ଧନଶ୍ରୀଙ୍କ ସ୍ୱପ୍ନ ହେଲା ପୂରଣ, ମାଧୁରୀଙ୍କ ସହିତ କଲେ ଡ୍ୟାନ୍ସ ଭିଡିଓ

ଭାରତୀୟ ସ୍ପିନର ଯୁଜବେନ୍ଦ୍ର ଚହଲଙ୍କ ପତ୍ନୀ ଧନଶ୍ରୀ ବର୍ମା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହିଥାନ୍ତି। ଫ୍ୟାନ୍ସଙ୍କ ପାଇଁ ଲଗାତାର ଫଟୋ ଏବଂ ଭିଡିଓ ସେୟାର କରନ୍ତି। ତାଙ୍କ ଡ୍ୟାନ୍ସ ଭିଡିଓ ଯୋଗୁଁ ୟୁଟ୍ୟୁବରେ ହେଉ ଅବା ଇନଷ୍ଟାଗ୍ରାମରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି। ତେବେ ଧନଶ୍ରୀ ଏବେ ବଲିଉଡର ଧକ୍‌ଧକ୍‌ ଗାର୍ଲ ମାଧୁରୀଙ୍କ ସହିତ ଏକ ଡ୍ୟାନ୍ସ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧.୭ ଲକ୍ଷ ୟୁଜର୍ସ ଲାଇକ କରିସାରିଲେଣି।

ଧନଶ୍ରୀ ବର୍ମା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ କ୍ଲିପ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ମାଧୁରୀ ଦୀକ୍ଷିତଙ୍କ ସହିତ ନଜର ଆସିଛନ୍ତି। କେବଳ ମାଧୁରୀ ନୁହେଁ ଅନ୍ୟ କେତେକ କଳାକାର ମଧ୍ୟ ଭିଡିଓରେ ନଜର ଆସିଛନ୍ତି। ସମସ୍ତେ ‘Brotherstwinz’ର ଏକ ଭାଇରଲ ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି।

ଧନଶ୍ରୀ ଭିଡିଓ କ୍ୟାପସନରେ ଲେଖିଛନ୍ତି, ଏହା କେବଳ ସୋମବାର ନୁହେଁ ବରଂ ଜୀବନ ଯାକରେ ପ୍ରେରଣା। ସମସ୍ତଙ୍କ ପ୍ରିୟ ମାଧୁରୀ ଦୀକ୍ଷିତଙ୍କ ସହିତ ଡ୍ୟାନ୍ସ କରିବାର ସୁଯୋଗ ମିଳିଲା। ମାଧୁରୀଙ୍କର ନିକଟରେ ଓଟିଟିରେ ‘ ଦ ଫେମ୍‌ ଗେମ୍‌ ’ ଟାଇଟଲ ନାମକ ଏକ ହିନ୍ଦୀ ସିରିଜ ରିଲିଜ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.