ସୁସ୍ଥ ହୋଇ ଘରକୁ ଫେରିଲେ ଧର୍ମେନ୍ଦ୍ର, କହିଲେ : “ଗୁଜବ ଉପରେ ବିଶ୍ୱାସ କର ନାହିଁ”, ବର୍ତ୍ତମାନ ମୁଁ ଭଲ ଅଛି

ବଲିଉଡର ଭେଟେରାନ ଆକ୍ଟର ଧର୍ମେନ୍ଦ୍ରଙ୍କୁ ଗତ କାଲି ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ସମସ୍ୟା ହେତୁ ୮୬ ବର୍ଷିୟ ଅଭିନେତା ଧର୍ମେନ୍ଦ୍ରଙ୍କୁ ଗତ ସପ୍ତାହରେ ଡାକ୍ତରଖାନା ନିଆଯାଇଥିଲା। ଖବର ଅନୁଯାୟୀ, ତାଙ୍କୁ ଆଇସିୟୁରେ ରଖାଯାଇଥିଲା, କିନ୍ତୁ ଆଜି ସକାଳେ ତାଙ୍କୁ ବାହାରକୁ ଅଣା ଯାଇଥିଲା ଏବଂ ବର୍ତ୍ତମାନ ସେ ପୂର୍ବ ଅପେକ୍ଷା ଭଲ ଅଛନ୍ତି।

ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପରିବାର ସୂତ୍ରରୁ ମିଳିଥିଲା ଯେ ‘ଧର୍ମେନ୍ଦ୍ର ଜୀ କିଛି ଦିନ ପୂର୍ବରୁ ଅସୁସ୍ଥ ଥିଲେ ଏଥିପାଇଁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ବର୍ତ୍ତମାନ ସେ ଭଲ ହେବାକୁ ଯାଉଛନ୍ତି ଏବଂ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ବର୍ତ୍ତମାନ ତାଙ୍କୁ ଡାକ୍ତରଙ୍କ ତତ୍ଵାବଧାନରେ ରଖାଯାଇଛି । ବର୍ତ୍ତମାନ ପାଇଁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ନୂତନ ସୂଚନା ଆସିଛି। ଅଭିନେତା ଧର୍ମେନ୍ଦ୍ର ଘରକୁ ଆସିଛନ୍ତି ଏବଂ ସେ ନିଜେ ଏକ ଭିଡିଓ ଟ୍ୱିଟରରେ ସେୟାର କରି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଛନ୍ତି।

ସେୟାର କରିବାବେଳେ ସେ ଲେଖିଛନ୍ତି, ‘ବନ୍ଧୁଗଣ, ମୁଁ ଏକ ଶିକ୍ଷା ପାଇଛି’! ସେ ଏହି ଭିଡିଓ ସେୟାର କରି କହିଛନ୍ତି, “ବନ୍ଧୁଗଣ, କିଛି କରନ୍ତୁ ନାହିଁ, ମୁଁ କରିଥିଲି ଏବଂ ଯନ୍ତ୍ରଣା ଭୋଗିଥିଲି, ଧର୍ମେନ୍ଦ୍ର ଆହୁରି ମଧ୍ୟ ବ୍ୟାଖ୍ୟା କରିଛନ୍ତି ଯେ ମାଂସ ପେଶୀରେ ଯନ୍ତ୍ରଣା ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବୋଲି କହିଛନ୍ତି । ଏଥିସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଯେଉଁ ଗୁଜବ ପ୍ରଚାର ହେଉଛି ତାଠାରୁ ଦୂରେଇ ରହିବାକୁ ସେ ତାଙ୍କ ଫ୍ୟାନ୍ସ ଓ ଶୁଭେଛୁଙ୍କୁ ଅପିଲ୍ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.