ବଲିଉଡରେ କାୟା ମେଲାଇଛି କରୋନା : ନିର୍ଦ୍ଦେଶକ ମଧୁର ଭଣ୍ଡାରକର କୋଭିଡ ପଜିଟିଭ୍ , ଟ୍ବିଟ୍ କରି ଦେଲେ ସୂଚନା

ବର୍ତ୍ତମାନ କରୋନା ଦେଶରେ କାୟା ମୋଲାଇବାରେ ଲାଗିଛି । ଏମିତିକି ଟେଲି ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ କୋଭିଡ କାହାକୁ ଛାଡୁନି । କିଛି ଦିନ ମଧ୍ୟରେ ଅନେକ କଳାକାଳ କୋଭିଡ ପଜିଟିଭ୍ ହୋଇଛନ୍ତି । ଅଭିନେତା ଅଭିନେତ୍ରୀଙ୍କ ପରେ ବର୍ତ୍ତମାନ ବି-ଟାଉନ ନିର୍ଦ୍ଦେଶକଙ୍କୁ ମଧ୍ୟ କୋଭିଡ ଆତଙ୍କ କଲାଣି । ତେବେ ଆଜି ମଧ୍ୟ ବଲିଉଡ ଫିଲ୍ମ ନିର୍ଦ୍ଦେଶକ ମଧୁର ଭଣ୍ଡାରକର କୋଭିଡ ପଜିଟିଭ୍ ହୋଇଥିବା ଟ୍ଵିଟ୍ ଯୋଗେ ସୂଚନା ଦେଇଛନ୍ତି । ସେ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ନିଜଟ୍ଵିଟର ହ୍ୟାଣ୍ଡେକୁ ନିଜ ହାତରେ ନେଇ କହିଛନ୍ତି ଯେ କୋଭିଡର ଦୁଇଟି ଡୋଜ ନେବା ପରେ ମଧ୍ୟ ମୁ କୋଭିଡ ପଜିଟିଭ୍ ହୋଇଛି ।
I have tested positive for Covid. Been Fully vaccinated but experiencing Mild symptoms. Have isolated myself. Those who came in contact with me in kindly get yourself tested. Please be safe & follow covid-19 protocols 🙏
— Madhur Bhandarkar (@imbhandarkar) January 8, 2022
ବର୍ତ୍ତମାନ ସେ ନିଜକୁ ସମ୍ପୂର୍ଣ୍ଣ ରୂପେ ଆଇସୋଲେଟ୍ କରି ରଖିଛନ୍ତି । ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ଥିଲେ, ଦୟା କରିକି ସେମାନେ ନିଜର କରୋନା ଟେଷ୍ଟ କରି ନିଅନ୍ତୁ ବୋଲି ସେ ସମସ୍ତଙ୍କୁ ରିକ୍ୱେଷ୍ଚ କରିଛନ୍ତି । ଯେହେତୁ ବର୍ତ୍ତମାନ କୋଭିଡ ରେଟ ଦିନକୁ ଦିନ ବଢିବାରେ ଲାଗୁଛି , ସମସ୍ତେ ସତର୍କତା ଅବଲମ୍ବନ କରିବା ପାଇଁ ମଧ୍ୟ କହିଛନ୍ତି ।