ଅର୍ଜୁନ୍‌ କପୁରଙ୍କୁ କଡ଼ା ଜବାବ ଦେଲେ ଗୃହମନ୍ତ୍ରୀ, କହିଲେ-ଧମକାଇବା ବଦଳରେ ଅଭିନୟ ଉପରେ ଧ୍ୟାନ ଦିନ

ଦୀର୍ଘ ଦିନ ହେଲାଣି ସୋସିଆଲ ମିଡିଆରେ ବୟକଟ୍‌ ବଲିଉଡ୍‌ ଟ୍ରେଣ୍ଡ୍‌ରେ ରହିଛି। ସୋସିଆଲ ମିଡିଆ ୟୁଜର୍ସ ଲଗାତାର ବଲିଉଡ୍‌ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛନ୍ତି। କିନ୍ତୁ ଏହି ମାମଲାରେ ଏବେ ଯାଏଁ କୌଣସି ସେଲିବ୍ରିଟି ନିଜ ରାୟ ଦେଇନଥିଲେ। ମାତ୍ର ଏବେ ଏହି ମାମଲାରେ ଅଭିନେତା ଅର୍ଜୁନ କପୁର ବୟାନ ଦେଇ ବିବାଦରେ ଫସିଯାଇଛନ୍ତି। ଏହି କମେଣ୍ଟ ତାଙ୍କୁ ମହଙ୍ଗା ପଡ଼ିଛି। ଲୋକମାନେ ଏବେ ତାଙ୍କୁ ଟ୍ରୋଲ୍‌ କରିବା ଆରମ୍ଭ କରି ଦେଇଛନ୍ତି।

ଏହି ପୂରା ମାମଲାରେ ଅର୍ଜୁନ କପୁର ନିଜ ରାୟ ରଖି କହିଛନ୍ତି- ମୋତେ ଲାଗୁଛି ଆମେ ଚୁପ୍‌ ରହି ଭୁଲ କରିଛୁ। ଏହା ଆମ ଶାଳୀନତା ଥିଲା। କିନ୍ତୁ ଲୋକମାନେ ଏହାର ଫାଇଦା ଉଠାଇବା ଆରମ୍ଭ କରିଛନ୍ତି। ମୋତେ ଲାଗୁଥିଲା ଯେ ଆମେ ଏହା ଭାବି ଚୁପ୍‌ ଥିଲୁ ଯେ ‘ଆମ କାମ କଥା କହିବ’।

ଅର୍ଜୁନ କପୁର କହିଛନ୍ତି- ମୋତେ ଲାଗୁଛି ଯେ ଆମେ ଏହାକୁ ସହି ଯାଉଥିବାରୁ ଲୋକଙ୍କର ଏହା ଅଭ୍ୟାସରେ ପରିଣତ ହୋଇଛି। ଆମକୁ ଏକାଠି ଆସି ଏ ନେଇ କିଛି କରିବାର ଆବଶ୍ୟକତା ରହିଛି। କାରଣ ଲୋକମାନେ ଆମ ବିଷୟରେ ଯାହା ଲେଖୁଛନ୍ତି, ତାହା ବାସ୍ତବିକତା ଠାରୁ ବହୁ ଦୂର। ଯେତେବେଳେ ଆମର କୌଣସି ଫିଲ୍ମ ବକ୍ସ ଅଫିସ୍‌ରେ ହିଟ୍‌ ହେଉଛି, ଲୋକମାନେ ସେତେବେଳେ ଆମ ସରନେମ୍‌ ପାଇଁ ନୁହେଁ, ବରଂ ଫିଲ୍ମ ଯୋଗୁ ପସନ୍ଦ କରିଥାନ୍ତି।

ଅର୍ଜୁନ୍‌ କପୁରଙ୍କ ଏହି ବୟାନ ସାମ୍ନାକୁ ଆସିବା ପରେ ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି। ଅନ୍ୟ ପଟେ ମଧ୍ୟ ପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଧ୍ୟ ଅର୍ଜୁନ କପୁରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି- ଜନତାଙ୍କୁ ଧମକାଇବା ଠିକ୍‌ କଥା ନୁହେଁ। ଲୋକଙ୍କୁ ଧମକାଇବା ବଦଳରେ ନିଜ ଅଭିନୟ ଉପରେ ଗୁରୁତ୍ୱ ଦିଅ। ନିଜ ଫିଲ୍ମରେ ହିନ୍ଦୁ ଧର୍ମକୁ ଟାର୍ଗେଟ୍‌ କରୁଥିବା ଗ୍ୟାଙ୍ଗ୍‌ର ସାହସୀ କଳାକାର ବୟକଟ୍‌ରେ କାହିଁକି ଲୋକଙ୍କୁ ଧମକାଉଛନ୍ତି ?

ମନ୍ତ୍ରୀଙ୍କର ଏହି ଟ୍ଵିଟ୍‌ ପରେ ଏବେ ଲୋକମାନେ ଅର୍ଜୁନ୍‌ କପୁରଙ୍କୁ ଭୀଷଣ ଭାବେ ବେଜିତ୍‌ କରିବା ଆରମ୍ଭ କରି ଦେଇଛନ୍ତି।

Also Read: ଚେନ୍ନାଇ: ତୈଳ କମ୍ପାନୀ ଗୋଦାମରେ ଭୀଷଣ ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ପହଞ୍ଚିଲା ୧୪ଟି ଦମକଳ ଗାଡ଼ି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.