ଇଡିକୁ ହିସାବ ଦେବେ ଐଶ୍ୱର୍ଯ୍ୟା, ପାନାମା ପେପର୍ସ ଲିକ୍ ମାମଲାରେ ବଲିଉଡ୍ ଷ୍ଟାର୍‌ଙ୍କୁ ସମନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ EDର ସମନ। ପାନାମା ପେପର୍ସ ଲିକ୍‌ ମାମଲାରେ ଐଶ୍ୱର୍ଯ୍ୟାଙ୍କୁ ED ପକ୍ଷରୁ ସମନ କରାଯାଇଛି। ପଚରାଉଚରା ପାଇଁ ତାଙ୍କୁ ED ପକ୍ଷରୁ ଡକାଯାଇଛି। ପାନାମା ପେପର ଲିକ୍‌ ମାମଲାରେ ପଚରାଉଚରା କରାଯିବ।

ଆଜି ହିଁ ଐଶ୍ୱର୍ଯ୍ୟା ରାୟଙ୍କୁ ଇଡିରେ ହାଜର ହେବାର ଅଛି। ଐଶ୍ୱର୍ଯ୍ୟା ରାୟଙ୍କୁ ଇଡି ନଭେମ୍ବର ୯ ତାରିଖରେ ସେକସନ୍‌ ୩୭ ଫେମା ତରଫରୁ ସମନ କରାଯାଇଥିଲା। ଏହି ସମନକୁ ମୁମ୍ବାଇ ସ୍ଥିତ ବଚ୍ଚନ ପରିବାରର ଆବାସ ପ୍ରତୀକ୍ଷାକୁ ପଠାଯାଇଥିଲା। ୧୫ ଦିନ ଭିତରେ ଜବାବ ଦେବାକୁ କୁହାଯାଇଥିଲା। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏହାର ଜବାବ ଇ-ମେଲ ଜରିଆରେ ଇଡିକୁ ପଠାଇଥିବା ସୂଚନା ରହିଛି।

ସୂଚନା ଥାଉଯେ ଯେ, ପାନାମା ପେପର୍ସ ଲିକ୍ ମାମଲାରେ ଏକ କମ୍ପାନୀର ଆଇନଗତ ଡକ୍ୟୁମେଣ୍ଟ୍ ଲିକ୍ ହୋଇଥିଲା।  ଏହି ଲିକ୍‌ ଘଟଣା ପରେ ୪୨୪ ଜଣ ଭାରତୀୟଙ୍କ  ବିଦେଶୀ ବ୍ୟାଙ୍କରେ ଆକାଉଣ୍ଟ ଥିବା କଥା ସାମ୍ନାକୁ ଆସିଥିଲା। ଏଥିରେ କିଛି ରାଜନେତାଙ୍କ ସମେତ ବଡ ବଡ ଫିଲ୍ମ ଷ୍ଟାରଙ୍କ ନାଁ ମଧ୍ୟ ସାମିଲ ଥିଲା।  ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ଅଜୟ ଦେବଗନଙ୍କ ନାମ ମଧ୍ୟ ଏଥିରେ ସାମିଲ ଥିବା ନେଇ ଖୁଲାସା ହୋଇଥିଲା।

ଏପରିକି ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ତା’ପରେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଏକ ମଲ୍ଟି ଏଜେନ୍ସି ଗ୍ରୁପ୍ ଗଠନ କରିଥିଲେ। ଏଥିମଧ୍ୟରେ CBDT, RBI, ED ଏବଂ FIU ସାମିଲ କରାଯାଇଥିଲା। MAG ସମସ୍ତ ନାଁର ଯାଂଚ କରି କଳା ଟଙ୍କାର ତଦନ୍ତ ପାଇଁ ଗଠିତ SIT ଏବଂ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଉଥିଲା।

ସୂଚନା ମୁତାବକ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ପୂର୍ବରୁ ମଧ୍ୟ ଦୁଇଥର ଡକାଯାଇଥିଲା, କିନ୍ତୁ ଉଭୟ ଥର ସେ ନୋଟିସକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ। ପାନାମା ପେପର ଲିକ୍ ଯାଞ୍ଚ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳକୁ ସେ ଏହି ଅନୁରୋଧ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.