ଖେଳାଳିଙ୍କ ସନ୍ନ୍ୟାସ ଯୋଗୁ ଚିନ୍ତାରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ, ଜାରି କଲା ନୂଆ ନିୟମ

ଜଣକ ପରେ ଜଣେ କ୍ରିକେଟରଙ୍କ ସନ୍ନ୍ୟାସ ଯୋଗୁ ଚିନ୍ତାରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ। ଏବେ ବୋର୍ଡ ଏ ସମ୍ପର୍କରେ ଏକ ନୂଆ ନିୟମ ଲାଗୁ କରିଛି। ଏବେ ଶ୍ରୀଲଙ୍କାରେ ଖେଳାଳିଙ୍କୁ ଅବସର ନେବାର ୩ ମାସ ପୂର୍ବରୁ ନୋଟିସ୍ ଦେବାକୁ ପଡ଼ିବ। ଏଥିସହ ସେମାନଙ୍କୁ ଅନାପତ୍ତି ପ୍ରମାଣ ପତ୍ର (ଏନ୍ଓସି) ପାଇଁ ୬ ମାସ ଅପେକ୍ଷା ବି କରିବାକୁ ପଡ଼ିବ।
ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ କେବଳ ସେହି ଖେଳାଳିମାନଙ୍କୁ ଅନ୍ୟ ଦେଶର ଟି୨୦ ଲିଗ୍ରେ ଖେଳିବାକୁ ଅନୁମତି ଦେବ, ଯେଉଁମାନେ ଏହି ପ୍ରୋସେସ୍ରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ନେବେ। ଏହା ବ୍ୟତୀତ ଶ୍ରୀଲଙ୍କା ପ୍ରିମିୟର ଲିଗ୍ ଖେଳିବାର ଯୋଗ୍ୟତା ଲାଭ କରିବା ପାଇଁ ମଧ୍ୟ ଶ୍ରୀଲଙ୍କା ଖେଳାଳିଙ୍କୁ ୮୦ ପ୍ରତିଶତ ଘରୋଇ କ୍ରିକେଟ୍ ଖେଳିବାକୁ ପଡ଼ିବ।
To stem exodus, @OfficialSLC issues new guidelines for retiring players 🏏#SLC‘s decision came after #DanushkaGunathilaka and #BhanukaRajapaksa announced their retirement
Details ➡️ https://t.co/8vGTAQJnf6 pic.twitter.com/NIOSuocvZ9
— The Times Of India (@timesofindia) January 9, 2022
ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ଏହି କଠୋର ନିଷ୍ପତ୍ତି ଦନୁଷ୍କା ଗୁଣାଥିଲକା ଓ ଭାନୁକା ରାଜପକ୍ଷେଙ୍କ ଅଚାନକ କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା ପରେ ଆସିଛି। ଭାନୁକା ନିକଟରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେବାକୁ ଘୋଷଣା କରିଛନ୍ତି। ସେହିପରି ଗୁଣାଥିଲକା ଟେଷ୍ଟ କ୍ରିକେଟ୍କୁ ଅଲ୍ବିଦା କହିଛନ୍ତି।
ଏକ ସ୍ପୋର୍ଟସ୍ ୱେବ୍ସାଇଟ୍ର ରିପୋର୍ଟ ମୁତାବକ, ଶ୍ରୀଲଙ୍କାର ଆଉ କିଛି ଖେଳାଳି ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ନେବା କଥା ଚିନ୍ତା କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କାର କ୍ରିକେଟ୍ ବୋର୍ଡ ଏଭଳି ନିଷ୍ପତ୍ତି ନେଇଛି।
#SriLanka Cricket Issues New Guidelines For Retiring Players @OfficialSLC #coronavirus #LPL #lankapremierleague https://t.co/CMw2TRRYbM
— CricketCountry (@cricket_country) January 9, 2022
ଶ୍ରୀଲଙ୍କାର କ୍ରିକେଟରମାନେ ଇଣ୍ଟରନ୍ୟାସନାଲ କ୍ରିକେଟ୍ରୁ ସନ୍ନ୍ୟାସ ନେବାର ସବୁଠୁ ବଡ଼ କାରଣ ହେଉଛି ଅନ୍ୟ ଦେଶରେ ଚାଲିଥିବା ଫ୍ରାଞ୍ଚାଇଜ୍ କ୍ରିକେଟ୍। ଭଲ ପଇସା ଓ ନାଁ ମିଳୁଥିବା କାରଣରୁ ଏହି ଯୁବ ଖେଳାଳି ଦେଶ ତରଫରୁ ଖେଳିବା ଛାଡ଼ି ଆଇପିଏଲ୍, ବିଗ୍ ବାଶ୍ ଭଳି ଲିଗ୍ ଖେଳିବାକୁ ଚାହୁଁଛନ୍ତି। ନିକଟରେ ଶ୍ରୀଲଙ୍କାର କେତେକ ଯୁବ କ୍ରିକେଟର ଦେଶ ଛାଡ଼ି ଆମେରିକା ଚାଲିଯାଇଛନ୍ତି।