍କ ମନୋରଞ୍ଜନ ପାଇଁ କ୍ୟାମେରା ସାମ୍ନାକୁ ଆସୁଛନ୍ତି ।

ରାଜୁ ଶ୍ରୀବାସ୍ତବଙ୍କ ଏହି ସୋର ନାମ ”ଅର ଭାଇ କ୍ୟା ଚଲ୍ ରହା ହେ ?” ରହିବ । ଖୁବ ଶୀଘ୍ର ଏହା ଏଣ୍ଟି ୍ର ମାରିବାକୁ ଯାଉଛି । ଏଥିରେ ଅନୁ ଅବସ୍ତୀଙ୍କ ସର୍ମ୍ପକୀୟ ଭାବେ ସାମ୍ନାକୁ ଆସିବେ ରାଜୁ । ତେବେ କାହାଣୀର ଡିଟେଲ୍ସ ଏହାକୁ ଦେଖିଲା ପରେ ଆପଣ ଜାଣିପାରିବେ ।

କିନ୍ତୁ ଏଥିରେ ସେ ଷ୍ଟେଜ ପରର୍ଫମାନ୍ସ ଦେବେ ନାହିଁ । ବରଂ ଅଭିନୟ କରିବେ । ତାଙ୍କ କହିବା ଅନୁଯାୟୀ, ଅଭିନୟ ଏବଂ ଷ୍ଟେଜ ପରର୍ଫମାନ୍ସ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । କାରଣ ଲାଇଭ ଷ୍ଟେଜ ପରର୍ଫାମନ୍ସରେ ଷ୍କ୍ରିପ୍ଟକୁ ଭଲ ଭାବେ ମନେ ରଖିବାକୁ ପଡିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.