ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି ଦୀପିକା ପାଦୁକୋନ, ତାଙ୍କ ଲେଡି ବସ୍ ଲୁକ୍ ଦେଖି ଫ୍ୟାନ୍ସ ହେଲେ ଇମ୍ପ୍ରେସ୍
ଦୀପିକା ତାଙ୍କ ଲୁକ୍କୁ ନେଇ ପ୍ରାୟତଃ ଲାଇମ୍ ଲାଇଟ୍ରେ ରହିଥାନ୍ତି । ଏବେ ମଧ୍ୟ ଦୀପିକା ପାଦୁକୋନଙ୍କ ଲେଡି ବସ୍ ଲୁକ୍ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚାରେ ରହିଛି ।
ଦୀପିକା ପାଦୁକୋନ ବଲିଉଡରୁ ନେଇ ହଲିଉଡ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ନିଜର ଅଭିନୟର ଝଲକ୍ ଦେଖାଇ ସାରିଛନ୍ତି । ଦୀପିକା ତାଙ୍କ ଲୁକ୍କୁ ନେଇ ପ୍ରାୟତଃ ଲାଇମ୍ ଲାଇଟ୍ରେ ରହିଥାନ୍ତି । ଏବେ ମଧ୍ୟ ଦୀପିକା ପାଦୁକୋନଙ୍କ ଲେଡି ବସ୍ ଲୁକ୍ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚାରେ ରହିଛି । ଚଳିତ ବର୍ଷ ଆରମ୍ଭରେ ହିଁ ଦୀପିକା ପାଦୁକୋନ ଓ ଶାହରୁଖ ଖାନଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘ପଠାନ୍’ ଓ ‘ଜବାନ’ ବକ୍ସ ଅଫିସ୍ରେ ହଇଚଇ ସୃଷ୍ଟି କରିଥିଲା ।
ଗତ ଶନିବାର ମୁମ୍ବାଇରେ ନୀତା ମୁକେଶ ଅମ୍ବାନୀଙ୍କ ସାଂସ୍କୃତିକ କେନ୍ଦ୍ରରେ ୧୪୧ତମ ଅନ୍ତର୍ଜାତୀୟ ଅଲିମ୍ପିକ୍ ସମିତି ମନ୍ତ୍ରର ଉଦଘାଟନ ଉତ୍ସବରେ ରଣବୀର କପୁର, ଆଲିଆ ଭଟ୍ଟ ଓ ଦୀପିକା ପାଦୁକୋନ ସମେତ ବଲିଉଡର ଅନେକ ସେଲିବ୍ରିଟିମାନେ ଯୋଗ ଦେଇଥିଲେ । ସେଠାରେ ରଣବୀର ଓ ଆଲିଆଙ୍କୁ ନେଭି ବ୍ଲୁ ଟ୍ରାଡିସ୍ନାଲ୍ ଡ୍ରେସ୍ରେ ଦେଖିବା ପାଇଁ ମିଳିଥିଲା । ହେଲେ ଦୀପିକା ସେଠାରେ ବ୍ଲାକ୍ ଓ ଗ୍ରେ ଚେକ୍ କଲର ର୍ଫମାଲ ଲୁକ୍ରେ ଇଭେଣ୍ଟରେ ପହଞ୍ଚିଥିଲେ । ତାଙ୍କର ସେହି ଲୁକ୍ ଦେଖି ସମସ୍ତେ ଇମ୍ପ୍ରେସ୍ ହୋଇଥିଲେ ।
View this post on Instagram
ତେବେ ବଲିଉଡର ମସ୍ତାନି ଚଳିତ ବର୍ଷ ଶାହରୁଖ ଖାନ୍ଙ୍କ ସହ ଦୁଇଟି ଫିଲ୍ମରେ ନଜର ଆସିଛନ୍ତି । ଏବେ ସେ ବହୁତ ଶୀଘ୍ର ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ପ୍ରୋଜେକ୍ଟ କେ’ରେ ନଜର ଆସିବା ପାଇଁ ଯାଉଛନ୍ତି । ନାଗ ଅଶ୍ୱିନୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ଯାଉଛନ୍ତି । ଏହା ସହିତ ଦୀପିକାଙ୍କୁ ହ୍ରିତିକ୍ ରୋଶନଙ୍କ ଫିଲ୍ମ ‘ଫାଇଟର’ରେ ମଧ୍ୟ ଦେଖିବା ପାଇଁ ମିଳିବେ ।