ଫିଲ୍ମ ‘କାନ୍ତାରା’ର ଦେବକୋଲା ସିକ୍ୱେନ୍ସ ସିନ୍ ସୁଟ୍ ପାଇଁ ମାସେ ପୂର୍ବରୁ ଆମିଷ ଛାଡିଥିଲେ ରିଷଭ

କନ୍ନଡ ଫିଲ୍ମ ‘କାନ୍ତାରା’ ବକ୍ସ ଅଫିସରେ ଜବରଦସ୍ତ ହିଟ୍ ରହିଥିଲା। ଏହି ଫିଲ୍ମ ଭଲ ଆୟ ମଧ୍ୟ କରିଛି। ଅକ୍ଟୋବର ୧୪ରେ ରିଲିଜ ହୋଇଥିବା ଏହି ଫିଲ୍ମ ଏପର୍ଯ୍ୟନ୍ତ ବକ୍ସ ଅଫିସରେ ଭଲ ଚାଲିଛି। ଏହି ଫିଲ୍ମର ଷ୍ଟୋରୀ ଲାଇନ ଏବଂ କଲଚର କଣ୍ଟେଣ୍ଟ ଦର୍ଶକଙ୍କୁ ମନୋରଂଜନ କରିବାରେ ସଫଳ ହୋଇଛି। ଛୋଟ ବଜେଟରେ ନିର୍ମିତ ହୋଇଥିବା ଏହି ଫିଲ୍ମକୁ ସମଗ୍ର ଦୁନିଆରେ ପ୍ରଶଂସା ସାଉଁଟିଛି। ଫିଲ୍ମର ସୁଟିଂ ପାଇଁ ଫିଲ୍ମର ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀ କଠିନ ପରିଶ୍ରମ କରିଥିଲେ, ଯାହା ବିଷୟରେ ଖୁଲାସା କରିଛନ୍ତି।
କାନ୍ତାରା ହିଟ୍ ହେବା ପରେ ଏକ ଇଣ୍ଟରଭ୍ୟୁରେ ରିଷଭ ସେଟ୍ଟୀ କହିଛନ୍ତି, ଦେବ କୋଲା ସିକ୍ୱେନ୍ସ ସୁଟ୍ କରିବା ୨୦ରୁ ୩୦ ଦିନ ପୂର୍ବରୁ ଆମିଷ ଖାଇବା ଛାଡିଯାଇଥିଲେ। ଦେବକୋଲା ଅଳଙ୍କାର ପିନ୍ଧିବା ପରେ କେବଳ ନଡିଆ ପାଣି ହିଁ ପିଉଥିଲେ। ଏହାଛଡା କିଛି ବି ଖାଉନଥିଲେ। ନଡିଆ ପାଣି ଛଡା ଆଉ କିଛି ବି ଖାଉନଥିଲେ। ଫିଲ୍ମର ସୁଟିଂ ସରିବା ପୂର୍ବରୁ ଏବଂ ପରେ କେବଳ ପ୍ରସାଦ ଖାଇବାକୁ ଦିଆଯାଉଥିଲା।
ଏହି ଫିଲ୍ମର ସୁଟିଂକୁ ନେଇ ରିଷଭ କହିଛନ୍ତି, କାନ୍ତାରା ସୁଟ୍ କରିବା ସହଜ ନୁହେଁ। କାନ୍ତାରା ଏକ୍ସପ୍ରେସନ ଯୋଗୁଁ ନୁହେଁ ବରଂ ଆକ୍ସନ ଯୋଗୁଁ ସୁଟ୍ କରିବା କଷ୍ଟକର ହୋଇଥିଲା। ଆମିଷ ଛାଡିବା ନେଇ କହିଛନ୍ତି, ଦେବ କୋଲା ସିକ୍ୱେନ୍ସ ସୁଟ୍ କରିବା ପାଇଁ ୫୦ ରୁ ୬୦ କିଲୋ ଓଜନ ଉଠାଇବାକୁ ପଡୁଥିଲା। ତେଣୁ ଏହିପାଇଁ ଆମିଷ ଛାଡି ନିଜର ଓଜନ କମ୍ କରିବା ପାଇଁ ଚାହିଁଥିଲି।
ହମ୍ବଲ ଫିଲ୍ମସ୍ ବ୍ୟାନରରେ ନିର୍ମିତ କାନ୍ତାରା ଫିଲ୍ମର ବଜେଟ ୧୬ କୋଟି ରହିଥିଲା। କାନ୍ତାରା ଦୁନିଆରେ ସବୁଠାରୁ ଅଧିକ ଆୟ କରିଥିବା କନ୍ନଡ ଫିଲ୍ମ। ଏହି ଫିଲ୍ମ ସମଗ୍ର ବିଶ୍ୱରେ ୨୫୦ କୋଟି ଟଙ୍କାରୁ ଅଧିକ ଆୟ କରିଛି। ଏହି ଫିଲ୍ମ କେଜିଏଫ ୨ ରେକର୍ଡ ମଧ୍ୟ ଭାଙ୍ଗିଛି।
୧୪ ଅକ୍ଟୋବର ହିନ୍ଦୀରେ ‘କାନ୍ତାରା’ ପ୍ରେକ୍ଷାଳୟକୁ ଆସିଥିଲା। ଏହି ଚଳଚ୍ଚିତ୍ର ସହିତ ରିଲିଜ ହୋଇଥିବା ଆୟୁଷ୍ମାନ ଖୁରାନାଙ୍କ ‘ଡାକ୍ତର ଜୀ’, ‘ବିକ୍ରମ ବେଧା’ ଏବଂ ‘ପୋନିୟିନ୍ ସେଲଭାନ୍’ ମଧ୍ୟ ରିଲିଜ୍ ହୋଇଥିଲା। ହେଲେ ଏହି ଛୋଟ ବଜେଟ୍ ଫିଲ୍ମ ‘କାନ୍ତାରା’ ସମସ୍ତଙ୍କୁ ପଛରେ ପକାଇ ଭଲ ରେସପନ୍ସ ପାଇଛି।
Also Read : ଅଟୋଇମ୍ୟୁନ୍ କଣ୍ଡିସନ୍ ସମସ୍ୟାରେ ପୀଡିତ ଅଭିନେତ୍ରୀ ସାମନ୍ଥା, ହସପିଟାଲରୁ ସେୟାର କଲେ ଫଟୋ