ବନ୍ୟାପାଣିରେ ନୟାଗଡ଼ ଗଣିଆ ବ୍ଲକ୍‌ ଉବୁଟୁବୁ, ବଡ଼ମୂଳ ରାସ୍ତାରେ ୧୦ରୁ ୧୨ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ

ନୟାଗଡ଼(କେନ୍ୟୁଜ୍): ମହାନଦୀର ବନ୍ୟାପାଣିରେ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍‌ ଉବୁଟୁବୁ । ଗଣିଆରୁ ବଡ଼ମୂଳ ରାସ୍ତାର ବିଭିନ୍ନ ସ୍ଥାନରେ ୧୦ ରୁ ୧୨ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଛାମୁଣିଆ ଏବଂ ବଡ଼ସିଲିଙ୍ଗା ରାସଙ୍ଗ ପଞ୍ଚାୟତ ଜଳବନ୍ଦୀ ହୋଇଛି। ଗଣିଆ ବ୍ଲକର ୫ଟି ପଞ୍ଚାୟତର ୪୧ ଟି ଗାଁ ସଂପୂର୍ଣ୍ଣ ଭାବେ ବିଛିନ୍ନ ହୋଇ ଯାଇଛି।

ଏଭଳି ସମୟରେ ଦଶପଲ୍ଲା ବିଧାୟକ ରମେଶ ବେହେରା, ଗଣିଆ ବ୍ଲକ୍‌ ଚେୟାରମ୍ୟାନ୍‌ ଓ ପ୍ରଶାସନିକ ଟିମ୍‌ ଡଙ୍ଗା ସାହାଯ୍ୟରେ ଲୋକଙ୍କ ପାଖରେ ପହଞ୍ଚିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଳକର ୧୧ଟି ସ୍କୁଲ ୨ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। କିନ୍ତୁ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.