ଭାରତୀୟ ସିନେମାରେ ଅଦ୍ଭୁତପୂର୍ଣ୍ଣ ଯୋଗଦାନ ପାଇଁ ଡକ୍ଟରେଟ ଉପାଧିରେ ସମ୍ମାନିତ ହେଲେ ଗୋବିନ୍ଦା

ବଲିଉଡର କମେଡି କିଙ୍ଗ ତଥା ସୁପରଷ୍ଟାର ଗୋବିନ୍ଦାଙ୍କ ଫିଲ୍ମ ଦେଖିବାକୁ ପ୍ରାୟତଃ ସମସ୍ତେ ପାଗଳ। ବଲିଉଡ ଇଣ୍ଡଷ୍ଟ୍ରୀରେ ସେତେବେଳେ ଗୋବିନ୍ଦାଙ୍କ ପାଖରେ ଫିଲ୍ମର ଲାଇନ ଲାଗିଥିଲା। ଗୋବିନ୍ଦାଙ୍କ ଲୋକପ୍ରିୟତା କାହାକୁ ଅଛପା ନାହିଁ। ନିଜର ଅଭିନୟ କରିବା ସମୟରେ ଗୋବିନ୍ଦା ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ। ଭାରତୀୟ ସିନେମାରେ ତାଙ୍କର ଯୋଗଦାନ ପାଇଁ ଡକ୍ଟରେଟ ଉପାଧିରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ଓ୍ଵାଲର୍ଡ ଏନଆରଆଇ ସୋସିଆଲ ଆଣ୍ଡ କଲଚର ଆସୋସିଏସନ ଅଫ ଆମେରିକା ତରଫରୁ ଦିଆଯାଇଛି। ଗୋବିନ୍ଦାଙ୍କ ସହିତ ତାଙ୍କ ଭାଇ କିର୍ତ୍ତୀ କୁମାରଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ଏହି ସମ୍ମାନ କାର୍ଯ୍ୟକ୍ରମ ଗୋବିନ୍ଦାଙ୍କୁ ଜୁହୁରେ ଥିବା ବଙ୍ଗଳାରେ ହୋଇଥିଲା।

ଗୋବିନ୍ଦା ବଲିଉଡର ହିରୋ ନଂ ୧ ଟାଇଟଲ ହାସଲ କରିସାରିଛନ୍ତି। କେତେକ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ବେଳେ ଆଉ କେତେକ ଫିଲ୍ମରେ କେମିଓ କରିଛନ୍ତି। ତାଙ୍କର ଅଭିନୟ ପାଇଁ ଆଜି ମଧ୍ୟ ସମସ୍ତଙ୍କ ହୃଦୟରେ ରାଜ କରୁଛନ୍ତି। ରିପୋର୍ଟ ମୁତାବକ, ଗୋବିନ୍ଦାଙ୍କ ଜୁହୁ ବଙ୍ଗଳାରେ ଗତକାଲି ୩.୩୦ ମିନିଟରେ ଏକ ସମ୍ମାନ ସମାରୋହର ଆୟୋଜନ କରାଯାଇଥିଲା। ଯେଉଁଥିରେ ଗୋବିନ୍ଦାଙ୍କୁ ଡକ୍ଟରେଟ ଉପାଧିରେ ସମ୍ମାନିତ କରାଯାଇଛି।

ବର୍ତ୍ତମାନ ଗୋବିନ୍ଦା ନିଜର ମ୍ୟୁଜିକ ଭିଡିଓକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଗୋବିନ୍ଦା ଗାଇଥିବା ଗୀତ ‘ ମେରେ ନାଲ’ ଇଣ୍ଟରନେଟରେ ରିଲିଜ କରିଥିଲେ। ଏହା ପୂର୍ବରୁ ଗୀତ ‘ହାଲେ’ ରିଲିଜ ହୋଇଥିଲା। ଯାହାକୁ ନେଇ ଲୋକେ ବହୁତ ଟ୍ରୋଲ କରିଥିଲେ। ଏହା ପରେ ହିଁ ଗୋବିନ୍ଦା ନିଜ ଗୀତର କମେଣ୍ଟ ସେକ୍ସନ ବନ୍ଦ କରିଦେଇଥିଲେ।

 

View this post on Instagram

 

A post shared by Govinda (@govinda_herono1)

୨୦୧୯ରେ ରିଲିଜ ହୋଇଥିବା ଫିଲ୍ମ ‘ରଙ୍ଗିଲା ରାଜା’ରେ ଗୋବିନ୍ଦାଙ୍କୁ ଦେଖିବାକୁ ମିଳିଛି। ଏବେ ଗୋବିନ୍ଦା ଅନେକ ରିଆଲିଟ୍‌ ଶୋରେ ନଜର ଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.