ମଡେଲ ଇନାୟାଙ୍କ ସହ ରାମ ଗୋପାଲ ବର୍ମାଙ୍କ ଅଶ୍ଳୀଳ ଡ୍ୟାନ୍ସ ଭିଡ଼ିଓ ଭାଇରାଲ, ଟ୍ଵିଟରରେ ରଖିଲେ ନିଜ ପ୍ରତିକ୍ରିୟା

ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା ଏବେ ପୁଣି ହେଲେ ଭାଇରାଲ । କଣ୍ଟ୍ରୋଭର୍ସି ଦୁନିଆରେ ସେ ଲଗାଇଛନ୍ତି ପୁଣି ଥରେ ନିଆଁ। ଏବେ ତାଙ୍କର ନୁଆ ଡ୍ୟାନ୍ସ ଭିଡ଼ିଓ ଖୁବ ହେଉଛି ଭାଇରାଲ । କିଛି ଜଣେଇବା ଆଗରୁ ପ୍ରଥମେ ଦେଖିନିଅନ୍ତୁ ଏହି ଭାଇରାଲ ଭିଡ଼ିଓ..

ଭିଡ଼ିଓଟି ହେଉଛି କମ୍ପାନୀର ନୂଆ ମଡେଲଙ୍କ ବାର୍ଥ ଡେ ପାର୍ଟିର, ଯେଉଁଠି ରଙ୍ଗିଲା ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମାଙ୍କ ଅଶ୍ଳୀଳ ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଛି। କିନ୍ତୁ ଏହି ଭିଡ଼ିଓକୁ ନେଇ ଯେତେବେଳେ ତାଙ୍କୁ ପ୍ରଶ୍ନ କରାଗଲା ସେ ଏହି କଥାକୁ ଖଣ୍ଡନ କରିଛନ୍ତି। ଭିଡ଼ିଓରେ ବ୍ୟକ୍ତି ଜଣକ ଆଉ ଜଣେ ବୋଲି ସେ କହିଛନ୍ତି।

ରାମ ଗୋପାଳ ବର୍ମା ନିଜ କାମକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତାଙ୍କର ପ୍ରତିଟି କାମ ଉପରେ ରହିଥାଏ ସମସ୍ତଙ୍କ ନଜର। ଜଣେ ଫିଲ୍ମ ନିର୍ମାତା ଭାବେ ତାଙ୍କ ଫିଲ୍ମ ଯେତିକି ଚର୍ଚ୍ଚାରେ ରହିଥାଏ ନୁଆ ହିରୋଇନ ମାନଙ୍କୁ ଲଞ୍ଚ କଲେ ରୁହନ୍ତି ତାଠରୁ ଅଧିକ ଚର୍ଚ୍ଚାରେ। କରନ ଜୋହରଙ୍କ ସହ ତାଙ୍କ ସମ୍ପର୍କ ହେଉ କିମ୍ବା ତାଙ୍କ ଫିଲ୍ମ , ସବୁବେଳେ ସେ କ୍ରିଟିସିଜିମର ଶିକାର ହୋଇଥାନ୍ତି।

sulatanaaaa
pc: ap7am

ଏବେ ଯାହାଙ୍କ ସହ ତାଙ୍କ ନାମ ଯୋଡ଼ି ହୋଇଛି ସେ ହେଉଛନ୍ତି କମ୍ପାନୀର ବ୍ରାଣ୍ଡ ନିଉ ମଡେଲ ଇନାୟା ସୁଲତାନା । ପୂର୍ବରୁ ରାମ ଗୋପାଲ ଅପସରା ରାନୀଙ୍କ ସହ ଚର୍ଚ୍ଚାକୁ ଆସିଥିଲେ। ରଙ୍ଗିଲା ସ୍ୱଭାବ ରାମ ଗୋପାଲଙ୍କ ଏଭଳି ଆଚରଣ ଦର୍ଶକଙ୍କୁ ଖୁବ ଆଶ୍ଚର୍ଯ୍ୟ କରାଇଛି। ଏବେ ତାଙ୍କର ଏକ ଅଶ୍ଳୀଳ ଡ୍ୟାନ୍ସ ଭିଡ଼ିଓ ଭାଇରାଲ ହେଉଛି , ଯେଉଁଥିରେ ସେ ନିଜ ନୂଆ ମଡେଲ ସହ ଡ୍ୟାନ୍ସ କରୁଥିବାର ଦେଖାଯାଇଛି।

ସବୁଠୁ ବଡ଼ କଥା ହେଉଛି ଏହି ଆରୋପକୁ ଖଣ୍ଡନ କରିବା ପାଇଁ ସେ ସବୁ ଦେବଦେବୀଙ୍କ ରାଣ ନିୟମ ପକାଇଥିବା ବେଳେ ଆମେରିକା ପ୍ରେସିଡେଣ୍ଟଙ୍କ ନାମ ମଧ୍ୟ ଏଥିରୁ ବାଦ ପଡ଼ିନି। ଏହାକୁ ସେ ଟ୍ଵିଟର ମାଧ୍ୟମରେ ଜଣାଇଛନ୍ତି। ତେବେ ସେ ଯାହା ହେଉ ନା କାହିଁକି ରାମ ଗୋପାଲଙ୍କ ଏଭଳି ଭାଇରାଲ ଭିଡିିଓ ଦେଖି ଅନେକଙ୍କ ଅଜବ ରିଆକ୍ସନ ସାମ୍ନାକୁ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.