ପବନରେ ଜବରଦସ୍ତ ଷ୍ଟଣ୍ଟ କରି ଟାଇଗର ଶ୍ରଫଙ୍କୁ ବି ପଛରେ ପକେଇଦେଲେ ଦିଶା ପଟାନି, ଫ୍ୟାନ୍ସ କରୁଛନ୍ତି ଏମିତି ତାରିଫ

ଆପଣ ସାଧାରଣତଃ ହିରୋ ମାନଙ୍କୁ ଖତରନାକ ଷ୍ଟଣ୍ଟ କିମ୍ବା କୌଣସି ଆକ୍ସନ କରୁଥିବାର ଦେଖିଥିବେ । ଏଭଳି ଦୁଃସାହସିକ କାମ କେବଳ ପୁରୁଷ ମାନେ କରିପାରନ୍ତି ବୋଲି ଧାରଣା ରହିଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବଲିଉଡରେ ଏମିତି ଜଣେ ହିରୋଇନ ଅଛନ୍ତି ଯିଏ ନିଜ ମାର୍ସିଆଲ ଆର୍ଟ ଷ୍ଟଣ୍ଟ ପାଇଁ ଖୁବ ନାଁ କମେଇ ପାରିଛନ୍ତି । ସେ ଆଉ କେହି ନୁହନ୍ତି । ସେ ହେଉଛନ୍ତି ବଲିଉଡର ଅନ୍ୟତମ ସ୍ଵିଟ, ସୋବର ଓ କ୍ୟୁଟ ଗାର୍ଲ ଦିଶା ପଟାନୀ । ଏଇ ନିକଟରେ ଦିଶା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ନିଜେ ଷ୍ଟାଣ୍ଡିଙ୍ଗ କରୁଥିବା କିଛି ଭିଡିଓ ସେୟାର କରିଛନ୍ତି । ଭିଡିଓ ଟିରେ ଆପଣ ଦେଖିପାରିବେ ଦିଶା କେମିତି ପବନର ବେଗ ସହିତ ତାଳ ଦେଇ ଜମ୍ପ କରିବା ସହିତ ଖୁବ ସୁନ୍ଦର ଭାବେ କିକ ମଧ୍ୟ କରୁଛନ୍ତି | ଭିଡିଓଟିକୁ ଦେଖି ଫ୍ୟାନ୍ସ ମାନେ ବି ଜବରଦସ୍ତ କମେଣ୍ଟ କରୁଛନ୍ତି । କେହି କେହି ତ ଏମିତି ବି କହୁଛନ୍ତିକି ଦିଶାଙ୍କ ଉପରେ ତାଙ୍କ ବୟ ଫ୍ରେଣ୍ଡ ତଥା ପୁରୁଷ ବନ୍ଧୁ ଟାଇଗର ଶ୍ରଫଙ୍କର ପ୍ରଭାବ ପଡିଯାଇଛି । ଆଉ ସବୁଠୁ ଖାସ କଥା ହେଉଛି ନିଜେ ଟାଇଗର ବି ଦିଶାଙ୍କ ପ୍ରସଂଶା ନକରି ରହିପାରିନାହାନ୍ତି ।

କହିରଖିବା ଉଚିତ ହେବକି “720 କିକ୍ସ” ହେଉଛି ଟାଇକୋଣ୍ଡର ହିଁ ଏକ ପାର୍ଟ । ଏହାକୁ କରିବା ଖୁବ କଷ୍ଟସାଧ୍ୟ ମଧ୍ୟ । କାରଣ ଏଥିରେ ଖେଳାଳିଙ୍କୁ ୭୨୦ ଡିଗ୍ରୀ ପର୍ଯ୍ୟନ୍ତ ବୁଲିବାକୁ ପଡେ ।| କିନ୍ତୁ ଏପରି ଏକ ଦୁଃସାଧ୍ୟ ଷ୍ଟଣ୍ଟକୁ କରି ଦିଶା ଦେଖେଇ ଦେଇଛନ୍ତିକି ଦୁନିଆରେ କୌଣସି କାମ କଷ୍ଟ ନୁହେଁ । ଯଦି ଜଣେ ନିଜ ମନବଳ ଦେବା ସହ ପ୍ରାଣପଣେ ଚେଷ୍ଟା କରେ ତେବେ କୌଣସି ବି କାମ ଖୁବ ସହଜରେ କରିପାରିବ । ଯେମିତି ସବୁକିଛି ତା ପାଇଁ ବାଁ ହାତର ଖେଳ ପାଲଟିଯିବ । ଭିଡିଓରେ ଆପଣ ଦେଖିପାରିବେ ଦିଶା କେମିତି ସ୍ଲୋ ମୋସନରେ ୭୨୦ ଡିଗ୍ରୀ ପର୍ଯ୍ୟନ୍ତ ବୁଲି ସାହସିକ ଷ୍ଟଣ୍ଟ ଦେଖାଉଛନ୍ତି ।

ସାଧାରଣତଃ ଟାଇଗରଙ୍କୁ ଷ୍ଟଣ୍ଟ ମାନଙ୍କର କିଙ୍ଗ କୁହାଯାଏ । କାରଣ ସେ ଖୁବ ସହଜରେ ଗୋଟିଏ ପରେ ଗୋଟିଏ ଷ୍ଟଣ୍ଟ କରିପାରନ୍ତି । ଆଉ ଏମିତିରେ ତାଙ୍କ ଗାର୍ଲ ଫ୍ରେଣ୍ଡ ଦିଶା ପଛରେ ରହନ୍ତେ ବା କେମିତି । ଏମିତିରେ ନିଜକୁ ଫିଟ ଆଉ ଫାଇନ ରଖିବା ସହ କୌଣସି ସାଲିସ କରନ୍ତିନି ଦିଶା । ଆଉ ଅନ୍ୟପକ୍ଷରେ ତାଙ୍କର ଫିଟନେସ ଆଉ ହାର୍ଡୱାର୍କକୁ ତାରିଫ କରିବାକୁ ଫ୍ୟାନ୍ସ ମାନେ ବି ଥକୁନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.