ବକ୍ସ ଅଫିସରେ ୧୦୦ କୋଟି କ୍ଲବରେ ସାମିଲ ହେଲା ‘ସ୍ପାଇଡର ମ୍ୟାନ୍‌: ନୋ ୱେ ହୋମ୍‌’, ମାତ୍ର ୪ ଦିନରେ କଲା ଜବରଦସ୍ତ ଆୟ

ସମସ୍ତଙ୍କ ପ୍ରିୟ ସୁପରହିରୋ‘ ସ୍ପାଇଡର ମ୍ୟାନ୍‌’ ଫିଲ୍ମ ‘ସ୍ପାଇଡର ମ୍ୟାନ୍‌: ନୋ ୱେ ହୋମ୍‌’ ରିଲିଜ ହେବାର ମାତ୍ର ୪ ଦିନରେ ରେକର୍ଡ କରିଛି। ଫିଲ୍ମ ରିଲିଜ ହେବାର ୪ ଦିନରେ ୧୦୦ କୋଟି କ୍ଲବରେ ସାମିଲ ହୋଇଛି। ଏହି ଫିଲ୍ମରେ ଟମ୍‌ ହଲାଣ୍ଡ ଲିଡ୍‌ ରୋଲରେ ନଜର ଆସିଛନ୍ତି। ଫିଲ୍ମ ଇଂଲିଶ ସହିତ ହିନ୍ଦୀ, ତାମିଲ ଏବଂ ତେଲୁଗୁରେ ମଧ୍ୟ ଭାରତରେ ରିଲିଜ ହୋଇଛି। ଫିଲ୍ମଟି ଚତୁର୍ଥ ଦିନରେ ୩୦ କୋଟି ଟଙ୍କା ଆୟ କରିଥିଲା। ତେବେ ଗତ ୪ ଦିନ ଭିତରେ ଫିଲ୍ମଟି ୧୦୯ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆୟ କରିସାରିଛି।

କରୋନା କାଳରେ ଫିଲ୍ମଟି ରିଲିଜ ହେବା ଦିନ ୩୨.୭୪ କୋଟି, ଶୁକ୍ରବାର ଦିନ ୨୦.୩୭ କୋଟି, ଶନିବାର ଦିନ ୨୬.୧୦ କୋଟି ଟଙ୍କା ଆୟ କରିଥିଲା। ଏହା ସ୍ପାଇଡର ମ୍ୟାନର ଶେଷ ଫିଲ୍ମ ବୋଲି ଚର୍ଚ୍ଚା ମଧ୍ୟ ହେଉଛି। ଚାରି ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା ଫିଲ୍ମ ‘ସ୍ପାଇଡରମ୍ୟାନ୍ ହୋମକିମିଂ’ ଭାରତରେ ପ୍ରଥମ ଦିନରେ ୯.୩୬ କୋଟି ଟଙ୍କା ଆୟ କରିଥିଲା। କିନ୍ତୁ ଏହା ପୂର୍ବରୁ ରିଲିଜ ହୋଇଥିବା ଫିଲ୍ମ ‘ସ୍ପାଇଡରମ୍ୟାନ୍ – ଫାର ଫ୍ରମ ହୋମ ‘ ବକ୍ସ ଅଫିସ ରେ ଏତେ ଭଲ ପ୍ରଦର୍ଶନ କରିପାରିନଥିଲା ।

ସୂଚନାଯୋଗ୍ୟ, ସ୍ପାଇଡର ମ୍ୟାନ: ନୋ ୱେ ହୋମ୍‌ ସହିତ ସାଉଥ ଫିଲ୍ମ ‘ ପୁଷ୍କା: ଦ ରାଉଜ’ ରିଲିଜ ହୋଇଥିଲା। ଏହି ଫିଲ୍ମ ମଧ୍ୟ ବକ୍ସ ଅଫିସରେ ଜବରଦସ୍ତ ଆୟ କରିଛି। କିନ୍ତୁ ଏହି ଫିଲ୍ମ ମାତ୍ର ୨ ଦିନରେ ୧୦୦ କୋଟି କ୍ଲବରେ ସାମିଲ ହୋଇଥିଲା। ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ଜବରଦସ୍ତ ଆକ୍ସନ କରିଥିବା ବେଳେ ରଶ୍ମିକାଙ୍କ ସହିତ ରୋମାନ୍ସ ମଧ୍ୟ କରୁଥିବା ନଜର ଆସିଛନ୍ତି। ଫିଲ୍ମଟି ହିନ୍ଦୀ ଭାଷାରେ ମଧ୍ୟ ରିଲିଜ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.