ଗୁଗଲରେ Thanos ଲେଖନ୍ତୁ ଆଉ ମ୍ୟାଜିକ୍‌ ଦେଖନ୍ତୁ, ଚୁଟକିରେ ଉଡିଯାଉଛି ସବୁ କଣ୍ଟେଟ୍‌

ରିଲିଜ୍‌ ହୋଇସାରିଛି ଆଭେଞ୍ଜର ସିରିଜର ଶେଷ ଫିଲ୍ମ Avengers Endgame । ଫ୍ୟାନ୍ସଙ୍କ ମଧ୍ୟରେ ଫିଲ୍ମର କ୍ରେଜ କାହିଁରେ କଣ । ସବୁଠାରୁ ମଜା କଥା ହେଉଛି ପାଇଁ ଭାରତରେ ପ୍ରଥମ ଥର ସିନେମା ହଲ୍‌ରେ ଏହି ଫିଲ୍ମ 24X7 ପ୍ରସାରଣ ହେବ । ତେବେ ପରିସ୍ଥିତି ଏମିତି ଯେ ବୁକିଂ ଆରମ୍ଭ ହେଉ ହେଉ କିଛି ସମୟ ମଧ୍ୟରେ ହାଉସ୍‌ ଫୁଲ୍‌ ହୋଇଯାଉଛି ।

ଏବେ ଏହି ଫିଲ୍ମର କ୍ରେଜ କେବଳ ଦର୍ଶକଙ୍କ ମଧ୍ୟରେ ନୁହେଁ ଗୁଗଲରେ ମଧ୍ୟ ଦେଖିବାକୁ ମିଳୁଛି । ଗୁଗଲରେ Thanos ଲେଖିବା ପରେ ଯେଉଁ ରେଜଲ୍ଟ ଆଛି ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । Avengers ପୂର୍ବ ଫିଲ୍ମରେ Thanos ଚୁଟକି ମାରି ଅଧା ଦୁନିଆ ଶେଷ କରିଦେଉଥିଲା । ଏବେ ଗୁଗଲରେ ମଧ୍ୟ ଏହାର ଚୁଟକିର ଯାଦୁ ଦେଖିବାକୁ ମିଳିଛି । ଏହାକୁ Easter Egg କୁହାଯାଏ ।

thanos

ଗୁଗଲରେ Thanos ଲେଖିଲେ ରେଜଲ୍ଟ ପେଜର ଡାହଣ ପଟେ ଆପଣଙ୍କୁ Wikipedia ଥମ୍ବନେଲ୍‌ ଦେଖାଯିବ । ଯେଉଁଠି Thanos ର ସେହି ପପୁଲାର୍‌ ହାତ ଥିବ । ଏବେ ଏହି ଆଇକନ୍‌ ଉପରେ କ୍ଲିକ୍‌ କଲେ ଗୋଟିଏ ଚୁଟକି ବାଜିବ । ଏହା ପରେ ଗୁଗଲ୍‌ ସର୍ଚ ରେଜଲ୍ଟ ପେଜର ସମସ୍ତ କଣ୍ଟେଟ୍‌ ଉଡିଯିବ । ଠିକ୍‌ ସେମିତି ଯେମିତି Avengers Infinity War ରେ ଅଧା ଆଭେଞ୍ଜର ଉଡିଯାଇଥିଲେ । ଏହା ପରେ ଆଉଥରେ ଏହି ଆଇକନ୍‌ ଉପରେ କ୍ଲିକ୍‌ କଲେ ସବୁ କିଛି ସବୁଜ ରଙ୍ଗ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.