ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅଭିନେତ୍ରୀ ଦିବ୍ୟା , ଫେବୃଆରୀ ୨୦ରେ ହେବ ଗ୍ରାଣ୍ଡ ୱେଡିଙ୍ଗ

ଦିବ୍ୟା ଓ ଅପୁର୍ଭଙ୍କ ବିବାହ ଫେବୃଆରୀ ୨୦ରେ ହେବ । ଦିବ୍ୟା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ବିବାହ ପୂର୍ବର ସୁଟିଂର ଅନେକ ଫଟୋ ସେୟାର କରିଥିବାବେଳେ ସେ ବିବାହ ବିଷୟରେ ଏକ ଅପଡେଟ୍ ମଧ୍ୟ ଦେଇଛନ୍ତି ।

ଟିଭି ଅଭିନେତ୍ରୀ ତଥା ବିଗ୍ ବସ୍ ଓଟିଟି ସିଜନ୍ ୧ର ବିଜେତା ଦିବ୍ୟା ଅଗ୍ରୱାଲ ତାଙ୍କ ବିବାହ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ଏହି ଅଭିନେତ୍ରୀ ତାଙ୍କ ବଏଫ୍ରେଣ୍ଡ ଅପୁର୍ଭ ପଡଗାଓଁକରଙ୍କ ସହ ବିବାହ କରିବାକୁ ଯାଉଛିନ୍ତି । ତେବେ ଦୁଇଜରଙ୍କ ବିବାହ ପ୍ରସ୍ତୁତି ଶେଷ ହୋଇଛି । ସେମାନଙ୍କର ବିବାହ ରୀତିନୀତି ଆଜିଠାରୁ ଆରମ୍ଭ ହୋଇଛି । ଦିବ୍ୟା ଓ ଅପୁର୍ଭଙ୍କ ବିବାହ ଫେବୃଆରୀ ୨୦ରେ ହେବ । ଦିବ୍ୟା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ବିବାହ ପୂର୍ବର ସୁଟିଂର ଅନେକ ଫଟୋ ସେୟାର କରିଥିବାବେଳେ ସେ ବିବାହ ବିଷୟରେ ଏକ ଅପଡେଟ୍ ମଧ୍ୟ ଦେଇଛନ୍ତି ।

ଦିବ୍ୟା ଅଗ୍ରୱାଲ ଇନଷ୍ଟାଗ୍ରାମରେ ତାଙ୍କ ଘରର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି, ଯେଉଁଠାରେ ‘ହ୍ଵାଟ୍‌ ଏ ମେସ୍‌’ ଟିୟୁ ମଧ୍ୟ ସାମିଲ ହୋଇଛନ୍ତି । ବିବାହ ପୂର୍ବର ସୁଟିଂର ଫଟୋ ସେୟାର କଲାବେଳେ ଦିବ୍ୟା ଲେଖିଛନ୍ତି, ଅଭିନେତ୍ରୀ ଦିବ୍ୟା ଅଗ୍ରୱାଲ ଏବଂ ଅପୁର୍ଭ ପାଡଗାଓଁକର ଫେବୃଆରୀ ୨୦ ରେ ମୁମ୍ବାଇରେ ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି । ତେବେ ଏଥିରେ ସେମାନଙ୍କର ଫାଷ୍ଟ ମିଟ୍‌ ଏବଂ ପ୍ରେମ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି ।

ଏହା ବ୍ୟତୀତ କ୍ୟାପସନରେ ଆହୁରି ମଧ୍ୟ କିଛି ଲେଖା ହୋଇଛି, ‘ନଅ ବର୍ଷ ପୂର୍ବେ ଦୁହେଁ ନାଭି ମୁମ୍ବାଇର ଏକ ଲଞ୍ଜରେ ଭେଟିଥିଲେ । ଏହା ସହ ଆଜି ଉଭୟ ଏହି ସମ୍ପର୍କକୁ ନେଇ ବହୁତ ଖୁସି ଅଛନ୍ତି । ତାଙ୍କ ବିବାହ ପଞ୍ଜାବୀ ଏବଂ ମହାରାଷ୍ଟ୍ରୀୟ ରୀତିନୀତିରେ ହେବ ।

ମୁମ୍ବାଇର ଏକ କାଫେରେ ଦିବ୍ୟା ଅଗ୍ରୱାଲ ଏବଂ ଅପୁର୍ଭ ପଡଗାଓଁକରଙ୍କ ବିବାହ ପୂର୍ବରୁ ପ୍ରି ୱେଡିଙ୍ଗ ଫଟୋ ସୁଟିଂ ହୋଇଥିଲା । ଏଥିପାଇଁ ଦିବ୍ୟା କମଳା ରଙ୍ଗର ପୋଷାକ ବିନ୍ଧିଥିବା ବେଳେ ଅପୁର୍ଭ ନାଲି କୁର୍ତ୍ତା ଓ ପାଇଜାମାରେ ନଜର ଆସିଥିଲେ । ଉଭୟଙ୍କ ଯୋଡି ବହୁତ ସୁନ୍ଦର ଲାଗୁଥିଲା । କିନ୍ତୁ ଦିବ୍ୟାଙ୍କ ପୋଷ୍ଟର କ୍ୟାପସନରେ ଥିବା ଲେଖା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଯେଉଁଥିରେ କୁହାଯାଇଥିଲା ଯେ ଉଭୟେ ୯ ବର୍ଷ ପୂର୍ବେ ମିଟ୍‌ ହୋଇଥିଲେ ।

ଲୋକମାନେ ଏହି ପୋଷ୍ଟରେ ଅପେକ କମେଣ୍ଟ ଦେଇଛନ୍ତି ଯେ ୯ ବର୍ଷ ପୂର୍ବେ ଦିବ୍ୟା ଅପୁର୍ଭଙ୍କୁ କିପରି ଭେଟି ପାରିବେ ? କାରଣ ୨୦୧୭ ପର୍ଯ୍ୟନ୍ତ ସେ ପ୍ରିୟଙ୍କା ଶର୍ମାଙ୍କ ସହ ସମ୍ପର୍କରେ ରହିଥିଲେ । ତେବେ ତାଙ୍କର ବ୍ରେକ୍‌ଅପ୍‌ ହେବାପରେ, ସେ ବରୁଣ ସୁଦ୍‌ଙ୍କ ସହ ସହ ସମ୍ପର୍କରେ ରହିଥିଲେ । ୨୦୨୧ ମସିହାରେ, ବିରୁନ୍ ବିଗ୍ ବସ୍ ଓଟିଟି ସିଜନ୍ ୧ରେ ଦିବ୍ୟାଙ୍କୁ ସମର୍ଥନ କରିବାକୁ ଆସିଥିଲେ । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଏହା ପରେ ଦିବ୍ୟା ଶମିତା ଶେଟ୍ଟୀଙ୍କୁ ତାଙ୍କ ଏବଂ ବରୁଣଙ୍କ ବିବାହ ପାଇଁ ନିମନ୍ତ୍ରଣ କରିଥିଲେ । କିନ୍ତୁ ଦିବ୍ୟା ଏବଂ ବରୁଣଙ୍କର ୨୦୨୨ ମସିହାରେ ବ୍ରେକଅପ୍ ହୋଇଥିଲେ । ଏହା ପରେ ଦିବ୍ୟା ଅପୁର୍ଭଙ୍କ ସହ ସମ୍ପର୍କ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.